ଦେଶ- ବିଦେଶ

ସିବିଏସଇ ରେଜଲ୍ଟ : ମେଘନା ଶ୍ରୀବାସ୍ତବ ଟପ୍ପର

Posted on

ଭୁବନେଶ୍ୱର : ସିବିଏସଇ ବୋର୍ଡ ଦ୍ୱାରା ପରିଚାଳିତ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଛି । ଦିଲ୍ଲୀର ମେଘନା ଶ୍ରୀବାସ୍ତବ ୯୯.୮ ପ୍ରତିଶତ(୪୯୯ ନମ୍ବର) ରଖି ଟପ୍ପର ହୋଇଛନ୍ତି । ପରୀକ୍ଷାରେ ଏଥର ମଧ୍ୟ ଝିଅମାନେ ବାଜିମାତ୍ କରିଛନ୍ତି । ପ୍ରଥମ ତିନିଟି ସ୍ଥାନରେ ଝିଅମାନେ ରହିଛନ୍ତି । ପାସ୍ ହାର ସାମଗ୍ରିକ ଭାବେ ୮୩.୦୧ ପ୍ରତିଶତ ରହିଛି । ଝିଅଙ୍କ ପାସ୍ ହାର ୮୮.୩୧ ପ୍ରତିଶତ ଥିବାବେଳେ ପୁଅଙ୍କର ୭୮.୯୯ ପ୍ରତିଶତ ପାସ୍ ହାର ରହିଛି । ସେହିପରି ଗାଜିଆବାଦର ଅନୁଷ୍କା ଚନ୍ଦ୍ରା ୫୦୦ରୁ ୪୯୮ ନମ୍ବର ରଖି ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ତୃତୀୟ ସ୍ଥାନରେ ମିରଟର ଚାହତ୍ ବୋଧରାଜ(୪୯୭), ଲୁଧିଆନାର ଆସ୍ଥା ବାମ୍ବା(୪୯୭), ହରିଦ୍ୱାରର ତନୁଜା କାପ୍ରି(୪୯୭), ନୋଏଡ଼ାର ସୁପ୍ରିୟା କୌଶିକ(୪୯୭), ଗାଜିଆବାଦର ନକୁଳ ଗୁପ୍ତା(୪୯୭) ଓ କ୍ଷିତୀଜ୍ ଆନନ୍ଦ(୪୯୭) ଓ ମରିଟର ଅନନ୍ୟା ସିଂହ(୪୯୭) ପ୍ରଥମ ୧୦ଜଣଙ୍କ ମଧ୍ୟରେ ରହିଛନ୍ତି । ଗତ ବର୍ଷ ତୁଳନାରେ ଏଥର ପରୀକ୍ଷା ଫଳ ଏକ ପ୍ରତିଶତ ଅଧିକ ହୋଇଛି । ସୂଚନାଯୋଗ୍ୟ ସିବିଏସଇ ପରୀକ୍ଷା ପାଇଁ ଚଳିତବର୍ଷ ୧୧ଲକ୍ଷ ୮୬ହଜାର ୩୦୬ଜଣ ପିଲା ପଞ୍ଜିକୃତ ହୋଇଥିଲେ । ଭାରତରେ ୪୧୩୮ଟି କେନ୍ଦ୍ରରେ ଓ ଦେଶ ବାହାରେ ୭୧ଟି କେନ୍ଦ୍ରରେ ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ଅର୍ଥନୀତି ପେପର ଲିକ୍ ହେବା କାରଣରୁ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ନିର୍ଦ୍ଧାରିତ ମାର୍ଚ୍ଚ ୩ରୁ ଏପ୍ରିଲ ୧୩ ପରିବର୍ତେ ଏପ୍ରିଲ ୨୭ ତାରିଖ ପର୍ଯ୍ୟନ୍ତ ଚାଲିଥିଲା । ସେହିପରି ସିବିଏସଇ ବୋର୍ଡ ପରିଚାଳିତ ୧୦ମ ପରୀକ୍ଷା ଫଳ ଚଳିତମାସ ୨୮ ଓ ୨୯ ତାରିଖରେ ପ୍ରକାଶିତ ହେବ । ପ୍ରାୟ ୨୮ଲକ୍ଷ ଛାତ୍ରଛାତ୍ରୀ ଏଥର ଦଶମ ଶ୍ରେଣୀ ପରୀକ୍ଷା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *

Most Popular

Exit mobile version