ରାଜ୍ୟ

ବିକାଶକେନ୍ଦ୍ରିକ ବଜେଟ: ମୁଖ୍ୟମନ୍ତ୍ରୀ

Posted on

ଭୁବନେଶ୍ୱର(ଓଡ଼ିଶା ୱେୟାର): ୨୦୧୯-୨୦ ଆର୍ଥିକ ବର୍ଷର କାମଚଳା ବଜେଟ ବାସ୍ତବ ଭାବେ ବିକାଶକେନ୍ଦ୍ରିକ, ଚାଷୀ,ଗରିବ,ମହିଳା,ଯୁବ ଓ ଅନୁସୂଚିତ ଜାତି-ଜନଜାତି ବର୍ଗର ସ୍ୱାର୍ଥ ପାଇଁ ଉଦ୍ଦିଷ୍ଟ ଥିବା ବଜେଟ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ସରକାର କେବଳ ପ୍ରତିଶ୍ରୁତିରେ ନୁହେଁ ବାସ୍ତବ କାମରେ ବିଶ୍ୱାସ କରନ୍ତି । ଆମ କାମ ହିଁ କଥା କହେ ।
ଏହି ବଜେଟ ସରକାରଙ୍କ ଭଲ କାମକୁ ଜାରି ରଖିବାରେ ସହାୟକ ହେବ । କାଳିଆ ଯୋଜନା, କାଳିଆ ବୃତ୍ତି ଯୋଜନା, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା, ଅନୁସୂଚିତ ଜାତି ଓ ଜନଜାତିଙ୍କ ପିଲାଙ୍କ ବୃତ୍ତି, ଆମ ଗାଁ ଆମ ବିକାଶ, ମଧୁବାବୁ ପେନସନ ଯୋଜନା, ଗୃହନିର୍ମାଣ, ପାନୀୟ ଜଳ, ସମସ୍ତଙ୍କ ପାଇଁ ବିଦ୍ୟୁତ, ନିଯୁକ୍ତି ସୃଷ୍ଟି ଓ ରାଜସ୍ୱ ସୃଷ୍ଟି ଏବଂ ମେକ୍ ଇନ୍ ଓଡ଼ିଶା ପ୍ରତିଶ୍ରୁତିକୁ ବାସ୍ତବ ରୂପ ଦେବା ପାଇଁ ବଜେଟରେ ଆବଶ୍ୟକ ବ୍ୟବସ୍ଥା ହୋଇଥିବାରୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସନ୍ତୋଷ ବ୍ୟକ୍ତ କରିଛନ୍ତି ।

ବଜେଟ୍ ସବୁବର୍ଗଙ୍କୁ ନିରାଶ କରିଛି : ବିଜେପି
ରାଜ୍ୟ ସରକାର ଆଗତ କରିଥିବା ବଜେଟରେ କୌଣସି ନୂଆ ଘୋଷଣା ନାହିଁ । ଲୋକମାନଙ୍କୁ ଭ୍ରମିତ କରିବା ପାଇଁ ଏହି ବଜେଟରେ ଉଦ୍ୟମ ହୋଇଛିି ଓ ସବୁବର୍ଗଙ୍କୁ ନିରାଶ କରାଯାଇଛି ବୋଲି ରାଜ୍ୟ ଉପସଭାପତି ସମୀର ମହାନ୍ତି କହିଛନ୍ତିା ଏହି ବଜେଟର ରୂପରେଖ ହେଉଛି ପୁରୁଣା ବୋତଲରେ ନୁଆ ଲେବଲ ଲାଗିବା ଭଳିା ନିର୍ବାଚନ ପୂର୍ବରୁ ବୋଧହୁଏ ଏହି ବଜେଟ ତାଙ୍କର ଶେଷ ବଜେଟ ବୋଲି ମୁଖ୍ୟମନ୍ତ୍ରୀ ଜାଣିସାରିଲେଣି। ସେଥିପାଇଁ ବଜେଟ୍ ପ୍ରସ୍ତୁତିରେ ନବୀନ ବାବୁଙ୍କର ଉତ୍ସାହ କମିଯାଇଛି। କୌଣସି ନୂଆ ଘୋଷଣା ଏହି ବଜେଟରେ ନକରିବା ସରକାରଙ୍କର ମନୋବଳ ଭାଙ୍ଗିଯାଇଥିବାକୁ ପ୍ରମାଣିତ କରୁଛି। ନିର୍ବାଚନକୁ ଆଖି ଆଗରେ ରଖି କାଳିଆ ଯୋଜନାରେ ୪୦୦୦ କୋଟି ଟଙ୍କାର ବ୍ୟବସ୍ଥା କରିଛନ୍ତି । ରାଜ୍ୟରେ ଚାଷୀମାନଙ୍କ ଅସନ୍ତୋଷରେ ସରକାର ଭୟ କରି ଏପରି କରିଛନ୍ତି । ପୁରୁଣା ପାପକୁ କାଳିଆ ଯୋଜନାରେ ଧୋଇବାର ପ୍ରୟାସ ହୋଇଛି । ମାତ୍ର ଏଥିରେ କେତେ ଭାଗଚାଷୀ ଲାଭବାନ ହେବେ ତାହା ଏକ ବଡ଼ ପ୍ରଶ୍ନ । କାରଣ ରାଜ୍ୟରେ ଭାଗଚାଷୀ ଗଣନା ଏଯାଏଁ ହୋଇନାହିଁ। ପକ୍କାଘର, ପିଇବା ପାଣି, ସାମାଜିକ ନିରାପତ୍ତା ପେନସନ ଆଦିରେ ବଜେଟ ରାଶି କମିଯାଇଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି ।

Leave a Reply

Your email address will not be published. Required fields are marked *

Most Popular

Exit mobile version