Latest

ଜୀବନ ଯୁଦ୍ଧରେ ହାରିଗଲେ ଆଉ ଜଣେ ନିର୍ଭୟା

Posted on

ମୁ୍ମ୍ବାଇ: ୩୩ ଘଣ୍ଟାର ଜୀବନ ମରଣ ଯୁଦ୍ଧରେ ହାରି ଯାଇଛନ୍ତି ଆଉ ଜଣେ ନିର୍ଭୟା। ମୁମ୍ବାଇର ସାକିନାକା ଅଞ୍ଚଳରେ ଦୁଷ୍କର୍ମ ଶୀକାର ହୋଇଥିବା ଝଣେ ୩୦ ବର୍ଷୀୟ ମହିଳା ଶେଷରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ନେଇ ସୂଚନା ରହିଛି। ନିର୍ଭୟାଙ୍କୁ ଯେଉଁଭଳି ଭାବେ ଦୁଷ୍କର୍ମ ଓ ନିର୍ଯାତନା ଦେଇଥିଲେ, ଠିକ ସେହି ଢଙ୍ଗରେ ହିଁ ସାକିନାକାର ଏହି ମହିଳାଙ୍କ ସହିତ ସମାନ ଘଟଣା ଘଟିଥିବା ଆଲୋଚନା ହେଉଛି।

୩୦ ବର୍ଷୀୟ ପୀଡ଼ିତାଙ୍କ ଗୁପ୍ତାଙ୍ଗରେ ଅଭିଯୁକ୍ତମାନେ ଲୁହା ରଡ଼ ଭର୍ତ୍ତି କରିବା ସହିତ କ୍ଷତାକ୍ତ କରିଦେଇଥିବା ଡାକ୍ତରମାନେ ସୂଚନା ଦେଇଛନ୍ତି। ଘଟଣା ପରଠାରୁ ମହିଳାଙ୍କ ଅବସ୍ଥା ଗୁରୁତର ରହିଥିଲା। ପୀଡିତାଙ୍କୁ ରାଜୱାଡି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ସେ ଚିକିତ୍ସିତ ହେଉଥିଲେ। ଗୁରୁବାର ବିଳମ୍ବିତ ରାତି ପ୍ରାୟ ସାଢେ ୩ଟା ସମୟରେ ଏହି ଘଟଣା ଘଟିଛି। ମୁମ୍ବାଇ ପୋଲିସର କଣ୍ଟ୍ରୋଲ ରୁମକୁ ଏକ କଲ ଆସିଥିଲା ​​ଯେ ମୁମ୍ବାଇର ଆନ୍ଧେରି ପୂର୍ବ ସାକିନାକାସ୍ଥିତ ଖୈରାନୀ ରୋଡରେ ଜଣେ ମହିଳା ଚେତାଶୂନ୍ୟ ହୋଇ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଛନ୍ତି। ଏହା ପରେ ସାକିନାକା ପୋଲିସ ଘଟଣାସ୍ଥଳରେ ପହଞ୍ଚି ପୀଡିତାକୁ ମୁମ୍ବାଇର ରାଜୱାଡି ହସ୍ପିଟାଲରେ ଭର୍ତ୍ତି କରିଥିଲା।

ସ୍ଥାନୀୟ ଡିସିପି ଏବଂ ଅତିରିକ୍ତ ପୋଲିସ କମିଶନର ସାକିନାକା ପୋଲିସ ଷ୍ଟେସନରେ ପହଞ୍ଚି ଏ ସମ୍ପର୍କରେ ପଚାରି ଅବଗତ ହୋଇଛନ୍ତି। ପରେ ତଦନ୍ତ ପାଇଁ ଏକ ଟିମ ଗଠନ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ। ପ୍ରାଥମିକ ଅନୁସନ୍ଧାନ ପରେ ମୁଖ୍ୟ ଅଭିଯୁକ୍ତ ମୋହନ ଚହ୍ବାନଙ୍କୁ ପୋଲିସ ଗିରଫ କରିଛି।

ତେବେ ଏହି ଘଟଣାରେ ଆହୁରି କିଛି ଲୋକ ସମ୍ପୃକ୍ତ ଥାଇପାରନ୍ତି ବୋଲି ମୁମ୍ବାଇ ପୋଲିସ ସନ୍ଦେହ କରୁଛି। ଏଭଳି ପରିସ୍ଥିତିରେ ଅନୁସନ୍ଧାନ ସହିତ ଖୋଜାଖୋଜି ମଧ୍ୟ କରାଯାଉଛି। ପୋଲିସ ଆଇପିସିର ଧାରା ୩୦୭, ୩୭୬, ୩୨୩ ଏବଂ ୫୦୪ ଅନୁଯାୟୀ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରିଛି। ପୋଲିସ ସୂତ୍ର ଅନୁଯାୟୀ ଗିରଫ ଅଭିଯୁକ୍ତ ମୋହନ ଚାଭାନ ମହିଳାଙ୍କୁ ଜାଣି ସାରିଛନ୍ତି। ଏଭଳି ପରିସ୍ଥିତିରେ ପୋଲିସ ଅଭିଯୁକ୍ତଙ୍କୁ କଡା ପଚରାଉଚରା କରୁଛି। ଏହି ଘଟଣାରେ ଆଉ କେତେ ଜଣ ଅଭିଯୁକ୍ତ ସାମିଲ ରହିଛନ୍ତି ସେ ସମ୍ପର୍କରେ ତଥ୍ୟ ହାସଲ ପାଇଁ ଜୋରଦାର ତଦନ୍ତ ଜାରି ରଖିଛି। ସେପଟେ ଏହି ଘଟଣାରେ ମୁଖ୍ଯମନ୍ତ୍ରୀ ସିଧାସଳଖ ହସ୍ତକ୍ଷେପ କରି ଘଟଣା ସମ୍ପର୍କରେ ତଥ୍ୟ ହାସଲ କରିଛନ୍ତି। ଗୃହମନ୍ତ୍ରୀ ଓ୍ୱଲସେ ପାଟିଲ ଓ ପୋଲିସ କମିଶନର ହେମନ୍ତ ନାଗରାଲେଙ୍କ ଠାରୁ ମୁଖ୍ୟମନ୍ତ୍ରୀ ଘଟଣା ସମ୍ପର୍କରେ ଅବଗତ ହୋଇଛନ୍ତି ।

Leave a Reply

Your email address will not be published. Required fields are marked *

Most Popular

Exit mobile version