ରାଜନୀତି

କାହିଁକି ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଅପରାଜିତା

Posted on

ଭୁବନେଶ୍ୱର(ଓଡ଼ିଶା ୱେୟାର): ଭୁବନେଶ୍ୱର ଲୋକସଭା ଆସନରୁ ବିଜୟୀ ହେବାପରେ ବିଜେପି ନେତ୍ରୀ ତଥା ପୂର୍ବତନ ପ୍ରଶାସିକା ଅପରାଜିତା ଷଡ଼ଙ୍ଗୀ ଆଜି ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି। କେନ୍ଦ୍ରରେ ମନ୍ତ୍ରୀପଦ ଦୌଡ଼ରୁ ବାଦ୍ ପଡ଼ିବାପରେ ଭୁବନେଶ୍ୱର ସାଂସଦ ଅପରାଜିତା ସଚିବାଳୟରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ନେଇ ରାଜନୀତିକ ମହଲରେ ଚର୍ଚ୍ଚା ଜୋର ଧରିଛି।
ମୁଖ୍ୟମନ୍ତ୍ରୀଙ୍କ ସହ ନିଜର ଏହି ସାକ୍ଷାତକୁ ସୋଶାଲ ମିଡିଆରେ ସାର୍ବଜନୀନ କରି ଅପରାଜିତା କହିଛନ୍ତି ଯେ, ସେ ଭୁବନେଶ୍ୱରର ସାଂସଦ ଭାବେ ସ୍ଥାନୀୟ ପ୍ରଶାସନ ଓ ରାଜ୍ୟ ସରକାରଙ୍କୁ ସମସ୍ତ ପ୍ରକାରର ସହଯୋଗ କରିବେ ବୋଲି ମୁଖ୍ୟମନ୍ତ୍ରୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି। ତା’ଛଡ଼ା ବିଜେଡିର ବିପୁଳ ବିଜୟ ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ତେବେ ନବୀନଙ୍କୁ ଅପରାଜିତା ଭେଟିବାକୁ ନେଇ ରାଜନୀତିକ ଚର୍ଚ୍ଚା ଜୋର ଧରିଛି। କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇବାକୁ ନେଇ ଅପରାଜିତା ବେଶ୍ ଆଶାବାଦୀ ଥିଲେ। ମାତ୍ର ତାଙ୍କୁ ସ୍ଥାନ ମିଳିନଥିବାରୁ ସେ ଅସନ୍ତୁଷ୍ଟ ହୋଇପଡ଼ିଛନ୍ତି। ଯାହାଫଳରେ ସେ ସୌଜନ୍ୟ ସାକ୍ଷାତ କଥା କହି ବିଜେଡିର ନିକଟତର ହେବାକୁ ଉଦ୍ୟମ ଆରମ୍ଭ କରିଥିବା ଚର୍ଚ୍ଚା ହେଉଛି।

Leave a Reply

Your email address will not be published. Required fields are marked *

Most Popular

Exit mobile version