ରାଜ୍ୟ

ବଲାଙ୍ଗିର ମେଡିକାଲ କଲେଜ ଲୋକାର୍ପିତ

Posted on

ଭୁବନେଶ୍ୱର:ନବନିର୍ମିତ ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି ।ବଲାଙ୍ଗିରସ୍ଥିତ ଏହି ମେଡିକାଲ କଲେଜରେ ମୋଟ ୧୦୦ଟି ସିଟ୍ ରହିଛି।ଏହି ଉଦଘାଟନ ସହ ଦୀର୍ଘ ୨୦ବର୍ଷ ଧରି ବଲାଙ୍ଗିରରେ ମେଡିକାଲ କଲେଜ ସ୍ଥାପନର ସ୍ୱପ୍ନ ସାକାର ହୋଇଛି।
ଏହି ଉଦଘାଟନ ଉତ୍ସବରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା, ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା, ବିରୋଧୀ ଦଳ ନେତା ନରସିଂହ ମିଶ୍ର, ସ୍ଥାନୀୟ ସାଂସଦ କଳିକେଶ ସିଂହଦେଓ, ଜିଲ୍ଲାପାଳ ଅରବିନ୍ଦ ଡାକୁଆ ପ୍ରମୁଖ ଉପସ୍ଥିତ ଥିଲେ। ୧୮୯ କୋଟି ଟଙ୍କା ବ୍ୟୟରେ ଏହି ମେଡିକାଲ କଲେଜ ନିର୍ମିତ ହୋଇଛି।ଆସନ୍ତାକାଲିଠୁ ଏହି ମେଡିକାଲ କଲେଜରେ ପାଠପଢ଼ା ଆରମ୍ଭ ହେବ।କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ଅନୁଦାନରେ ନିର୍ମିତ ହୋଇଥିବା ଏହି ମେଡିକାଲ କଲେଜ ଓ ହସ୍ପିଟାଲ ସ୍ଥାପନର ଶ୍ରେୟ ନେବା ପାଇଁ ରାଜ୍ୟର ପ୍ରମୁଖ ୩ଟି ଦଳ ବିଜେଡି, କଂଗ୍ରେସ ଓ ବିଜେପି ମଧ୍ୟରେ ସେଠାରେ ଏକରକମ ପ୍ରତିଦ୍ୱନ୍ଦ୍ୱିତା ଆରମ୍ଭ ହୋଇଛି।

Leave a Reply

Your email address will not be published. Required fields are marked *

Most Popular

Exit mobile version