Latest

ଡ୍ରଗ୍ସ କେସ୍‌ରେ ଗିରଫ ହେଲେ ଅଭିନେତ୍ରୀ ସୋନାଲି ଅଗ୍ରୱାଲ

Posted on

ବେଙ୍ଗାଳୁରୁ: ଡ୍ରଗ୍ସ କାରବାର ମାମଲାରେ କର୍ଣ୍ଣାଟକ ପୁଲିସ ଆଜି ସାଉଥ ଅଭିନେତ୍ରୀ ସୋନାଲି ଅଗ୍ରୱାଲଙ୍କୁ ଏକ ଲଗ୍‌ଜୁରୀ ହୋଟେଲରୁ ଗିରଫ କରିଛି। ତାଙ୍କ ସହ ଆଉ ୨ ଜଣ ମଧ୍ୟ ଗିରଫ ହୋଇଛନ୍ତି।
ସୂଚନା ମୁତାବକ, କର୍ଣ୍ଣାଟକ ପୁଲିସ ଆଜି ସକାଳୁ ଏକକାଳୀନ ବେଙ୍ଗାଳୁରୁର ୩ଟି ସ୍ଥାନରେ ଚଢ଼ାଉ କରିଥିଲା। ଏହାପରେ ସୋନିଆ ଅଗ୍ରୱାଲ, ଡିଜେ ବଚ୍ଚନ ଚିନ୍ନାପା ଓ ଉଦ୍ୟୋଗପତି ଭାରତଙ୍କୁ ଗିରଫ କରିଛି। ଏମାନଙ୍କୁ ରିମାଣ୍ଡରେ ନେଇ ଏବେ ପୁଲିସ ପଚରାଉଚରା କରୁଛି।
ଏମାନେ ବେଙ୍ଗାଲୁରୁର ସେଲିବ୍ରିଟି, ଚଳଚ୍ଚିତ୍ର ଅଭିନେତା ଏବଂ ଅଭିନେତ୍ରୀଙ୍କୁ ଡ୍ରଗ୍ସ ବଣ୍ଟନ କରୁଥିବା ଅଭିଯୋଗ ହୋଇଛି। କେବଳ ସେତିକି ନୁହେଁ ଏମାନେ ନିଜ ବାସଭବନରେ ରେଭ୍ ପାର୍ଟିର ଆୟୋଜନ ମଧ୍ୟ କରିଥିବା ପୁଲିସ ସୂତ୍ରରୁ ଜଣାପଡିଛି।
ପୂର୍ବରୁ ଗିରଫ ହୋଇଥିବା ଡ୍ରଗ୍ସ ବ୍ୟବସାୟୀ ଥୋମାସଙ୍କୁ ପଚରାଉଚରା କରିବା ପରେ ଏହି ୩ ଜଣଙ୍କ ନାଁ ସାମ୍ନାକୁ ଆସିଥିଲା। ଏହି ଆଧାରରେ ପୁଲିସ ଆଜି ରେଡ୍‌ କରିଥିଲା। ଥୋମାସ ହେଉଛନ୍ତି ଜଣେ ଆଫ୍ରିକୀୟ ନାଗିରକ। ପୁଲିସ ଅଗଷ୍ଟ ୧୨ ତାରିଖରେ ଗୋବିନ୍ଦପୁରାରୁ ଥୋମାସଙ୍କୁ ଗିରଫ କରିଥିଲା। ତାଙ୍କ ନିକଟରୁ ସେତେବେଳେ ବିପୁଳ ପରିମାଣରେ ଲକ୍ଷ ଲକ୍ଷ ଟଙ୍କାର ଡ୍ରଗ୍ସ ଜବତ ହୋଇଥିଲା।

Leave a Reply

Your email address will not be published. Required fields are marked *

Most Popular

Exit mobile version