ଭୁବନେଶ୍ୱର(ଓଡବ୍ଲ୍ୟୁ):ଢେଙ୍କାନାଳର ବେଲଟିକିରି ଆଶ୍ରୟ ଗୃହରେ ଯୌନ ନିର୍ଯାତନା ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଓ ବିଭାଗୀୟ ମନ୍ତ୍ରୀ ପ୍ରଫୁଲ୍ଲ ସାମଲଙ୍କ ଇସ୍ତଫା ପାଇଁ ବିରୋଧୀ ଦଳ ଦାବି ଜୋରଦାର କରିଛି।କିନ୍ତୁ ବିରୋଧୀ ଦଳର ଦାବି ନୁହେଁ ବରଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଲେ ଇସ୍ତଫା ଦେବାକୁ ପ୍ରସ୍ତୁତ ବୋଲି ମନ୍ତ୍ରୀ ଶ୍ରୀ ସାମଲ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି।
ବିଜେପି ପ୍ରତିନିଧି ଦଳ ବେଲଟିକିରି ଗସ୍ତ ପରେ ଆଜି ସାମ୍ବାଦିକ ସମ୍ମିଳନୀ କରି ଜିଲ୍ଲା ପ୍ରଶାସନ ଓ ମନ୍ତ୍ରୀଙ୍କ ଉପରେ ବର୍ଷିଥିବାବେଳେ କଂଗ୍ରେସ ମଧ୍ୟ ସାମ୍ବାଦିକ ସମ୍ମିଳନୀ କରି ବିଭାଗୀୟ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛି।ବିରୋଧୀ ଦଳ ପକ୍ଷରୁ ଏଭଳି ଜୋରଦାର ସମାଲୋଚନା ପରେ ସାମ୍ବାଦିକମାନଙ୍କୁ ପ୍ରତିକ୍ରିୟା ଦେଇ ଶ୍ରୀ ସାମଲ କହିଛନ୍ତି ଯେ, ଲୋକ ଚାହିଁଲେ କିମ୍ବା ନବୀନ ପଟ୍ଟନାୟକ କହିଲେ ସେ ମନ୍ତ୍ରୀ ପଦରୁ ଇସ୍ତଫା ଦେବେ ।କିନ୍ତୁ ବିରୋଧୀ ଦଳଙ୍କ ଦାବିରେ ସେ ଇସ୍ତଫା ଦେବାର ପ୍ରଶ୍ନ ଉଠୁନି।


