ରାଜ୍ୟ
ଡଙ୍ଗା ବୁଡ଼ି : ମୃତ୍ୟୁ ସଂଖ୍ୟା ୯କୁ ବୃଦ୍ଧି, ୪ଲକ୍ଷ ଟଙ୍କା ଲେଖାଏ ସହାୟତା
କେନ୍ଦ୍ରାପଡ଼ା(ଓଡ଼ିଶା ୱେୟାର): କେନ୍ଦ୍ରାପଡ଼ାର ନିପାଣିଆରେ ମହାନଦୀରେ ଯାତ୍ରୀବାହୀ ଡଙ୍ଗା ଓଲଟିବା ଘଟଣାରେ ମୃତ୍ୟୁସଂଖ୍ୟା ୯ରେ ପହଞ୍ଚିଛି। ବର୍ତ୍ତମାନସୁଦ୍ଧା ଜଣେ ଶିଶୁ ନିଖୋଜ ଥିବା ଜଣାଯାଇଛି। ମୃତକମାନଙ୍କ ମଧ୍ୟରେ ୬ ଜଣ ଶିଶୁ ,୨ ଜଣ ମହିଳା ଓ ଜଣେ ପୁରୁଷ ଲୋକ ଅଛନ୍ତି। ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟକଟନାୟକ ଦୁଃଖ ପ୍ରକାଶ କରିବା ସହିତ ମୃତକମାନଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଁଏ ଅନୁକମ୍ପା ସହାୟତା ପ୍ରଦାନ ପାଇଁ ଘୋଷଣା କରିଛନ୍ତ।ସେହିପରିଏହି ଡଙ୍ଗାବୁଡ଼ି ଘଟଣାରେ ଆହତମାନଙ୍କ ଚିକିତ୍ସା ମାଗଣାରେ କରିବାକୁ ମୁଖମନ୍ତ୍ରୀ ଶ୍ରୀ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି।
ମିଳିଥିବା ସୂଚନା ଅନୁସାରେ, କୁଜଙ୍ଗ ନିକଟରୁ ହସିଣା ଗ୍ରାମର ମହିଳା ଓ ଶିଶୁଙ୍କ ସମେତ ପ୍ରାୟ ୪୫ଜଣ କେନ୍ଦ୍ରାପଡ଼ା ଜିଲ୍ଲାର ହୁକିଟୋଲା ବତୀଘରକୁ ପିକ୍ନିକ୍ କରିବାକୁ ଯାଇଥିଲେ।।ଗତକାଲି ସନ୍ଧ୍ୟାରେ ସେମାନେ ଫେରୁଥିବା ବେଳେ ଡଙ୍ଗାଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଫଳରେ ଗଭୀର ଜଳ, ଅନ୍ଧାର ରାତି ଯୋଗୁଁ ୧୦ ଜଣ ନିଖୋଜ ହୋଇଯାଇଥିଲେ। ସ୍ଥାନୀୟ ଲୋକେ ଖୋଜାଖୋଜି କରି ୮ଜଣଙ୍କ ମତଦେହ ଉଦ୍ଧାର କରିଥିଲେ। ଯେଉଁଠାରେ ଡଙ୍ଗାବୁଡ଼ିଥିଲା, ସେଠାରେ କୁମ୍ଭୀର ଚଳପ୍ରଚଳ ହେଉଥିବାରୁ ଉଦ୍ଧାର କାର୍ୟ୍ୟ ମଧ୍ୟ ବାଧାପାପ୍ତ ହୋଇଥିଲା। ତେବେ ଆଜି ସକାଳୁ ଆଉ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଏବେ ବି ଆଉ ଜଣେ ଶିଶୁ ଏହି ଡଙ୍ଗାବୁଡ଼ି ଘଟଣାରେ ନିଖୋଜ ଅଛନ୍ତି। ପିକନିକ ସାରି ସଂଧ୍ୟାରେ ସେମାନେ ଫେରୁଥିବା ସମୟରେ ନଈରେ ବଡ଼ ବଡ଼ ଢ଼େଉ ଆସିବାରୁ ମହାନଦୀ ମୁହାଣ ନିକଟରେ ଡଙ୍ଗାଚାଳକ ଡଙ୍ଗାର ଭାରସାମ୍ୟ ରକ୍ଷା କରିପାରି ନ ଥିଲେ, ଫଳରେ ଡଙ୍ଗାଟି ବୁଡ଼ି ଯାଇଥିଲା।