ଭୁବନେଶ୍ୱର(ଓଡବ୍ଲ୍ୟୁ):ବିଶ୍ୱକପ୍ ହକି ପ୍ରଥମ ଦିନର ଦ୍ୱିତୀୟ ମ୍ୟାଚରୁ ଭାରତ ନିଜର ବିଜୟ ଅଭିଯାନ ଆରମ୍ଭ କରିଛି । ପୁରୁଷ ହକି ବିଶ୍ୱକପ୍ର ଦ୍ୱିତୀୟ ମ୍ୟାଚରେ ବୁଧବାର ଭାରତ ବିଜୟରୁ ଅଭିଯାନ ଆରମ୍ଭ କରିଛି। ଦକ୍ଷିଣ ଆଫ୍ରିକାକୁ ଭାରତ ୫-୦ ଗୋଲରେ ପରାସ୍ତ କରିଛି। କଳିଙ୍ଗ ଷ୍ଟାଡିୟମରେ ଦର୍ଶକଙ୍କ ପ୍ରବଳ ଭିଡ ମଧ୍ୟରେ ଟିମ୍ ଇଣ୍ଡିଆର ଖେଳାଳିମାନେ ଦୃଢ଼ ମନରେ ଦକ୍ଷିଣ ଆଫ୍ରିକାକୁ ମୁକାବିଲା କରିଛନ୍ତି। ସେହିଭଳି ଆକାଶଦୀପ, ଲଳିତ ଉପାଧ୍ୟାୟ ଏବଂ ମନଦୀପ ସିଂହ ଗୋଟିଏ ଲେଖାଏଁ ଗୋଲ ଦେଇଛନ୍ତି।
ପୂର୍ବରୁ ଆଜି ପ୍ରଥମ ମ୍ୟାଚରେ ବେଲଜିୟମ ବିଜୟୀ ହୋଇଥିଲା। କାନାଡାକୁ ୨-୧ ଗୋଲରେ ବେଲଜିୟମ ପରାସ୍ତ କରିଥିଲା। ବେଲଜିିୟମ ନିଜର ଅଭିଯାନ ପାଇଁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଥିଲା। ଦଳ ପ୍ରଥମେ ୨ଟି ଗୋଲ ଦେଇଥିଲା। କାନାଡା ଲଢୁଆ ମନୋଭାବ ନେଇ ଖେଳୁଥିଲେ ମଧ୍ୟ ବେଲଜିୟମର ଖେଳାଳିମାନଙ୍କୁ ଅତିକ୍ରମ କରିପାରୁ ନଥିଲେ। କାନାଡା ପାଇଁ ମାର୍କ ପ୍ରଥମ ଗୋଲ ଦେଇଥିଲେ।
ନୂଆବର୍ଷରୁ ଚାଷୀ ପଞ୍ଜିକରଣ: ମିଳିବ ୟୁନିକ୍ ନମ୍ବର ଓ ଡିଜିଟାଲ ଚାଷୀ କାର୍ଡ
ଭୁବନେଶ୍ୱର(ଓଡ଼ିଶା ୱେୟାର): ରାଜ୍ୟର ସମସ୍ତ ଚାଷୀଙ୍କ କୁଣ୍ଡଳୀ ସରକାରଙ୍କ ପାଖରେ ରହିବ । ଏଥିପାଇଁ ସମସ୍ତ ଚାଷୀଙ୍କ ବ୍ୟକ୍ତିଗତ ତଥ୍ୟ ସଂଗ୍ରହ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି...