Latest

ମାତ୍ର ୨ ବର୍ଷ କ୍ରିକେଟ୍ ଖେଳି ଏହି ଖେଳାଳି ହଠାତ୍ ନେଇଗଲେ ସନ୍ନ୍ଯାସ

Posted on

ନୂଆଦିଲ୍ଲୀ: ଜଣେ କ୍ରିକେଟର ମାତ୍ର ୨ବର୍ଷ ଧରି ନିଜ ଦେଶ ପାଇଁ କ୍ରିକେଟ୍ ଖେଳିବା ପରେ ହଠାତ୍ ଅବସର ଘୋଷଣା କରିଦେଲେ ଯାହା ପରେ ବିଶ୍ୱ କ୍ରିକେଟ୍ ରେ ସମସ୍ତେ ଆଶ୍ଚର୍ଯ୍ଯ ହୋଇଯାଇଥିଲେ । ଉଜ୍ଜ୍ୱଳ ପ୍ରତିଭା ସତ୍ତ୍ୱେ କୌଣସି କ୍ରିକେଟର ନିଜ ଖୁସିରେ ଏତେ ଶୀଘ୍ର ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇନାହାଁନ୍ତି, କିନ୍ତୁ ଏହି ନିଷ୍ପତ୍ତି ସମସ୍ତଙ୍କୁ ଆଶ୍ଚର୍ଯ୍ଯ କରିଛି।
ଶ୍ରୀଲଙ୍କାର ତାରକା ବ୍ଯାଟ୍ସମ୍ଯାନ୍ ଭାନୁକା ରାଜପକ୍ସା କ୍ରିକେଟ୍ ରୁ ଅବସର ଘୋଷଣା କରିଛନ୍ତି । ଏହି କ୍ରିକେଟର ୨୦୧୯ରେ ଶ୍ରୀଲଙ୍କା ପାଇଁ ଆନ୍ତର୍ଜାତୀୟ ସ୍ତରରେ ଡେବୁ୍ଯ କରିଥିଲେ, କିନ୍ତୁ ୨ ବର୍ଷ ମଧ୍ୟରେ ଏହି ଖେଳାଳି କ୍ରିକେଟ୍ ରୁ ଅବସର ନେଇଥିଲେ ଭାନୁକା ଶ୍ରୀଲଙ୍କା ପାଇଁ ୫ ଟି ଏକଦିବସୀୟ ଏବଂ ୧୮ଟି-ଟ୍ବେିଣ୍ଟିରେ ମୋଟ ୪୦୯ ଆନ୍ତର୍ଜାତୀୟ ରନ୍ ସଂଗ୍ରହ କରିଥିଲେ ସେ ଟି -୨୦ ବିଶ୍ୱକପରେ ଶ୍ରୀଲଙ୍କା ଦଳର ଖେଳିଥତ୍ଲେ ଏବଂ ମୋଟ ୧୫୫ରନ୍ ସଂଗ୍ରହ କରିଥିଲେ ।

କାହିଁକି ନେଲେ ଅବସର
ଶ୍ରୀଲଙ୍କା କ୍ରିକେଟ୍ (ଏସ୍.ଏଲ୍.ସି) କୁ ଲେଖିଥିବା ୩୦ବର୍ଷୀୟ ଭାନୁକା ରାଜପାକସା ତାଙ୍କ ବଡ ନିଷ୍ପତ୍ତି ପାଇଁ ପାରିବାରିକ ବାଧ୍ୟତାମୂଳକ ବିଷୟରେ ଉଲ୍ଲେଖ କରିଛନ୍ତି । କେତେକ ଗଣମାଧ୍ୟମ ରିପୋର୍ଟରେ ଦର୍ଶାଯାଇଛି ଯେ ଶ୍ରୀଲଙ୍କା ବୋର୍ଡର ନିଷ୍ପତ୍ତିରେ ସେ ଖୁସି ନୁହଁନ୍ତି ଶ୍ରୀଲଙ୍କା କ୍ରିକେଟ୍ (ଏସ୍.ଏଲ୍.ସି) କୁ ଲେଖିଥିବା ଏକ ପତ୍ରରେ ଭାନୁକା ରାଜପକ୍ସା କହିଛନ୍ତି, ମୁଁ ଜଣେ ଖେଳାଳି ଏବଂ ସ୍ବାମୀ ଭାବରେ ମୋର ସ୍ଥିତିକୁ ଅତି ଯତ୍ନର ସହ ବିଚାର କରିଛି ପିତୃପୁରୁଷ ଏବଂ ଏହା ସହିତ ଜଡ଼ିତ ପାରିବାରିକ ଦାୟିତ୍ୱକୁ ଦୃଷ୍ଟିରେ ରଖି ମୁଁ ଏହି ନିଷ୍ପତ୍ତି ନେଉଛି ।

ଏହି ଖେଳାଳୀ ପ୍ରତିଭାବାନ ଥିଲେ
୨୦୧୦ ଆଇସିସି ଅଣ୍ଡର -୧୯ ବିଶ୍ୱକପରେ ଭାନୁକା ରାଜପକ୍ସା ଶ୍ରୀଲଙ୍କାର ସର୍ବାଧିକ ସ୍କୋରର ହୋଇଥିଲେ । ସେ ୨୦୧୯ ରେ ପାକିସ୍ତାନ ଗସ୍ତରେ ଏକ ମ୍ଯାଚ୍ ସହ ଟି-୨୦ ଆନ୍ତର୍ଜାତୀୟ କ୍ରିକେଟରେ ଡେବ୍ୟ କରିଥିଲେ ଗତ ବର୍ଷ ଜୁଲାଇରେ ଭାରତ ବିପକ୍ଷ ଘରୋଇ ସିରିଜରେ ଭାନୁକା ନିଜର ଏକଦୀବସ୍ର ଡେବ୍ୟ କରିଥିଲେ ଭାନୁକା ରାଜପକ୍ସା ଫିଟନେସ୍ ଚିନ୍ତା କାରଣରୁ ଡ୍ରପ ହେବା ପରେ ଏକ ସାକ୍ଷାତକାରରେ ଚୟନ ନୀତିକୁ ସମାଲୋଚନା କରିଥିଲେ । ଏହା ପରେ ତାଙ୍କୁ ଏକ ବର୍ଷ ପାଇଁ ବାରଣ କରାଯାଇଥିଲା ସେ ଗତ ବର୍ଷ ଆଇସିସି ଟି-୨୦ ବିଶ୍ୱକପରୁ ପ୍ରତ୍ଯାବର୍ତ୍ତନ କରିଥିଲେ ।

ସୁପର -୧୨ ପର୍ଯ୍ଯାୟରେ ବାଂଲାଦେଶ ବିପକ୍ଷରେ ଭାନୁକା ରାଜପାକସେ ଅର୍ଦ୍ଧଶତକ ହାସଲ କରିଥିଲେ। ସେହି ମ୍ଯାଚରେ ଶ୍ରୀଲଙ୍କା ମଧ୍ୟ ଜିତିଥିଲା । ଭାନୁକା ତାଙ୍କ କ୍ଯାରିୟରରେ ୫ଟି ଏକଦୀବସୀୟ ଏବଂ ୧୮ ଟି -20 ଆନ୍ତର୍ଜାତୀୟ ଖେଳିଥିଲେ। ଏଥିରେ ସେ ହାରାହାରି ୧୭.୮୦ରେ ୮୯ ରନ୍ ଏବଂ ହାରାହାରି ୨୬.୬୬ ରେ ୩୨୦ ରନ୍ ସଂଗ୍ରହ କରିଥିଲେ । ଏକଦିବସୀୟରେ ତାଙ୍କର ସର୍ବାଧିକ ସ୍କୋର ୬୫ଟି ଏବଂ ଟି -୨୦ରେ ୭୭ ରନ୍ ସେ ୧୦୫ ଟି -20 ମ୍ଯାଚ୍ ମଧ୍ୟ ଖେଳିଥିଲେ । ଏଥିରେ ସେ ହାରାହାରି ୨୩.୬୦ରେ ୧୯୧୨ ରନ୍ ସ୍କୋର କରିଥିଲେ ଟି -୨୦ ରେ ତାଙ୍କର ସର୍ବାଧିକ ସ୍କୋର ୯୬ ରନ୍ ।

Leave a Reply

Your email address will not be published. Required fields are marked *

Most Popular

Exit mobile version