Latest

ରାହୁଲଙ୍କ ପରେ କଂଗ୍ରେସର ଅଫିସିଆଲ ଆକାଉଣ୍ଟକୁ ବନ୍ଦ କଲା ଟ୍ବିଟର

Posted on

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ତାଙ୍କ ନେତୃତ୍ବାଧୀନ ଏନଡିଏ ସରକାରକୁ ସମାଲୋଚନା କରିବା ପାଇଁ ବିରୋଧୀ କଂଗ୍ରେସ ଜୋରଦାର ପ୍ରୟାସ ଜାରି ରଖିଛି । ସଂସଦରେ ମୌସୂମୀ ଅଧିବେଶନରେ ଉଭୟ ଗୃହରେ ପ୍ରବଳ ହଟ୍ଟଗୋଳ କରିଥିଲେ । ଗୃହ ବାହାରେ ମଧ୍ୟ ସରକାରଙ୍କ ଉପରେ ଜୋରଦାର ଆକ୍ରମଣ କରି ଆସୁଛି । ତେବେ ଏଥିପାଇଁ ସୋସିଆଲ ମିଡ଼ିଆକୁ ବେଶ ଭଲ ଭାବରେ ବ୍ୟବହାର କରୁଛି ବିରୋଧୀ କଂଗ୍ରେସ ।
କଂଗ୍ରେସର ଅଫିସିଆଲ ଟ୍ବିଟର ଆକାଉଣ୍ଟକୁ ଟ୍ବିଟର ବନ୍ଦ କରିଦେଇଛି । ତେବେ ଏଭଳି ସ୍ଥିତିରେ କଂଗ୍ରେସ ମୋଦି ସରକାର ଉପରେ ଜୋରଦାର ବର୍ଷିଛି । ଦଳ ପକ୍ଷରୁ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ବିଜେପି ଉପରେ ବର୍ଷିଛି । ଦଳ ପକ୍ଷରୁ ଇନଷ୍ଟାଗ୍ରାମରେ ଏକ ପୋଷ୍ଟରେ କୁହାଯାଇଛି କି ରାହୁଲ ଗାନ୍ଧୀ ଓ ଅନ୍ୟ ପାଞ୍ଚ ଜଣ ନେତାଙ୍କ ବିରୋଧରେ ଟ୍ବିଟରର ସିଲେକ୍ଟିଭ ଆକ୍ସନ ନେଇଛି । ଟ୍ବିଟର ନିୟମ ଉଲ୍ଲଂଘନ କରିଛି ବୋଲି ଏକ ପୋଷ୍ଟର ସ୍କ୍ରିନସଟ ମଧ୍ୟ ସେୟାର କରିଛି କଂଗ୍ରେସ ।
କଂଗ୍ରେସ ଲେଖିଛି କି, ମୋଦୀ ଜୀ, ଆପଣ କେତେ ଡରିକି ରହିଛନ୍ତି । ଏତିକି ମନେ ରଖନ୍ତୁ କଂଗ୍ରେସ ଆମ ଦେଶର ସ୍ବାଧୀନତା ପାଇଁ ଲଢେଇ କରିଛି । କେବଳ ସତ୍ୟ, ଅହିଂସା, ଓ ଲୋକମାନଙ୍କ ଇଚ୍ଛା ଶକ୍ତିକୁ ଆଧାର କରି ଆମେ ଜିତି ଥିଲୁ । ଏବେ ମଧ୍ୟ ଆମେ ପୁଣି ଥରେ ବିଜୟ ଲାଭ କରିବୁ ।
ଟ୍ବିଟର ପକ୍ଷରୁ କୁହାଯାଇଛି କି, କୌଣସି ଆକାଉଣ୍ଟ ଯଦି ବ୍ଲକ ହୋଇଯାଇଛି, ତେବେ ତାହାର ଅର୍ଥ ହେଉଛି କି ୟୁଜର ସେହି ଆକାଉଣ୍ଟରେ ପୋଷ୍ଟ ସେୟାର କରିପାରିବ ନାହିଁ କିମ୍ବା ଟ୍ବିଟ କରିପାରିବ ନାହିଁ। କିନ୍ତୁ ନିଜ ଫଲୋୟର୍ସଙ୍କୁ ସିଧାସଳଖ ଭାବେ ମେସେଜ ପଠାଇ ପାରିବ । ସେପଟେ କଂଗ୍ରେସର ଆକାଉଣ୍ଟ ଲକ ହେବା ନେଇ କୌଣସି ସ୍ପଷ୍ଟ ଉତ୍ତର ରଖିନାହିଁ ଟ୍ବିଟର । କଂଗ୍ରେସ ଟ୍ବିଟର ଆକାଉଣ୍ଟକୁ ଏକ୍ସନ ରାଷ୍ଟ୍ରୀୟ ବାଳ ଅଧିକାର ସଂରକ୍ଷଣ ଆୟୋଗର ଏକ ନୋଟିସରୁ ହିଁ ବିରୋଧ ଆରମ୍ଭ ହୋଇଥିଲା । ଏହି ନୋଟିସରେ ରାହୁଲ ଗାନ୍ଧୀଙ୍କ ଏକ ପୋଷ୍ଟକୁ ହଟାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ତେବେ କଂଗ୍ରେସର ଆକାଉଣ୍ଟ ଲକ ହେବା ପରେ ଦଳର ପ୍ରତିକ୍ରିୟାରେ ଉଗ୍ରରୂପ ଧାରଣ କରିଛି । କଂଗ୍ରେସ କହିଛି ଯେ ବିରୋଧୀମାନେ ଆମ ଆକାଉଣ୍ଟକୁ ବ୍ଲକ କରିବା ପାଇଁ ଟ୍ବିଟରକୁ ଧମକ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *

Most Popular

Exit mobile version