ରାଜନୀତି

ରମଣ ସିଂହଙ୍କ ମକ୍ତବ୍ୟ ପ୍ରତିବାଦରେ ଯୁବ-ଛାତ୍ର ବିଜେଡିର ବିକ୍ଷୋଭ

Posted on

ଭୁବନେଶ୍ୱର: ଛତିଶଗଡ଼ ମୁଖ୍ୟମନ୍ତ୍ରୀ ରମଣ ସିଂହଙ୍କ ବକ୍ତବ୍ୟ ପ୍ରତିବାଦରେ ଆଜି ଯୁବ-ଛାତ୍ର ବିଜେଡି ପକ୍ଷରୁ ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ୍‍ ଛକଠାରେ ଏକ ପଥପ୍ରାନ୍ତ ସଭାରେ ହଜାରେରୁ ଊଦ୍ଧ୍ୱର୍ ଯୁବ-ଛାତ୍ର କର୍ମୀ ଏକଜୁଟ୍‍ ହୋଇ ରମଣ ସିଂହଙ୍କ କୁଶ ପୁତ୍ତଳିକା ଦାହ କରିଥିଲେ । ବିଜୁ ଜନତା ଦଳ ସାଧାରଣ ସଂପାଦକ (ଯୁବ ବ୍ୟାପାର) ସଂଜୟ କୁମାର ଦାସବର୍ମା, ବିଧାୟକ ବିଜୟ ମହାନ୍ତି, ପ୍ରିୟଦର୍ଶୀ ମିଶ୍ର, ଯୁବ ବିଜେଡି ସଭାପତି ଅମରେଶ ପତ୍ରୀ, ଛାତ୍ର ବିଜେଡି ସଭାପତି ରାଣାପ୍ରତାପ ପାତ୍ରଙ୍କ ନେତୃତ୍ୱରେ ଯୁବ-ଛାତ୍ର କର୍ମୀମାନେ ଛତିଶଗଡ଼ ଓ କେନ୍ଦ୍ର ସରକାର ବିରୋଧୀ ପ୍ଲାକାର୍ଡମାନ ଧରି ବିକ୍ଷୋଭ ପ୍ରଦର୍ଶନ କରିବା ସହ ନାରାବାଜି କରିଥିଲେ । ରମଣ ସିଂହଙ୍କ ଔଦ୍ଧତ୍ୟପୂର୍ଣ୍ଣ ମନ୍ତବ୍ୟ ଏବଂ କେନ୍ଦ୍ରର ପକ୍ଷପାତିତାର ଦୃଢ଼ ନିନ୍ଦା କରିବା ସହ ରମଣ ସିଂହଙ୍କ ଓଡ଼ିଶା ବିରୋଧୀ ମନ୍ତବ୍ୟ ପାଇଁ ରାଜ୍ୟବାସୀଙ୍କ ପାଖରେ କ୍ଷମା ମାଗନ୍ତୁ ଏବଂ ରାଜ୍ୟର ଦୁଇ କେନ୍ଦ୍ରମନ୍ତ୍ରୀ ଓ ବିଜେପି ମଧ୍ୟ ରମଣ ସିଂହଙ୍କ ବକ୍ତବ୍ୟ ଉପରେ ଆଭିମୁଖ୍ୟ ସ୍ପଷ୍ଟ କରନ୍ତୁ ବୋଲି ଶ୍ରୀ ଦାସବର୍ମା କହିଥିଲେ । ଏହି ବିକ୍ଷୋଭ ଓ ପଥପ୍ରାନ୍ତ ସଭାରେ ବିଜେଡି ରାଜ୍ୟ ସଂପାଦକ ବିଜୟ ନାୟକ, ଜିଲ୍ଲା କାର୍ଯ୍ୟକାରୀ ସଭାପତି ବାବୁ ସିଂହ, ଯୁବ ବିଜେଡି ମହାସଚିବ ଶିଶିର ପରିଜା, ଉପଦେଷ୍ଟା ଅମରେଶ ଜେନା, ସଂଜୟ ବାବୁ, ସୁନୀଲ ପ୍ରଧାନ, ଉପସଭାପତି ଦୁର୍ଗା ସାମନ୍ତରାୟ, ସନ୍ତୋଷ ବେଜ, ସାଧାରଣ ସଂପାଦକ ଜ୍ୟୋତିରଞ୍ଜନ ଜେନା, ଏଲିନା ଦାଶ, ଧୃତୀରଞ୍ଜନ ମାର୍ଥା, ସୁନୀଲ ପଣ୍ଡା, ନରେଶ ପାତ୍ର, ତନ୍ମୟ ସ୍ୱାଇଁ, ସଂପାଦକ ମଳୟ ରଞ୍ଜନ ପତି, ଜିଲ୍ଲା ସଭାପତି ଅମରଜିତ୍‍ ସେନାପତି, ସୁଜିତ ସ୍ୱାଇଁ, ଛାତ୍ର ବିଜେଡି ଉପଦେଷ୍ଟା ଚିନ୍ମୟ ସାହୁ, ଉପ-ସଭାପତି କନିଷ୍କ ଜେନା, ସୌଭିକ୍‍ ବିଶ୍ୱାଳ, ସାଧାରଣ ସଂପାଦକ ପ୍ରଦୋଷ ପରିଡ଼ା, ବିଶ୍ୱପ୍ରତାପ ସାହୁ, ସୁଜିତ ପାଲ୍‍ଟାସିଂହ, ମିକୁ ପ୍ରଧାନ, ପ୍ରମୋଦ ପାତ୍ର, ଜ୍ୟୋତି ରଞ୍ଜନ ସାମଲ, ଜୋନ୍‍ ସଭାପତି ଅଜିତ ବେହେରା, ମହିଳା ବିଜେଡି ଉପସଭାପତି ସଂଯୁକ୍ତା ମହଲ, ଜିଲ୍ଲା ସଭାପତି ଭାରତୀ ସିଂହଙ୍କ ସମେତ ବହୁ କର୍ପୋରେଟର୍‍, ଦଳୀୟ କର୍ମୀ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *

Most Popular

Exit mobile version