ରାଜ୍ୟ

କେରଳ ପାଇଁ ସହାୟତା ଲୋଡ଼ିଲା ବିଜେଡି

Posted on

ଭୁବନେଶ୍ୱର:କେରଳ ରାଜ୍ୟ ନିକଟରେ ପ୍ରଳୟଙ୍କରୀ ବନ୍ୟାର ଶିକାର ହୋଇଛି ଏବଂ ସମଗ୍ର ରାଜ୍ୟରେ ବ୍ୟାପକ କ୍ଷୟକ୍ଷତି ଘଟିଛି।ରାଜ୍ୟବାସୀଙ୍କ ସହିତ ଓଡ଼ିଶାର ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି,ଦଳର ସମସ୍ତ ସାଂସଦ ଏବଂ ବିଧାୟକଗଣ ଏଭଳି ଅଭୂତପୂର୍ବ ବନ୍ୟା ପରିସ୍ଥିତି ଏବଂ ବନ୍ୟା ପରବର୍ତ୍ତୀ କ୍ଷୟକ୍ଷତିରେ ଗଭୀର ଭାବରେ ମର୍ମାହତ।କେରଳ ରାଜ୍ୟବାସୀଙ୍କ ଏଭଳି ଦୁର୍ଦ୍ଦିନରେ ବିଜେଡି ସେମାନଙ୍କ ଦୁଃଖରେ ସହଭାଗୀ।କେରଳରେ ରିଲିଫ୍‍, ଥଇଥାନ ଏବଂ ପୁନରୁଦ୍ଧାର କାର୍ଯ୍ୟକୁ ଦ୍ରୁତ ବେଗରେ ଆଗେଇ ନେବା ପାଇଁ ଦଳର ସଭାପତିଙ୍କ ଠାରୁ ଆରମ୍ଭ କରି ଦଳର ପ୍ରତ୍ୟେକ ସାଂସଦ ଏବଂ ବିଧାୟକଗଣ ସେମାନଙ୍କର ଏକ ମାସର ଦରମା କେରଳ ବନ୍ୟା ପ୍ରପୀଡ଼ିତଙ୍କ ସାହାଯ୍ୟାର୍ଥେ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‍ ପାଣ୍ଠିକୁ ପ୍ରଦାନ କରିବା ପାଇଁ ଗ୍ରାମ୍ୟ ଉନ୍ନୟନ ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ବିନମ୍ର ନିବେଦନ କରିଛନ୍ତି ବୋଲି ବିଜେଡି ରାଜ୍ୟ ସଂପାଦକ ବିଜୟ ନାୟକ ଏକ ପ୍ରେସ୍‍ ଇସ୍ତାହାରରେ ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *

Most Popular

Exit mobile version