Latest

ମୁଖ୍ୟମନ୍ତ୍ରୀ ପଦକୁ ଅଗ୍ରାହ୍ୟ କଲେ ଅମ୍ବିକା ସୋନୀ

Posted on

ଚଣ୍ଡିଗଡ଼: ପଞ୍ଜାବ ରାଜନୈତିକ ଅସ୍ଥିରତା ମଧ୍ୟରେ ଗତକାଲି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ କ୍ୟାପଟେନ ଅମରିନ୍ଦର ସିଂ। ଶ୍ରୀ ସିଂଙ୍କ ଇସ୍ତଫା ପରେ ମୁଖ୍ୟମନ୍ତ୍ରୀ ଆସନ ପାଇଁ ପ୍ରାର୍ଥୀ ଚୟନ କରିବାରେ ବ୍ୟସ୍ତ ରହିଛି ଦଳ । ତେବେ ଏହାରି ମଧ୍ୟରେ ଦଳର ସଭାପତି ସୋନିଆ ଗାନ୍ଧୀ ଅମ୍ବିକା ସୋନିଙ୍କ ନାମରେ ମୋହର ମାରିଥିଲେ। ମିଳିଥିବା ସୂଚନା ଅନୁଯାୟୀ ଅମ୍ବିକା ସୋନି ଏହି ପ୍ରସ୍ତାବରେ ଅଗ୍ରାହ୍ୟ ପ୍ରକାଶ କରିଛନ୍ତି। ସେ କହିଛନ୍ତି ପଞ୍ଜାବର ମୁଖ୍ୟମନ୍ତ୍ରୀ ଭାର ଜଣେ ଶିଖଙ୍କ ହାତରେ ରହିବା ଉଚିତ। ଏହି ସମୟରେ ଆଜି ଅନୁଷ୍ଠିତ ହେବାକୁ ଥିବା ବିଧାୟକ ଦଳର ବୈଠକକୁ ମଧ୍ୟ ସ୍ଥଗିତ ରଖାଯାଇଛି।
ସେପଟେ ମୁଖ୍ୟମନ୍ତ୍ରୀ ପାଇଁ ପଞ୍ଜାବର କଂଗ୍ରେସ ଅଧ୍ୟକ୍ଷ ନଭଜୋତ ସିଂହ ସିଦ୍ଧୁ, ପଞ୍ଜାବ କଂଗ୍ରେସ ପୂର୍ବତନ ଅଧ୍ୟକ୍ଷ ସୁନୀଲ ଜାଖଡ଼ ଓ ସୁଖଜିନ୍ଦର ସିଂହ ରାନ୍ଧଓ୍ୱାଙ୍କ ନାମ ସର୍ବାଗ୍ରେ ରହିଥିବା ଜଣାପଡ଼ିଛି। କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ତାଙ୍କ ବାସଭବନରେ ବୈଠକ କରିଥିଲେ। ଏହି ବୈଠକରେ ଅମ୍ବିକା ସୋନି ମୁଖ୍ୟମନ୍ତ୍ରୀ ହେବାକୁ ସିଧାସଳଖ ମନା କରିଦେଇଥିଲେ। କୁହାଯାଉଛି କି ରାଜ୍ୟର ମୁଖ୍ୟମନ୍ତ୍ରୀ ସୋନିଆ ଗାନ୍ଧୀ ଧାର୍ଯ୍ୟ କରିବେ। ତେବେ ଉପରୋକ୍ତ ତିନୋଟି ନାମ ମଧ୍ୟରୁ ଜଣକୁ ମୁଖ୍ୟମନ୍ତ୍ରୀ କରିବା ନେଇ ଚର୍ଚ୍ଚା ଜୋର ଧରିଛି।
ଏଠାରେ କହି ରଖୁଛୁ କି ଅମରିନ୍ଦର ସିଂ ଶନିବାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ପ୍ରଦାନ କରିଥିଲେ। ସେ କହିଥିଲେ ମୋତେ ନ ଜଣାଇ ବିଧାୟକ ଦଳ ବୈଠକ ଡକାଯାଇଥିଲା। ଏହା ସହିତ ମୋତେ ଦଳରେ ଅପମାନିତ କରାଯାଉଥିବା ହୃଦଙ୍ଗମ କରିଥିଲି। ଯେଉଁଥିପାଇଁ ମୋତେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ଠିକ ଭାବିଥିଲି ବୋଲି ସେ କହିଥିଲେ। ଏହା ସହିତ ସେ ସିଦ୍ଧୁଙ୍କ ସିଧାସଳଖ ଟାର୍ଗେଟ କରି କହିଥିଲେ କି, ନଭଜୋତ ସିଂ ସିଦ୍ଧୁ ପାକିସ୍ତାନ ସହ ସମ୍ପର୍କରେ ରହିଛନ୍ତି। ଯାହାକୁ ମୁଁ ସହଜରେ ଗ୍ରହଣ କରିପାରିନଥିଲି। ସିଦ୍ଧୁ ପାକ ସେନାର ମୁଖ୍ୟ ବାଜଓ୍ୱାଙ୍କ ସହିତ ସମ୍ପର୍କରେ ରହିଛନ୍ତି। ଯାହାକୁ ମୁଁ ସ୍ବିକାର କରିପାରି ନାହିଁ।
ସେ ଆହୁରି ମଧ୍ୟ କହିଥିଲେ କି ଯିଏ ଗୋଟିଏ ମନ୍ତ୍ରଣାଳୟ ଚଲାଇ ପାରୁନାହିଁ, ସିଏ ରାଜ୍ୟ କଣ ଚଲାଇବ । ସିଦ୍ଧୁ ପଞ୍ଜାବ ପାଇଁ ଘାତକ ସାବ୍ୟସ୍ତ ହେବେ । ସେ ଇମ୍ରାନ ଖାନ ଓ ବାଜଓ୍ୱାଙ୍କ ବନ୍ଧୁ ଅଟନ୍ତି। ବାଜଓ୍ୱାଙ୍କ ସହିତ ତାଙ୍କର ସମ୍ପର୍କ ବେଶ ଘନିଷ୍ଠ । ଯଦି ସିଦ୍ଧୁଙ୍କୁ ମୁଖ୍ୟମନ୍ତ୍ରୀ କରୁଛନ୍ତି, ତେବେ ମୁଁ ଘୋର ବିରୋଧ କରିବି ବୋଲି ସେ କହିଛନ୍ତି। ଅନ୍ୟ କୌଣସି ଦଳରେ ସାମିଲ ହେବା ନେଇ ପ୍ରଶ୍ନରେ ସେ କହିଛନ୍ତି କି ବର୍ତ୍ତମାନ ସୁଦ୍ଧା କୌଣସି ଦଳ ସହିତ ସମ୍ପର୍କରେ ନାହିଁ।

Leave a Reply

Your email address will not be published. Required fields are marked *

Most Popular

Exit mobile version