Latest
ସିଂଥେଟିକ ଅଣ୍ଡା ବିକ୍ରି ଅଭିଯୋଗ: ରିଲାଏନ୍ସ ଫ୍ରେଶରେ ଚଢ଼ାଉ
କଟକ, (ଓଡ଼ିଶା ୱେୟାର): କନିକା ଛକ ରିଲାଏନ୍ସ ଫ୍ରେଶରେ କଟକ ମହାନଗର ନିଗମର ଚଢ଼ାଉ। ଏହି ରିଲାଏନ୍ସ ଫ୍ରେଶରେ ସିଂଥେଟିକ ଅଣ୍ଡା ବିକ୍ରି ହେଉଥିବା ଅଭିଯୋଗ ହୋଇଥିଲା। ଅଭିଯୋଗକୁ ଆଧାର କରି ଗତକାଲି ଚଢ଼ାଉ କରାଯାଇଥିବାବେଳେ ଏହି ଅଣ୍ଡା ଗୁଡିକ ଖାଇବା ଉପଯୋଗୀ ନଥିବାବେଳେ ବହୁ ଅଣ୍ଡା ନଷ୍ଟ ହୋଇଯାଇଥିବାର ଦେଖିବାକୁ ମିଳିଥିଲା।
ଏଥିସହ ଫ୍ରେଶରେ ଥିବା କିଛି ପରିବା ଯାହାକି ଖାଦ୍ୟ ଉପଯୋଗୀ ନଥିବା ଦେଖା ଯିବାରୁ ପରିବା ସହିତ ଅନେକ ଜିନିଷକୁ ଜବତ କରିଛି ମହାନଗର ନିଗମ । କଟକରେ ଏଇ କିଛିଦିନ ହେବ ମହାନଗର ନିଗମର ଚଢ଼ାଉ କୁ ବ୍ଯାପକ କରାଯାଇଛି। ଅନ୍ଯପଟେ ଏହି ଚଢ଼ାଉ ସମୟରେ ଜବତ ହୋଇଥିବା ଅଣ୍ଡାକୁ ଲାବ୍ଯ କୁ ପରୀକ୍ଷା ପାଇଁ ପଠାଯିବ। ଯଦି ଏହି ଖାଇବା ଉପଯୋଗୀ ନ ହୁଏ ତେବେ ଫୁଡ଼ ସେଫଟି ଆଇନି ଅନୁଯାୟୀ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଭାଗୀୟ ଅଧିକାରୀ ସୂଚନା ଦେଇଛନ୍ତି।
ଅନ୍ଯପଟେ ଏହି ଫ୍ରେଶ ର ଅଧିକାରୀ କୌଣସି ସନ୍ତୋଷ ମୂଳକ ଉତ୍ତର ଦେଇପାରିନଥିଲେ କି ଅଣ୍ଡା ର କୌଣସି ଖରିଦି ବିଲ ଦେଖାଇ ପାରିନଥିବା ଜଣାପଡିଛି।