ରାଜନୀତି

ସି-ଭୋଟର ସର୍ଭେ : ୩ଦଳ ଦ୍ୱନ୍ଦ୍ୱରେ

Posted on

ଭୁବନେଶ୍ୱର(ଓଡବ୍ଲ୍ୟୁ):ଏବିପି ନ୍ୟୁଜ୍ ଓ ସି-ଭୋଟର ସର୍ଭେ ରିପୋର୍ଟ ଏବେ ରାଜ୍ୟର ୩ ପ୍ରମୁଖ ଦଳକୁ ଦ୍ୱନ୍ଦ୍ୱରେ ପକାଇଛି।୨୦୧୮ ନଭେମ୍ବ ୧ ତାରିଖରେ ଯଦି ଭୋଟ୍ ହୁଏ ତା’ହେଲେ ରାଜ୍ୟର ସମସ୍ତ ୨୧ଟି ଲୋକସଭା ଆସନ ମଧ୍ୟରୁ ୧୨ଟିରେ ବିଜେପି, ୬ଟିରେ ବିଜେଡି ଓ ୩ଟି ଆସନରେ କଂଗ୍ରେସ ବିଜୟୀ ହେବ ବୋଲି ଏହି ସର୍ଭେରେ ଆକଳନ କରାଯାଇଛି।
ମାତ୍ର ସେପ୍ଟେମ୍ବର ମାସରେ ଆସିଥିବା ସି-ଭୋଟର ସର୍ଭେ ରିପୋର୍ଟ କିନ୍ତୁ କଂଗ୍ରେସ ପାଇଁ ଉତ୍ସାହଜନକ ନଥିଲା।ଚଳିତଥର ସର୍ଭେ ରିପୋର୍ଟରେ କଂଗ୍ରେସକୁ ୩ଟି ଆସନ ମିଳିବାର ସମ୍ଭାବନା ଦଳକୁ ଅଧିକ ଉତ୍ସାହିତ କରିଛି।କାରଣ ୨୦୧୪ ନିର୍ବାଚନରେ ୨୧ଟି ଆସନ ମଧ୍ୟରୁ ବିଜେଡିକୁ ୨୦ ଓ ବିଜେପିକୁ ଗୋଟିଏ ଆସନ ମିଳିଥିଲା।କଂଗ୍ରେସ ଖାତା ଖୋଲିବାରେ ସକ୍ଷମ ହୋଇନଥିଲା।ବିଜେପି ଲମ୍ବା ଡ଼ିଆ ମାରି ୧ରୁ ୧୨ଟି ଆସନ ଓ ବିଜେଡି ୨୦ରୁ ମାତ୍ର ୬କୁ ଖସିବାର ଆକଳନ ହୋଇଥିବାରୁ ଉଭୟ ଦଳ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି।
ବିଜେପି ଏହି ସର୍ଭେ ରିପୋର୍ଟକୁ ନେଇ ଉତ୍ସାହିତ ଥିଲେ ମଧ୍ୟ କାହାକୁ ପ୍ରାର୍ଥୀ କଲେ ଏଭଳି ଫଳାଫଳ ଆସିବ ତାକୁ ନେଇ ଦ୍ୱନ୍ଦ୍ୱରେ ରହିଛି।ତେବେ ବିଜେଡି ପାଇଁ ସର୍ଭେ ରିପୋର୍ଟ ଏବେ ଚିନ୍ତା ବଢ଼ାଇ ଦେଇଛି।

Leave a Reply

Your email address will not be published. Required fields are marked *

Most Popular

Exit mobile version