Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ରାଜ୍ୟ

ବିଶ୍ୱ ଦେଖିଲା ଓଡ଼ିଶାର ଦମ୍,ହକି ବିଶ୍ୱକପ୍ ଉଦଘାଟିତ

ଭୁବନେଶ୍ୱର(ଓଡବ୍ଲ୍ୟୁ):ରଙ୍ଗାରଙ୍ଗ ପରିବେଶରେ ଉଦ୍‌ଘାଟିତ ହୋଇଛି ପୁରୁଷ ହକି ବିଶ୍ୱକପ୍ ୨୦୧୮। ଉଦ୍‌ଘାଟନୀ ଉତ୍ସବ ମାଧ୍ୟମରେ ଆଜି ଓଡ଼ିଶା ସାରା ବିଶ୍ୱକୁ ଚମକାଇ ଦେଇଛି।ଭୁବନେଶ୍ୱର କଳିଙ୍ଗ ଷ୍ଟାଡିମୟରେ ଆୟୋଜିତ ଭବ୍ୟ ପରିବେଶରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଶ୍ୱକପ୍‌ ଉଦ୍‌ଘାଟନ ଘୋଷଣା କରିଥିଲେ।ଏହି ମେଗା ଉତ୍ସବରେ ବଲିଉଡ୍‌ ଷ୍ଟାର ଶାହରୁଖ ଖାନ୍ ଓ ମାଧୁରୀ ଦୀକ୍ଷିତ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।ପରେ ପ୍ରଖ୍ୟାତ ସଙ୍ଗୀତ ନିର୍ଦ୍ଦେଶକ ଏ.ଆର. ରେହମାନ ସଂଗୀତ ପରିବେଷଣ କରିଥିଲେ।ଦେଶ ବିଦେଶର ୧୮୦୦ କଳାକାରଙ୍କୁ ନେଇ ଚିତ୍ତାକର୍ଷକ ନୃତ୍ୟ ଓ ସଙ୍ଗୀତ ପରିବେଷିତ ହୋଇଥିଲା।

ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଓଡ଼ିଶାର ସାଢ଼େ ୪ କୋଟି ଜନତାଙ୍କ ପକ୍ଷରୁ ହକି ବିଶ୍ବକପ୍‌ର ସମସ୍ତ ଖେଳାଳି, ଅଧିକାରୀ, ଅନ୍ତର୍ଜାତୀୟ ହକି ମହାସଂଘ, ହକି ଇଣ୍ଡିଆକୁ ସ୍ବାଗତ କରିବା ସହିତ ‘ଓଡ଼ିଶା ବିଶ୍ୱକପ୍’ ଉଦ୍‌ଘାଟିତ ହେଲା ବୋଲି ବିଧିବଦ୍ଧ ଘୋଷଣା କରିଥିଲେ। ଏଥିସହିତ, ୧୬ ଦେଶର ଅଧିନାୟକଙ୍କ ସହ କରମର୍ଦନ କରୁଥିବାବେଳେ ଶାହରୁଖଙ୍କୁ ହୃ୍ଦୟ ଖୋଲା ଆଲିଙ୍ଗନ ଆକର୍ଷଣୀୟ ଥିଲା। ଜୟ ଜଗନ୍ନାଥରୁ ବକ୍ତବ୍ୟ ଆରମ୍ଭ କରି ମୁଖ୍ୟମନ୍ତ୍ରୀ ଜୟ ହିନ୍ଦ୍‌’ରେ ବକ୍ତବ୍ୟ ଶେଷ କରିଥିଲେ। ବିଶ୍ବରେ ଏକତା ଆଣିବାରେ ହକି ବଡ଼ ଭୂମିକା ନେଇଛି। ବିଶ୍ବବାସୀଙ୍କୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା ଦେଖାଇ ଦେଇଛନ୍ତି ବୋଲି ଶାହରୁଖ କହିଥିଲେ। ଅନ୍ତର୍ଜାତୀୟ ହକି ସଂଘର ସଭାପତି ନରେନ୍ଦ୍ର ବାତ୍ରା କହିଥିଲେ, ‘ଓଡ଼ିଶା‌ରେ ବିଶ୍ବକପ୍ ଏକ ସମ୍ମାନ ଓ ଗୌରବର ବିଷୟ।ଓଡ଼ିଶାବାସୀଙ୍କ ପାଇଁ କିଛି ବି ଅସମ୍ଭବ ନୁହେଁ ବୋଲି ପ୍ରମାଣିତ‌ ହୋଇଛି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top