Latest
ପ୍ଲଟ ବିକ୍ରି ନାଁରେ ୨କୋଟି ୧୨ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ଜଣେ ଗିରଫ
ଭୁବନେଶ୍ୱର(ଓଡ଼ିଶା ୱେୟାର): ପ୍ଲଟ ବିକ୍ରି ନାଁରେ ୨କୋଟି ୧୨ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ଜଣଙ୍କୁ ଗିରଫ କଲା ମଞ୍ଚେଶ୍ୱର ଥାନା ପୋଲିସ । ଗିରଫ ଅଭିଯୁକ୍ତ ପଦାରବିନ୍ଦ ମହାପାତ୍ର ବ୍ଯାଙ୍କର ଅକ୍ସନ ପ୍ଲଟ ବିକ୍ରି କରିବାକୁ କହି ଜଣେ ପୂର୍ବତନ କଲେଜ ଅଧ୍ୟକ୍ଷଙ୍କୁ ଠକି ଫେରାର ହେଇଯାଇଥିଲା ପଦାରବିନ୍ଦ ୨୦୧୯ ମସିହାରେ ଏକ ଜମିର ନିଲାମ ପାଇଁ ଏକ ଖବର କାଗଜରେ ବିଜ୍ଞାପନ ଦେଖି ବ୍ଯାଙ୍କ ସହ ଯୋଗାଯୋଗ କରିଥିଲେ । ଖୋର୍ଦ୍ଧା ପି. ଏନ କଲେଜର ପୂର୍ବତନ ଅଧ୍ୟକ୍ଷ ବ୍ଯାଙ୍କ କର୍ତ୍ତୃପକ୍ଷ ଏନେଇ ଜମି ବନ୍ଧକ ରଖି ଟଙ୍କା ନେଇଥିବା ବ୍ଯକ୍ତିଙ୍କ ସହ ଯୋଗାଯୋଗ କରିବା ପାଇଁ କହିଥିଲେ। ଇଡ଼କୋ ପ୍ଲଟକୁ ବ୍ଯାଙ୍କରେ ବନ୍ଧକ ରଖି ଟଙ୍କା ନେଇ ସୁଝି ପାରିନଥିଲେ ଅଭିଯୁକ୍ତ ।