ରାଜ୍ୟ
ବିଜୁ ଯୁବ ବାହିନୀ ସିଇଓ ବଦଳିଲେ
ଭୁବନେଶ୍ୱର:ବିଜୁ ଯୁବ ବାହିନୀର ସିଇଓ ପଦରୁ ଆଇଏଏସ ଚଂଚଳ ରାଣାଙ୍କୁ ହଟାଇ ଦିଆଯାଇଛି।ଆଜି ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି।
ବିଜ୍ଞପ୍ତି ଅନୁସାରେ, କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗରେ ଓଏସଡି ଭାବେ କାର୍ଯ୍ୟ କରୁଥିବା ଶ୍ରୀ ରାଣା ବିଜୁ ଯୁବ ବାହିନୀର ପ୍ରଥମ ସିଇଓ ଥିଲେ।କିନ୍ତୁ ତାଙ୍କୁ ଆଜି ଅଚାନକ ଗଜପତି ଜିଲ୍ଲା ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ(ଇନଚାର୍ଜ) ଭାବେ ବଦଳି କରାଯାଇଛି।
ପଂଚାୟତିରାଜ ବିଭାଗର ସ୍ୱତନ୍ତ୍ର ପ୍ରକଳ୍ପ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିବା ପ୍ରେମଚନ୍ଦ୍ର ଚୌଧୁରୀଙ୍କୁ ବିଜୁ ଯୁବ ବାହିନୀର ସିଇଓ ଭାବେ ଅତିରିକ୍ତ ଦାୟିତ୍ୱ ନ୍ୟସ୍ତ ହୋଇଛି।
ସେହିପରି କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଏମ୍. ମୁଥୁକୁମାରଙ୍କୁ ଓଡ଼ିଶା କୃଷି ଶିଳ୍ପ ନିଗମ(ଓଏଆଇସି)ର ପରିଚାଳନା ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି।
ସେହିପରି ଭୁବନେଶ୍ୱର ମହାନଗର ନିଗମର ଅତିରିକ୍ତ କମିଶନର ଆଇଏଏସ ସ୍ୱାଧା ଦେବଙ୍କୁ ଜଳସମ୍ପଦ ବିଭାଗର ଉପସଚିବ ଭାବେ ବଦଳି କରାଯାଇଛି । ସେ ଓଡ଼ିଶା ଉଠା ଜଳସେଚନ ନିଗମର ପରିଚାଳନା ନିର୍ଦ୍ଦେଶକ(ଇନଚାର୍ଜ) ଓ ଭୁବନେଶ୍ୱର ଉନ୍ନୟନ ପ୍ରାଧିକରଣ(ବିଡିଏ)ର ଅତିରିକ୍ତ କମିଶନର ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ।