Latest

ଦରକାର ଠାରୁ ଅଧିକ ଶୋଷ ଲାଗୁଥିଲେ ହୋଇପାରେ ଗମ୍ଭୀର ସମସ୍ୟା !

Posted on

ଗରମ ଦିନ ଆସିଗଲାଣି। ଗରମ ଦିନରେ ଅଧିକ ପାଣି ପିଇବା ଜରୁରୀ ହୋଇଥାଏ। କିନ୍ତୁ ଯଦି ଆପଣଙ୍କୁ ଦରକାର ଠାରୁ ଅଧିକ ଶୋଷ ଲାଗିଥାଏ, ତେବେ ଆପଣ ସତର୍କ ରହିବା ଉଚିତ। ଏହା ଡାଇବେଟିଜର ପ୍ରାରମ୍ଭକ ଲକ୍ଷଣ ହୋଇଥାଏ। ଏପରିସ୍ଥଳେ ବ୍ଲଡ ସୁଗାର ତୁରନ୍ତ ଯାଞ୍ଚ କରିଦିଅନ୍ତୁ।
ଓଜନ କମ୍‌ ହେବା:
ଯେଉଁ ବ୍ୟକ୍ତିଙ୍କୁ ଡାଇବେଟିଜ ଆରମ୍ଭ ହୁଏ, ତାଙ୍କ ଓଜନ ଦ୍ରୁତଗତିରେ ହ୍ରାସ ହୋଇଥାଏ। ହାଇ ବ୍ଲଡ ସୁଗାର ଫ୍ୟାଟ୍‌କୁ ଷ୍ଟୋର କରିବା ପ୍ରୋସେସ ଉପରେ ଫରକ ପକାଏ। ତେଣୁ ଓଜନ ହ୍ରାସ ହୋଇଯାଏ।

ଡାଇବେଟିଜର ଲକ୍ଷଣ:
ବାରମ୍ବାର ଶୋଷ ଲାଗିବା ପ୍ରଥମ କାରଣ ହୋଇପାରେ। ରକ୍ତରେ ସୁଗାର ମାତ୍ରା ବଢିବା ଯୋଗୁଁ କିଡନୀ ଏହାକୁ ସହଜରେ ଛାଣି ପାରେ ନାହିଁ। ଶରୀରରେ ପାଣିର ଅଭାବ ହେବା ଯୋଗୁଁ ବାରମ୍ବାର ଶୋଷ ଲାଗିଥାଏ। ଏହାଛଡା ଆପଣଙ୍କୁ ବାରମ୍ବାର ଭୋକ ଲାଗିବା ମଧ୍ୟ ଡାଇବେଟିଜର ସଂକେତ ହୋଇଥାଏ।

ଅଧିକ ଥକ୍କାପଣ ଏବଂ ମୁଣ୍ଡବିନ୍ଧା:
ଯଦି ଆପଣଙ୍କୁ ଅଧିକ ଥକ୍କାପଣ, ମୁଣ୍ଡବ୍ୟଥା, ଆଖିକୁ ଝାପସା ଦେଖାଯିବା, ହୃଦ ସ୍ପନ୍ଦନ ବଢିଯିବା ଭଳି ଲକ୍ଷଣ ଦେଖାଯାଏ, ତେବେ ନିଜର ବ୍ଲଡ ସୁଗାର ଲେବଲ ନିଶ୍ଚିତ ଚେକ୍‌ କରାନ୍ତୁ।

ବାରମ୍ବାର ପରିସ୍ରା ଲାଗିବା :
କିଡନୀ ରକ୍ତରେ ଥିବା ଅଧିକ ସୁଗାରକୁ ଫିଲଟର କରିପାରେ ନାହିଁ। ତେଣୁ ସୁଗାର ୟୁରିନ ଜରିଆରେ ପଦାକୁ ଆସିଯାଏ। ଅଧିକ ୟୁରିନ ଲାଗିବା ଯୋଗୁଁ ଶରୀରରେ ପାଣିର ଅଭାବ ଦେଖାଦିଏ।

Leave a Reply

Your email address will not be published. Required fields are marked *

Most Popular

Exit mobile version