Latest

ଜାତୀୟ ରାଜପଥରେ ଭାଲୁ, ଲୋକେ ଦେଖି ଭୟଭୀତ

Posted on

ନବରଙ୍ଗପୁର (ଓଡ଼ିଶା ୱେୟାର) : ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ସହର ଦେଇ ଯାଇଥିବା ୨୬ ନମ୍ୱର ଜାତୀୟ ରାଜପଥରେ ବୁଲୁଛି ଭାଲୁ। ସହରବାସୀ ଭାଲ ଦେଖି ଭୟଭୀତ ହୋଇପଡ଼ିଛନ୍ତି। ବନ ବିଭାଗ ଓ ପୁଲିସ୍‌ ସହରବାସୀଙ୍କୁ ବୁଝୁସୁଝା କରୁଛନ୍ତି। ଏଥିସହିତ ଭାଲୁର ଗତିବିଧିକୁ ନଜର ରଖିଛନ୍ତି। ସେପଟେ ଭାଲୁ ଆକ୍ରମଣରେ ଜଣେ ନାବାଳକ ଗୁରୁତର ଆହତ ହୋଇଥିବା ଜଣାପଡ଼ୁଛି।

ଆଜି ଅପରାହ୍ନ ପ୍ରାୟ ତିନିଟା ବେଳେ ଭାଲୁଟି ତୁରି ନଦୀ ପାର୍ଶ୍ୱ ଜଙ୍ଗଲରୁ ପଳାଇ ଆସି ମସ୍‌ଜିନ୍‌ ପାଖରେ ଥିବା ଜଣଙ୍କ ବାଡ଼ିରେ ପଶି ଯାଇଥିଲା। ଗାଁ ଲୋକ ଭାଲୁକୁ ଦେଖି ହୋହଲ୍ଲା କରିଥିଲେ। ଏହା ପରେ ଭାଲୁଟି ବଙ୍କା ସାହି ଗଳିରେ ପଶି ଯାଇଥିଲା। ସେହି ସମୟରେ ଅଶୋକ ପଟ୍ଟନାୟକଙ୍କ ୧୨ ବର୍ଷୀୟ ପୁଅ ଆଶୁତୋଷ ପଟ୍ଟନାୟକଙ୍କୁ ଆକ୍ରମଣ କରିଥିଲା। ତାଙ୍କ ଜଙ୍ଘକୁ ଝୁଣି ପକାଇଥିଲା ଭାଲୁ।
ଲୋକଙ୍କ ଗହଳୀ ଦେଖି ଭାଲୁଟି ସହର ମଧ୍ୟ ଦେଇଯାଇଥିବା NH26 ଉପରେ ଦୌଡ଼ିଥିଲା। ଭାଲୁକୁ ଦେଖି ସହରବାସୀ ଭୟଭୀତ ହୋଇଯାଇଥିଲେ। ରାସ୍ତାରେ ଭାଲୁକୁ ଦେଖି ସାଇକଲ ଓ ମୋଟର ସାଇକଲ ଛାଡି ଦୌଡ଼ିଥିଲେ ଲୋକେ। ପରବର୍ତ୍ତୀ ସମୟରେ ଭାଲୁଟି ଚମ୍ପା ବଣକୁ ଚାଲି ଯାଇଥିଲା। ଚମ୍ପା ବନଟି ଜନବସତି ପାଖରେ ରହିଥିବାରୁ ଲୋକେ ଭୟଭୀତ ହୋଇପଡ଼ିଛନ୍ତି।

ସେପଟେ ବନ ବିଭାଗ ଓ ପୁଲିସ ଖବର ପାଇ ଚମ୍ପାବଣ ନିକଟରେ ପହଞ୍ଚିଥିଲେ। ଲୋକଙ୍କୁ ବୁଝାସୁଝା କରିଥିଲେ। ସେପଟେ ବନ ବିଭାଗ ଭାଲୁର ଗତିବିଧି ଉପରେ ନଜର ରଖିଛି।

Leave a Reply

Your email address will not be published. Required fields are marked *

Most Popular

Exit mobile version