Latest
ଏୟାରପୋର୍ଟରେ ସବୁ ଯାତ୍ରୀଙ୍କୁ ହେବ ଅ।ର୍ଟିପିସିଅ।ର୍ ଟେଷ୍ଟ , ଟେଷ୍ଟ ରିପୋର୍ଟ ନ ଆସିବା ଯାଏଁ ରହିବେ ହୋମ୍ ଆଇସୋଲେସନରେ
ଭୁବନେଶ୍ୱର(ଓଡ଼ିଶା ୱେୟାର) : ଭୁବନେଶ୍ୱର ବିମାନବନ୍ଦରରେ କରୋନା କଟକଣା କଡାକଡି ହୋଇଛି । ଏୟାରପୋର୍ଟରେ ସବୁ ଯାତ୍ରୀଙ୍କୁ ହେବ ଅ।ର୍ଟିପିସିଅ।ର୍ ଟେଷ୍ଟ । ଏଣିକି ଏୟାରପୋର୍ଟରେ ପହଞ୍ଚୁଥିବା ସମସ୍ତ ଯାତ୍ରୀଙ୍କର ଅ।ର୍ଟିପିସିଅ।ର୍ ଟେଷ୍ଟ କରାଯାଉଛି । ବିଏମ୍ସି ପକ୍ଷରୁ କୋଭିଡ୍ ଟେଷ୍ଟ କରାଯାଉଛି । ଏଥିପାଇଁ ଏୟାରପୋର୍ଟରେ ୪ଟି କାଉଣ୍ଟର କରାଯାଇଛି। ଏହାକୁ ନେଇ ଯାତ୍ରୀମାନେ ସନ୍ତୋଷ ପ୍ରକାଶ କରିଛନ୍ତି । ଟେଷ୍ଟ ରିପୋର୍ଟ ନ ଆସିବା ଯାଏଁ ଯାତ୍ରୀ ହୋମ୍ ଆଇସୋଲେସନରେ ରହିବେ। ଯାତ୍ରୀ ଦୁଇ ଡୋଜ୍ ଟିକା ନେଇଥିଲେ ଓ ଅ।ର୍ଟିପିସିଅ।ର୍ ନେଗେଟିଭ୍ ରିପୋର୍ଟ ଆଣିଥିଲେ ବି ଆଉ ଥରେ ଟେଷ୍ଟ କରାଯାଉଛି। ବିମାନବନ୍ଦର କର୍ତ୍ତୃର୍ପକ୍ଷଙ୍କ ସହଯୋଗରେ ଟର୍ମିନାଲ ୧ରେ ଟେଷ୍ଟିଂ ସୁବିଧା କରାଯାଇଛି। ଭୁବନେଶ୍ୱରରେ ଯେଉଁ ଯାତ୍ରୀମାନେ ରହିବେ, ସେମାନଙ୍କୁ ଟେଷ୍ଟିଂ ପରେ ଛାଡ଼ି ଦିଆଯିବ ରିପୋର୍ଟ ପଜିଟିଭ୍ ଆସିଲେ ପ୍ରୋଟୋକଲ ଅନୁଯାୟୀ ପରବର୍ତ୍ତୀ ବ୍ଯବସ୍ଥା କରାଯିବ ବୋଲି ବିମାନ ବନ୍ଦର ପକ୍ଷରୁ ସୂଚନା ଦିଆଯାଇଛି।