ଭୁବନେଶ୍ୱର(ଓଡ଼ିଶା ୱେୟାର):ପିସିସି ଇସ୍ତାହାର କମିଟି ଅଧ୍ୟକ୍ଷ ପଦରୁ ବରିଷ୍ଠ ନେତା ଶ୍ରୀକାନ୍ତ ଜେନା ବିଦା ହେବାପରେ ସେ ଆଜି ଦଳର ଅନ୍ୟ ସମସ୍ତ ପଦରୁ ଇସ୍ତଫା ଦେଇଛନ୍ତି।ଏନେଇ ଏଆଇସିସି ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ଚିଠି ଲେଖି ଅବଗତ କରିଛନ୍ତି।ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ତାଙ୍କ ମଧ୍ୟରେ ବଢ଼ି ଚାଲିଥିବା କନ୍ଦଳରେ ଏଆଇସିସି ନିରବ ରହୁଥିବା ପ୍ରତିବାଦରେ ଶ୍ରୀକାନ୍ତ ଏଭଳି ନିଷ୍ପତି ନେଇଥିବା ଜଣାପଡ଼ିଛି।
ଆଜି ସାମ୍ବାଦିକମାନଙ୍କୁ ସୂଚନା ଦେଇ ଶ୍ରୀ ଜେନା କହିଛନ୍ତି ଯେ ଦଳର କାର୍ଯ୍ୟକାରୀ କମିଟି ଓ ନିର୍ବାଚନ କମିଟି ସଦସ୍ୟ ପଦରୁ ସେ ଇସ୍ତଫା ଦେଇଛନ୍ତି।ଏନେଇ ରାହୁଲ ଗାନ୍ଧିଙ୍କୁ ଚିଠି ଲେଖି ଜଣାଇ ଦେଇଛନ୍ତି । ଉଲ୍ଲେଖଯୋଗ୍ୟ ପିସିସି ସଭାପତି ଶ୍ରୀ ପଟ୍ଟନାୟକ ଓ ତାଙ୍କ ମଧ୍ୟରେ ଚାଲିଥିବା ଛକାପଞ୍ଝା ଯୋଗୁ ତାଙ୍କୁ ଦଳର ଇସ୍ତାହାର କମିଟି ଅଧ୍ୟକ୍ଷ ପଦରୁ ବିଦା ହେବାକୁ ପଡ଼ିଥିଲା।ଦଳରେ ସେ ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି ଓ ଦଳ ବିରୋଧୀ କାର୍ଯ୍ୟ ଯୋଗୁ ଏଭଳି କାର୍ଯ୍ୟାନୁଷ୍ଠାନ ହୋଇଛି ବୋଲି ପିସିସି ଶୃଙ୍ଖଳା କମିଟି ଅଧ୍ୟକ୍ଷ ହେମାନନ୍ଦ ବିଶ୍ୱାଳ ଗଣମାଧ୍ୟମକୁ କହିଥିଲେ।ତଥାପି ଶ୍ରୀକାନ୍ତ ପୁଣିଥରେ ଗଣମାଧ୍ୟମରେ ନିରଞ୍ଜନଙ୍କ ବିରୁଦ୍ଧରେ ବିଷୋଦଗାର କରିବା ପରେ ଉଭୟ ମୁହାମୁହିଁ ସ୍ଥିତିକୁ ଆସିଥିଲେ।ଯିଏ ବିଶୃଙ୍ଖଳା କରିବ ତା’ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପରୋକ୍ଷରେ ନିରଞ୍ଜନ କଡ଼ା ତାଗିଦ୍ କରିଥିଲେ।ତେବେ ଏସବୁ ଘଟଣାରେ ଶ୍ରୀକାନ୍ତ ଦଳରେ ଏକଘରିକିଆ ହୋଇପଡ଼ିବା ପରେ ଆଜି ସମସ୍ତ ପଦପଦବୀରୁ ଇସ୍ତଫା ଦେଇଛନ୍ତି।ଅବଶ୍ୟ ସେ ଏବେ ବି ଦଳର ପ୍ରାଥମିକ ସଦସ୍ୟ ଅଛନ୍ତି ବୋଲି କହିଛନ୍ତି।
ଶ୍ରୀକାନ୍ତଙ୍କ ଇସ୍ତଫା ପରେ ନିରଞ୍ଜନ ଓ ତାଙ୍କ ମଧ୍ୟରେ ଚାଲିଥିବା କନ୍ଦଳ ଅଧିକ ଉଗ୍ରରୂପ ନେବାର ଆଶଙ୍କା ସୃଷ୍ଟି ହୋଇଛି।
ନବୀନଙ୍କ ହସ୍ତକ୍ଷେପ ସତ୍ତ୍ୱେ ଥମିଲାନି ଗଞ୍ଜାମ ବିଜେଡି ବିବାଦ
ଭୁବନେଶ୍ୱର(ଓଡ଼ିଶା ୱେୟାର): ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିଜ ଜିଲ୍ଲା ଗଞ୍ଜାମରେ ବିଜେଡି ବିପର୍ଯ୍ୟସ୍ତ ହେବାରେ ଲାଗିଛି । ଦଳର ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଛକାପଞ୍ଝା ଓ...