Latest

ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ରୋଷେୟା ଓ ଡ଼ିଏଫଓଙ୍କ ଲାଏ ଡ଼ିଟେକ୍ସନ ଟେଷ୍ଟ

Posted on

ପାରଳାଖେମୁଣ୍ଡି: ପାରଳାଖେମୁଣ୍ଡି ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ର ରହସ୍ୟଜନକ ମୃତ୍ୟୁ ମାମଲାରେ ଲାଏ ଡିଟେକସନ୍‌ ଟେଷ୍ଟ । ଗଜପତି ଡିଏଫଓ ସଂଗ୍ରାମ କେଶରୀ ବେହେରା ଓ ରୋଷେୟା ମନ୍ମଥ କୁମ୍ଭଙ୍କର ଆଜି ଲାଏ ଡିଟେକସନ୍‌ ଟେଷ୍ଟ ହୋଇଛି । ଭୁବନେଶ୍ୱର ଫରେନସିକ୍‌ ଲାବରେ ଲାଏ ଡିଟେକସନ୍‌ ଟେଷ୍ଟ କରାଯାଇଛି । ଏମାନଙ୍କ ନାଁରେ ହତ୍ୟା ଓ ଅପରାଧିକ ଷଡ଼ଯନ୍ତ୍ର ଅଭିଯୋଗ ହୋଇଥିଲା । ଆଗକୁ ପଡ଼ିପାରେ ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀଙ୍କ ପାଳି ।
ସୌମ୍ୟଙ୍କ ମୃତ୍ୟୁର ଦୁଇ ମାସ ପରେ ବି ରହସ୍ୟ ଉପରୁ ପରଦା ହଟିନି । ପ୍ରଥମେ ଗଜପତି ପୋଲିସ ତଦନ୍ତ କରିଥିଲା । ଏବେ କ୍ରାଇମବ୍ରାଞ୍ଚ ରହସ୍ୟର ଖିଅ ଖୋଜୁଛି । ପୂର୍ବରୁ ରୋଷେୟା ଓ ଗଜପତି ଡିଏଫଓଙ୍କୁ ମାରାଥନ୍‌ ଜେରା କରିଥିଲା କ୍ରାଇମବ୍ରାଞ୍ଚ । କିଛି ଦିନର ନିରବତା ପରେ ପୁଣି ଥରେ କ୍ରାଇମବ୍ରାଞ୍ଚ ତଦନ୍ତ ତ୍ୱରାନ୍ଵିତ ହୋଇଛି ।

Leave a Reply

Your email address will not be published. Required fields are marked *

Most Popular

Exit mobile version