ରାଜନୀତି

ବଜେଟକୁ ନେଇ କ’ଣ କହିଲେ କଂଗ୍ରେସ ଓ ବିଜେପି

Posted on

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାଧାରଣ ନିର୍ବାଚନ ପୂର୍ବରୁ କେନ୍ଦ୍ର ସରକାର ଆଜି ଆଗତ କରିଥିବା ୨୦୧୯-୨୦ ମସିହାର ମଧ୍ୟବର୍ତ୍ତୀକାଳୀନ ବଜେଟକୁ ନେଇ ରାଜ୍ୟରେ ମିଶ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । କଂଗ୍ରେସ ବଜେଟକୁ ନିରାଶାଜନକ କହିଥିବାବେଳେ ବିଜେଡି ଏହି ବଜେଟକୁ ନେଇ ମିଶ୍ର ପ୍ରତିକ୍ରିୟା ରଖିଛି । ତେବେ ରାଜ୍ୟ ବିଜେପି ଏହାକୁ କ୍ରାନ୍ତିକାରୀ ବଜେଟ୍ କହିଛି ।
ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ, ଏହା ଏକ ନିରାଶପୂର୍ଣ୍ଣ ବଜେଟ । ଯୁବକମାନଙ୍କ ପାଇଁ କିଛି ନାହିଁ । ଚାଷୀଙ୍କୁ ସମ୍ପୂର୍ଣ୍ଣ ରୂପେ ହତାଶ ଓ ଅପମାନିତ କରାଯାଇଛି । ୫ବର୍ଷ ଶାସନରେ ରହି ବହୁ ପ୍ରତିଶ୍ରୁତି ଦେଇଥିଲେ, ଚାଷୀଙ୍କୁ ଦିନକୁ ୧୭ଟଙ୍କା ଦେଇ ଖୁସି କରିବାକୁ ଚାହୁଁଛନ୍ତି । ଏତିକି ଟଙ୍କା ଦେଇ ବିଜେପି ସରକାର ନିଜର ଔଦ୍ଧତ୍ୟ ପ୍ରଦର୍ଶନ କରିଛି । ଅବଶ୍ୟ ଟିକସ ଛାଡ଼ ପରିମାଣକୁ ୫ଲକ୍ଷ ଟଙ୍କାକୁ ବୃଦ୍ଧି କରିଥିବା ଯୋଗୁ ସେହି ବର୍ଗର ଲୋକ କିଛିଟା ଆଶ୍ୱସ୍ତି ପାଇପାରିବେ । ଚାଷୀ ଓ ଯୁବକମାନଙ୍କ ପ୍ରତି ବଜେଟରେ ଅଣଦେଖା କରାଯାଇଛି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି ।
ଅନ୍ୟପକ୍ଷରେ ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା କେନ୍ଦ୍ର ବଜେଟ୍ ଉପରେ ପ୍ରତିକ୍ରିୟା ବ୍ୟକ୍ତ କରି କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ନେତୃତ୍ୱାଧୀନ କେନ୍ଦ୍ର ସରକାର ଆଜି ଆଣିଥିବା ଆର୍ôଥକ ବଜେଟ ଆମ ଦେଶର ଆର୍ôଥକ ପ୍ରଗତିକୁ ଆଗେଇ ନେବା ଭଳି ଏକ କ୍ରାନ୍ତିକାରୀ ବଜେଟ । ଏହି ବଜେଟ ସବୁ ବର୍ଗକୁ ସୁହାଇଲା ଭଳି । ବିଶେଷକରି ମଧ୍ୟବିତ୍ତ, ଶ୍ରମିକ, କୃଷକଙ୍କ ପାଇଁ ଏହା ଅନନ୍ୟ ଓ ଅସାଧାରଣ ବଜେଟ୍ ହୋଇଛି । ଆୟକର ଛାଡ଼ ପରିମାଣ ୫ଲକ୍ଷ ଟଙ୍କାକୁ ବୃଦ୍ଧି ଯୋଗୁ ୩ କୋଟି ମଧ୍ୟବିତ୍ତ ପରିବାର ଏହାର ସୁବିଧା ପାଇବୋ ସେହିପରି ୨ ହେକ୍ଟରରୁ କମ ଚାଷ ଜମି ଥିବା ଚାଷୀ, ଭାଗ ଚାଷୀ ଏବଂ ନାମମାତ୍ର ଚାଷୀମାନେ ବାର୍ଷିକ ୬ହଜାର ଟଙ୍କାର ସହାୟତା ପାଇବୋ ଏହି ଯୋଜନାରେ ୭୫ ହଜାର କୋଟି ଟଙ୍କାର ଆର୍ôଥକ ପ୍ରାବଧାନ ଅଛି । ଦେଶର ୪୨ କୋଟି ଅସଙ୍ଗଠିତ ଶ୍ରମିକମାନଙ୍କ ପାଇଁ ମାସିକ ୩୦୦୦ ଟଙ୍କାର ପେନସନ, ଗୋସମ୍ପଦର ବିକାଶ ପାଇଁ ୭୫୦ କୋଟି, ଉଜ୍ଜଳା ଯୋଜନାରେ ୮ କୋଟି ମାଗଣା ଗ୍ୟାସ ସଂଯୋଗ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଦେଶର ଜିଡିପି ଅଭିବୃଦ୍ଧି ହାରରେ ବୃଦ୍ଧି ପାଇଛି । ଜିଡିପି ଅଭିବୃଦ୍ଧି ହାର ୭.୧ ପ୍ରତିଶତରୁ ବୃଦ୍ଧି ପାଇ ୮.୨ରେ ପହଂଚିଛି । ଦରବୃଦ୍ଧି ନିୟନ୍ତ୍ରଣରେ ଏହି ସରକାର ସଫଳ ହୋଇଛନ୍ତି ବୋଲି ଶ୍ରୀ ପଣ୍ଡା କହିଛନ୍ତି ।

Leave a Reply

Your email address will not be published. Required fields are marked *

Most Popular

Exit mobile version