Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ରାଜ୍ୟ

ବିଶ୍ୱକପ୍ ହକି : ସାମିଲ ହେଲେ ସଲମାନ ଓ ରହେମାନ, କମ୍ପିଲା ବାରବାଟୀ

କଟକ (ଓଡବ୍ଲ୍ୟୁ):ବିଶ୍ୱକପ୍ ହକିର ଉଦଘାଟନୀ ସମାରୋହ ବାରବାଟୀ ଷ୍ଟାଡ଼ିୟମ ପରିସରରେ ପାଳିତ ହୋଇଛି । ଭୁବନେଶ୍ୱର ଭଳି କଟକର ବାରବାଟୀ ଷ୍ଟାଡ଼ିୟମ ମଧ୍ୟରେ ବି ଭବ୍ୟ ସମାରୋହ ଅନୁଷ୍ଠିତ ହୋଇଥିଲା।ସଙ୍ଗୀତ ନିର୍ଦ୍ଦେଶକ ଏଆର ରହେମାନ ଓ ବଲିଉଡ ଅଭିନେତା ସଲମାନ ଖାନଙ୍କ ଉପସ୍ଥିତିରେ ବିଶ୍ୱକପ୍ ହକି ସେଲିବ୍ରେସନ ପାଳିତ ହୋଇଥିଲା।ପ୍ରଥମେ ଓଲିଉଡ କଳାକାରଙ୍କ କମାଲ,ପରେପରେ ଏଆାର ରହେମାନଙ୍କ ସଂଗୀତର ଯାଦୁ ଏବଂ ବଲିଉଡର ଭାଇଜାନ୍ ସଲମାନ ଖାଁଙ୍କ ଚମକ।
ଷ୍ଟାଡିୟମରେ ୩୦ହଜାରରୁ ଅଧିକ ଦର୍ଶକଙ୍କ କରତାଳିରେ କମ୍ପି ଉଠିଥିଲା ବାରବାଟୀ। ଅଭିନବ ଢଙ୍ଗରେ ମୋବାଇଲ ଫୋନର ଲାଇଟ ଜଳି ଅତିଥି ମାନଙ୍କୁ ସ୍ବାଗତ କରିବା ସହ ଭାରତୀୟ ହକି ଦଳକୁ ଶୁଭେଚ୍ଛା ଜଣାଇଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାର୍ଯ୍ୟକ୍ରମରେ ଯୋଗ ଦେଇ ‘ହକି ବିଶ୍ବକପ୍‌ ଆୟୋଜନକୁ ନେଇ ଆପଣମାନେ ଖୁସି ତ?ମୁଁ ବହୁତ ଖୁସି?ବୋଲି କହିବା ସହ ଭାରତୀୟ ହକି ଦଳକୁ ବିଜୟର ଶୁଭେଚ୍ଛା ଜଣାଇଥିଲେ। ୧୯୭୫ ବିଶ୍ବକପ ପୁରୁଷ ହକିର ଚାମ୍ପିଅନ ଭାରତୀୟ ଦଳର ଖେଳାଳି ମାନଙ୍କୁ ମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଧିତ କରିଥିଲେ।ପରେ ଏ.ଆର. ରହେମାନ ଏବଂ ସଲମାନ ଖାଁଙ୍କୁ ମୁଖ୍ୟମନ୍ତ୍ରୀ ସମ୍ବର୍ଧିତ କରିଥିଲେ।

ସଲମାନ ଖାଁ ଅଳ୍ପ ସମୟ ମଞ୍ଚରେ ରହିଥିଲେ ବି ଦର୍ଶକଙ୍କ ମଧ୍ୟରେ ‌ଉତ୍ସାହ ଭରି ଦେଇଥିଲେ। ‘କଟକର ଆଳୁଦମ ଦହିବରା ଖାଇବି। କଟକ ନିଆରା ଭାଇଚାରାର ପ୍ରତୀକ ବୋଲି ମଞ୍ଚରେ ସଲମାନ ଖାଁ କହିବା ସହ ଓଡ଼ିଆରେ ‘କଟକର ଭାଇ ଭଉଣୀ ମାନଙ୍କୁ ନମସ୍କାର, ବାଲିଯାତ୍ରା କେମିତି ଚାଲିଛି, ଜୟ ଜଗନ୍ନାଥ’ କହିଥିଲେ । ସଲମାନ ମଧ୍ୟ କେତୋଟି ହିନ୍ଦୀ ଗୀତର ପଦ ଗାଇ ଦର୍ଶକଙ୍କ ମନୋରଂଜନ କରିଥିଲେ।

ବାରବାଟୀ-କଟକ ବିଧାୟକ ଦେବାଶିଷ ସାମନ୍ତରାୟ ସ୍ବାଗତ ଭା‌ଷଣ ପ୍ରଦାନ କରିଥିବା ବେଳେ କ୍ରୀଡା ମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top