Latest

ତୃଣମୂଳ କଂଗ୍ରେସରେ ମିଶିଲେ ବାବୁଲ ସୁପ୍ରିୟୋ

Posted on

ନୂଆଦିଲ୍ଲୀ: ବିଜେପିର ପୂର୍ବତନ ସାଂସଦ ବାବୁଲ ସୁପ୍ରିୟୋ ଆଜି ତୃଣମୂଳ କଂଗ୍ରେସରେ ବିଦ୍ଧିବଦ୍ଧ ଭାବେ ସାମିଲ ହୋଇଛନ୍ତି। କିଛି ଦିନ ତଳେ ସେ ରାଜନୀତି ଛାଡ଼ିଦେବେ ବୋଲି ଘୋଷଣା କରିଥିବା ବେଳେ ଆଜି ତୃଣମୂଳରେ ସାମିଲ ହୋଇ ସମସ୍ତଙ୍କୁ ଚକିତ କରିଦେଇଛନ୍ତି। ତେବେ ବାବୁଲ ସୁପ୍ରିୟୋ ମୋଦି ସରକାରର କ୍ୟାବିନେଟ ମନ୍ତ୍ରୀ ମଧ୍ୟ ରହି ସାରିଛନ୍ତି। କିଛି ଦିନ ତଳେ ବିଜେପିରୁ ଇସ୍ତଫା ଦେବା ସହ ରାଜନୀତି ଛାଡ଼ିଦେବେ ବୋଲି ଘୋଷଣା କରିଥିଲେ। ଟିଏମସି ସାଂସଦ ଅଭିଷେକ ବାନାର୍ଜୀ ଓ ଡେରେକ ଓ ବ୍ରାଏନଙ୍କ ଉପସ୍ଥିତିରେ ଆଜି ସେ ଦଳରେ ସାମିଲ ହୋଇଛନ୍ତି।
ସେପଟେ ବାବୁଲଙ୍କ ଦଳରେ ସାମିଲ ହେବା ନେଇ ଟିଏମସି ପକ୍ଷରୁ ସ୍ପଷ୍ଟ କରାଯାଇଛି। ରାଜ୍ୟସଭା ସାଂସଦ ଡେରେକ ଓ ବ୍ରାୟନ ଏବଂ ରାଷ୍ଟ୍ରୀୟ ମହାସଚିବ ଅଭିଷେକ ବାନାର୍ଜୀ କହିଛନ୍ତି କି ଆମେ ବାବୁଲ ସୁପ୍ରିୟୋଙ୍କୁ ଦଳରେ ସ୍ବାଗତ କରୁଛୁ। ସେହିପରି ଟିଏମସି ନେତା କୃଣାଳ ଘୋଷ କହିଛନ୍ତି କି ବିଜେପିର ଏକାଧିକ ବରିଷ୍ଠ ନେତା ଟିଏମସିର ଯୋଗାଯୋଗରେ ଅଛନ୍ତି। ସେମାନେ ବିଜେପିରେ ରହି ଅସନ୍ତୁଷ୍ଟ ରହିଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ଆଜି ଟିଏମସିରେ ଯୋଗଦାନ କରିଛନ୍ତି । ଅନ୍ୟମାନେ ମଧ୍ୟ ଧିରେଧିରେ ଟିଏମସିରେ ଯୋଗଦେବେ ବୋଲି ସେ ସୂଚନା ଦେଇଛନ୍ତି।
ଏଠାରେ କହି ରଖୁଛୁ କି ଗତ ଜୁଲାଇ ମାସରେ ବାବୁଲ ସୁପ୍ରିୟୋ ପଶ୍ଚିମବଙ୍ଗ ବିଜେପିର ବଡ଼ ନେତାଙ୍କ ମଧ୍ୟରେ ଅନ୍ୟତମ ରହିଥିଲେ। ତେବେ ସେ ବିଜେପିରୁ ନିକଟରେ ଇସ୍ତଫା ପ୍ରଦାନ କରିବା ସହିତ ସେ ରାଜନୀତିରୁ ସନ୍ୟାସ ନେଲେ ବୋଲି ଘୋଷଣା କରିଥିଲେ। ରାଜନୀତି ଠାରୁ ଦୂରରେ ରହି ସମାଜ ସେବା କରିବେ ବୋଲି କହିଥିଲେ। ବର୍ତ୍ତମାନ କିନ୍ତୁ ସେ ଟିଏମସି ଯୋଗଦେଇଛନ୍ତି। ଇସ୍ତଫା ଦେବା ସମୟରେ ସେ କହିଥିଲେ କି ଲୋକଙ୍କ ସେବା କରିବା ପାଇଁ ରାଜନୀତିରେ ରହିବା ଜରୁରୀ ନୁହେଁ ବୋଲି ସେ କହିଥିଲେ। ରାଜନୀତିରୁ ଅଲଗା ହୋଇ ମଧ୍ୟ ସମାଜ ସେବା କରିପାରିବେ । ନିଜର ଉଦ୍ଦେଶ୍ୟକୁ ପୂରଣ କରିପାରିବେ ବୋଲି ସେ କହିଥିଲେ।

Leave a Reply

Your email address will not be published. Required fields are marked *

Most Popular

Exit mobile version