Latest

ପୁଳା ପୁଳା ଟଙ୍କା ପୂରାଇ ନେଇଯାଇଛନ୍ତି ଆଫଗାନ୍ ରାଷ୍ଟ୍ରପତି ଗନି

Posted on

କାବୁଲ: ଆଫଗାନିସ୍ତାନରେ ଏବେ ରାଜ୍ କରୁଛି ତାଲିବାନ୍‌। ରାଷ୍ଟ୍ରପତି ଅଶରଫ ଗନି ଦେଶ ଛାଡ଼ି ପଳାୟନ କରିବା ପରେ ତାଲିବାନ୍ ହାତକୁ ଚାଲିଯାଇଛି ଦେଶର ଶାସନ କ୍ଷମତା। ବନ୍ଧୁକମୁନରେ ଏବେ ଆଫଗାନିସ୍ତାନକୁ କବ୍‌ଜା କରି ନେଇଛି ତାଲିବାନ୍‌। ତେବେ ଇତି ମଧ୍ୟରେ କାବୁଲ ସ୍ଥିତ ଋଷ ଦୂତାବାସ ପକ୍ଷରୁ ଦାବି କରାଯାଇଛି ଯେ ରାଷ୍ଟ୍ରପତି ଅଶରଫ ଗନି ବଣ୍ଡଲ ବଣ୍ଡଲ ଟଙ୍କା ନେଇ ଦେଶ ଛାଡ଼ି ପଳାଇଛନ୍ତି।
ଆର୍‌ଆଇଏର ରିପୋର୍ଟ ମୁତାବକ, ଅଶରଫ ଗନି ୪ଟି କାର ଓ ଏକ ହେଲିକପ୍ଟରରେ କ୍ୟାସ୍ ନେଇ ପଳାଇଛନ୍ତି। ଗନିଙ୍କ ପାଖରେ କ୍ୟାସ୍ ରଖିବାକୁ ଜାଗା ନଥିବାରୁ ବାଧ୍ୟ ହୋଇ ସେ କିଛି ଟଙ୍କା ଛାଡ଼ି ବି ଦେଇଛନ୍ତି। ମାତ୍ର ଗନି ଏବେ କେଉଁଠି ଅଛନ୍ତି ସେ ନେଇ କୌଣସି ସୂଚନା କାହା ପାଖେ ନାହିଁ। କିନ୍ତୁ କୁହାଯାଉଛି ଯେ ଗନି ଏବେ ଆମେରିକା ଯାଇପାରନ୍ତି। ପ୍ରଥମେ କୁହାଯାଉଥିଲା ଯେ ସେ ତାଜାକିସ୍ତାନ ଯାଇଥିଲେ। କିନ୍ତୁ ସେଠାରେ ତାଙ୍କ ବିମାନକୁ ଲ୍ୟାଣ୍ଡିଂ ପାଇଁ ଅନୁମତି ମିଳିନଥିଲା। ଏଣୁ ସେ ଓମାନ୍ ଚାଲିଯାଇଛନ୍ତି। ଗନିଙ୍କ ସହ ଆଫଗାନିସ୍ତାନର ଜାତୀୟ ସୁରକ୍ଷା ପରାମର୍ଶଦାତା ମୋହିବ ବି ଅଛନ୍ତି।
ତେବେ ଗନି ଦେଶ ଛାଡ଼ିବା ନେଇ କାବୁଲସ୍ଥିତ ଋଷ ଦୂତାବାସର ପ୍ରବକ୍ତା ନିକିତା କହିଛନ୍ତି, ଯେଉଁଭଳି ଭାବେ ଗନି ଆଫଗାନିସ୍ତାନରୁ ପଳାୟନ କଲେ ଏଥିରୁ ଆଫଗାନିସ୍ତାନର ପତନ ସୁନିଶ୍ଚିତ ହୋଇଛି। ସେ କହିଛନ୍ତି, ୪ଟି କାରରେ ଟଙ୍କା ଭର୍ତ୍ତି କରାଗଲା। ବାକି ପଇସା ଏକ ହେଲିକପ୍ଟରରେ ଭର୍ତ୍ତି କରିବାକୁ ଚେଷ୍ଟା କରାଯାଇଥିଲା। କିନ୍ତ ସବୁ ପଇସା ଜାଗା ହେଲାନାହିଁ। ଏଣୁ ପରେ ଉକ୍ତ ଟଙ୍କାକୁ ରାସ୍ତାରେ ହିଁ ଫିଙ୍ଗିଦିଆଯାଇଥିଲା। ତେବେ ଗନି କେତେ ସରକାରୀ ଅର୍ଥ ନିଜ ସହ ନେଇଛନ୍ତି ଏବେ ଯାଏଁ ସେ ନେଇ କୌଣସି ସୂଚନା ମିଳିପାରିନାହିଁ।

Leave a Reply

Your email address will not be published. Required fields are marked *

Most Popular

Exit mobile version