Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ରାଜନୀତି

ସଂସଦରେ ବିଜେଡି ଉଠାଇବ ସ୍ୱତନ୍ତ୍ର ପାହ୍ୟା ଓ ମହିଳା ସଂରକ୍ଷଣ

ଭୁବନେଶ୍ୱର(ଓଡ଼ିଶା ୱେୟାର): ସଂସଦରେ ପୁଣିଥରେ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦାବି ପ୍ରସଙ୍ଗକୁ ବିଜେଡି ଉଠାଇବ।ଏହାବ୍ୟତୀତ ସ୍ୱାମୀନାଥନ୍ ରିପୋର୍ଟ ଆଧାରରେ ଚାଷୀଙ୍କୁ ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରଦାନ,ମହିଳାଙ୍କୁ ୩୩ ପ୍ରତିଶତ ସଂରକ୍ଷଣ,ତିତଲି କ୍ଷତିପୂରଣ ଆଦି ମୋଟ ୯ଟି ପ୍ରସଙ୍ଗକୁ ସଂସଦର ଶୀତ ଅଧିବେଶନରେ ବିଜେଡି ଉତଥାପନ କରିବାକୁ ନିଷ୍ପତି ନେଇଛି।
ଆଜି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାସଭବନରେ ଆୟୋଜିତ ସଂସଦୀୟ ଦଳ ବୈଠକରେ ଡିସେମ୍ବର ୧୧ରୁ ଆରମ୍ଭ ହେଉଥିବା ସଂସଦର ଶୀତ ଅଧିବେଶନ ପାଇଁ ରଣନୀତି ପ୍ରସ୍ତୁତ ହୋଇଥିଲା।ବୈଠକରେ ଦଳ ଯେଉଁ ସବୁ ପ୍ରସଙ୍ଗ ଉତଥାପନ କରିବ ତା’ର ଚିଠା ପୂର୍ବରୁ ପ୍ରସ୍ତୁତ ହୋଇଥିଲା ତଥା ସାଂସଦମାନଙ୍କୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଅବଗତ କରିଥିଲେ।ବୈଠକ ପରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ ଦଳର ରାଜ୍ୟସଭା ସାଂସଦ ତଥା ମୁଖପାତ୍ର ପ୍ରତାପ କେଶରୀ ଦେବ କହିଛନ୍ତି ଯେ, ସଂସଦରେ ଯେଉଁ ସବୁ ପ୍ରସଙ୍ଗ ଉଠାଯିବ ଆଜିର ବୈଠକରେ ସେ ସମସ୍ତ ପ୍ରସଙ୍ଗରେ ଦଳର ସାଂସଦମାନେ ଉଠାଇଥିଲେ।ଉଭୟ ରାଜ୍ୟସଭା ଓ ଲୋକସଭାରେ ଦଳ ପକ୍ଷରୁ ବିଶେଷ ଭାବେ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପ୍ରସଙ୍ଗ ଉଠାଯିବ।ଅନ୍ୟ ରାଜ୍ୟର କେତେକ ଦଳର ନେତାମାନେ ମଧ୍ୟ ଏହି ପ୍ରସଙ୍ଗ ଉଠାଇବେ।ତେଣୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପ୍ରସଙ୍ଗରେ ସମ୍ପୃକ୍ତ ଦଳଗୁଡ଼ିକ ସହ ଆଲୋଚନା ଚାଲିଛି।ସେହିପରି ଦ୍ୱିତୀୟ ପ୍ରସଙ୍ଗ ହେଉଛି, ବିଜେପି ତା’ର ନିର୍ବାଚନୀ ଇସ୍ତାହାରରେ ସ୍ୱାମୀନାଥନ୍ କମିଟି ରିପୋର୍ଟକୁ କାର୍ଯ୍ୟକାରୀ କରିବ ବୋଲି କହିଥିଲା।କିନ୍ତୁ ତାହା ହେଲାନି।ଫସଲ ଉତ୍ପାଦନ ଖର୍ଚ୍ଚର ଦେଢ଼ଗୁଣ ଚାଷୀମାନଙ୍କୁ ଦେବାକୁ ରିପୋର୍ଟରେ ସୁପାରିସ୍ କରାଯାଇଥିଲା କିନ୍ତୁ ତାହା ହୋଇନଥିବାରୁ ବିଜେଡି ସଂସଦରେ ଏହି ଚାଷୀ ପ୍ରସଙ୍ଗ ଉଠାଇବ।ସେହିପରି ନିକଟରେ ଓଡ଼ିଶା ବିଧାନସଭାରେ ମହିଳାଙ୍କୁ ୩୩ ପ୍ରତିଶତ ସଂରକ୍ଷଣକୁ ନେଇ ସଂକଳ୍ପ ଗୃହୀତ ହୋଇଛି।ଦଳର ବରିଷ୍ଠ ନେତାମାନେ ମଧ୍ୟ ବୈଠକ କରି ଦେଶର ଅନ୍ୟ ଆଚଂଳିକ ଓ ଜାତୀୟ ଦଳ ସହ ଆଲୋଚନା କରି ସଂସଦରେ ଏହି ମହିଳା ବିଲକୁ ପାସ କରାଇବାକୁ ସମର୍ଥନ ଲୋଡ଼ିବେ।ସେହିପରି ତିତଲି କ୍ଷତିପୂରଣ ମିଳିବାରେ ବିଳମ୍ବ, କେନ୍ଦୁପତ୍ର ଉପରେ ଜିଏସଟିକୁ ୧୮%ରୁ ୫ ପ୍ରତିଶତକୁ ହ୍ରାସ, ପାଇକ ବିଦ୍ରୋହର ପୁରୋଧା ବକ୍ସି ଜଗବନ୍ଧୁଙ୍କ ନାଁରେ ଟ୍ରେନ ଚଳାଚଳ, ତଫସିଲଭୁକ୍ତ ଛାତ୍ରଛାତ୍ରୀଙ୍କ ବୃତି ପ୍ରଦାନ ନିୟମରେ ପରିବର୍ତନକୁ ବିରୋଧ ସହ ମହାନଦୀ ଜଳ ବିବାଦକୁ ନେଇ ଗଠିତ ଟ୍ରିବ୍ୟୁନାଲର ଅଗ୍ରଗତି ପ୍ରସଙ୍ଗକୁ ଦଳର ସାଂସଦମାନେ ଆଗାମୀ ଶୀତ ଅଧିବେଶନରେ ଉଠାଇବାକୁ ସହମତି ହୋଇଛି ବୋଲି ଶ୍ରୀ ଦେବ କହିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top