Latest

ବୈଷ୍ଣୋ ଦେବୀ ଦର୍ଶନ ପାଇଁ ଡବଲ ଡୋଜ ଟିକା ବାଧ୍ୟତାମୂଳକ

Posted on

ନୂଆଦିଲ୍ଲୀ: ଶ୍ରୀ ମାତା ବୈଷ୍ଣୋ ଦେବୀଙ୍କ ଦର୍ଶନ ପାଇଁ କୋରୋନା ଟିକାର ଉଭୟ ଡୋଜର ଜରୁରୀ ବୋଲି ବୋର୍ଡର ସିଇଓ ରମେଶ କୁମାର ସୂଚନା ଦେଇଛନ୍ତି। କରୋନା ନିୟମକୁ କଡାକଡି ପାଳନ କରିବାକୁ ଦର୍ଶନକୁ ଆସୁଥିବା ଯାତ୍ରୀମାନଙ୍କୁ ନିବେଦନ କରିଛନ୍ତି। ତେବେ ଯେଉଁମାନେ କୋରୋନାର ଉଭୟ ଡୋଜ ନେଇ ନାହାନ୍ତି, ସେମାନେ ବିଗତ ୭୨ ଘଣ୍ଟା ମଧ୍ୟରେ ଆରଟିପିସିଆର ନେଗେଟିଭ ରିପୋର୍ଟ ଆଣିବାକୁ ବାଧ୍ୟତାମୂଳକ ବୋଲି ସେ ସୂଚନା ପ୍ରଦାନ କରିଛନ୍ତି।

ସେ ଆହୁରି ସୂଚନା ଦେଇ କହିଛନ୍ତି କି ଆରଟିପିସିଆର ରିପୋର୍ଟ ନେଗେଟିଭ ଆସିଲେ ହିଁ ଭବନକୁ ଯିବାକୁ ଅନୁମତି ମିଳିବ। ସେହିପରି ପ୍ରତିଟି ଭକ୍ତଙ୍କୁ ମାସ୍କ ଓ ସାମାଜିକ ଦୂରତାକୁ ବାଧ୍ୟତାମୂଳକ କରିଦିଆଯାଇଛି। ଯାତ୍ରୀ ମାର୍ଗରେ ସ୍ଥାପିତ ବହୁ-ଉଦ୍ଦେଶ୍ୟମୂଳକ ଅଡିଓ ସିଷ୍ଟମ ଏବଂ ହାଇ-ଟେକ୍ ଭିଡିଓ କାନ୍ଥ ମାଧ୍ୟମରେ COVID-19 ପରେ ଗ୍ରହଣ କରାଯିବାକୁ ଥିବା ବିଭିନ୍ନ ସତର୍କତାମୂଳକ ପଦକ୍ଷେପ ବିଷୟରେ ତୀର୍ଥଯାତ୍ରୀମାନେ ନିୟମିତ ଭାବରେ ସଚେତନ ହେଉଛନ୍ତି।

Leave a Reply

Your email address will not be published. Required fields are marked *

Most Popular

Exit mobile version