ଭୁବନେଶ୍ୱର(ଓଡବ୍ଲ୍ୟୁ):ଆଗାମୀ ସାଧାରଣ ନିର୍ବାଚନରେ ଓଡ଼ିଶାରେ ବିଜେପି କାହାକୁ ଆଗୁଆ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଉପସ୍ଥାପିତ କରିବ ନାହିଁ ବରଂ ସମୂହ ନେତୃତ୍ୱରେ ନିର୍ବାଚନ ଲଢ଼ିବ।କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ତଥା ଓଡ଼ିଶାରେ ସମ୍ଭାବ୍ୟ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଏହି ସୂଚନା ଦେଇଛନ୍ତି।ଧର୍ମେନ୍ଦ୍ରଙ୍କ ଏହି ମନ୍ତବ୍ୟ ସହିତ ଓଡ଼ିଶାରେ ନିର୍ବାଚନ ପୂର୍ବରୁ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀକୁ ନେଇ ଚାଲିଥିବା ଚର୍ଚ୍ଚାର ମଧ୍ୟ ଅବସାନ ଘଟିଛି।
ଅନୁଗୁଳ ଜିଲ୍ଲାର ପାଲଲହଡ଼ା ଆସନରୁ ପୁଣିଥରେ ବିଧାନସଭା ପ୍ରାର୍ଥୀ ହେବାକୁ ଗତକାଲି ଇସାରା ଦେଇଥିବା କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଆଜି ଚତୁରତାର ସହ ଏହି ପ୍ରସଙ୍ଗକୁ ଏଡ଼ାଇ ଯାଇଛନ୍ତି। ପାଲଲହଡ଼ାରୁ ଲଢ଼ିବା ପ୍ରସଙ୍ଗରେ ସାମ୍ବାଦିକଙ୍କ ପ୍ରଶ୍ନର ଉତର ଦେଇ ଧର୍ମେନ୍ଦ୍ର କହିଛନ୍ତି ଯେ ସେ ଓଡ଼ିଶାର ୧୪୭ଟି ବିଧାନସଭା ଆସନରୁ ବିଜେପିର ପ୍ରାର୍ଥୀ ହେବାକୁ ଆଗ୍ରହୀ ଅଛନ୍ତି।୨୧ଟି ଲୋକସଭା ଆସନରେ ଦଳ କିଭଳି ବିଜୟୀ ହେବ ସେଥିପାଇଁ ପୁରା ଶକ୍ତି ଲଗାଇବାକୁ ପଡ଼ିବ।ରାଜ୍ୟରେ ବିକଳ୍ପ ଭାବେ ବିଜେପିକୁ ଉଭା କରିବା କାର୍ଯ୍ୟରେ ଦଳର ସମସ୍ତେ ଲାଗିଛନ୍ତି।ସେ ଗୁଣ୍ଡୁଚି ମୂଷା।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି ଜାତୀୟ ଅଧ୍ୟକ୍ଷ ଅମିତ୍ ଶାହଙ୍କ ଫୋକସରେ ଓଡ଼ିଶା ଥିବାରୁ ଆଗାମୀ ନିର୍ବାଚନରେ ବିଜେପି ରାଜ୍ୟରେ ସବୁଠୁ ବଡ଼ ଦଳ ଭାବେ ଉଭା ହେବ।ସେ ଦିଗରେ କାର୍ଯ୍ୟ ଚାଲିଛି।ଏହାବ୍ୟତୀତ ବିଜୟ ମହାପାତ୍ର ଓ ଦିଲ୍ଲୀପ ରାୟ ବିଜେପି ଛାଡ଼ିବାର ପ୍ରଭାବ ଦଳ ଉପରେ ପଡ଼ିବ ନାହିଁ ବୋଲି ଧର୍ମେନ୍ଦ୍ର ଦମ୍ଭୋକ୍ତି ବ୍ୟକ୍ତ କରିଛନ୍ତି।
ସୂଚନାଯୋଗ୍ୟ ଗତକାଲି ଧର୍ମେନ୍ଦ୍ର ପାଲଲହଡ଼ା ନିର୍ବାଚନମଣ୍ଡଳୀ ଯାଇ ସେଠାରେ ଅନେକ ସାଂସ୍କୃତିକ ଓ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।
ନବୀନଙ୍କ ହସ୍ତକ୍ଷେପ ସତ୍ତ୍ୱେ ଥମିଲାନି ଗଞ୍ଜାମ ବିଜେଡି ବିବାଦ
ଭୁବନେଶ୍ୱର(ଓଡ଼ିଶା ୱେୟାର): ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିଜ ଜିଲ୍ଲା ଗଞ୍ଜାମରେ ବିଜେଡି ବିପର୍ଯ୍ୟସ୍ତ ହେବାରେ ଲାଗିଛି । ଦଳର ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଛକାପଞ୍ଝା ଓ...