ରାଜ୍ୟ
ଆସିଲା କେନ୍ଦ୍ରୀୟ ଟିମ୍ :ବାତ୍ୟାଂଚଳ ବୁଲିବ ଆସନ୍ତାକାଲି
ଭୁବନେଶ୍ୱର: ସାମୁଦ୍ରିକ ଝଡ଼ ତିତଲି କ୍ଷୟକ୍ଷତିର ଅନୁଧ୍ୟାନ ପାଇଁ ଆଜି ସନ୍ଧ୍ୟାରେ ୮ଜଣିଆ କେନ୍ଦ୍ରୀୟ ଟିମ୍ ଭୁବନେଶ୍ୱରରେ ପହଂଚିଛି।ଏହି ଟିମ୍ ଆସନ୍ତାକାଲି ବାତ୍ୟା ଓ ବନ୍ୟା ପ୍ରଭାବିତ ଅଂଚଳ ଗସ୍ତ କରିବ।ଏହି ଟିମ୍ ନଭେମ୍ବର ୧ ଓ ୨ ତାରିଖ କ୍ଷୟକ୍ଷତି ଅନୁଧ୍ୟାନ କରିବା ସହ ରାଜ୍ୟ ପ୍ରଶାସନର ବରିଷ୍ଠ ଅଧିକାରୀଙ୍କ ସଙ୍ଗେ ଆଲୋଚନା ପରେ ଦିଲ୍ଲୀ ଫେରିଯିବ।
କେନ୍ଦ୍ର ଗୃହ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଏସକେ ଶାହୀଙ୍କ ନେତୃତ୍ୱରେ ଆସିଥିବା ଟିମରେ ଶକ୍ତି ମନ୍ତ୍ରଣାଳୟର ମୁଖ୍ୟ ଯନ୍ତ୍ରୀ ବନ୍ଦନା ସିଂଘାଲ, ସଡ଼କ ପରିବହନ ଓ ଜାତୀୟ ରାଜପଥର ଭୁବନେଶ୍ୱରସ୍ଥିତ ଆଂଚଳିକ ନିର୍ଦ୍ଦେଶକ ରାକେଶ କୁମାର, ଭୁବନେଶ୍ୱରସ୍ଥିତ ସିଡବ୍ଲ୍ୟୁସି ଆଂଚଳିକ କାର୍ଯ୍ୟାଳୟର ଅଧୀକ୍ଷଣ ଯନ୍ତ୍ରୀ ସୁଶାନ୍ତ କୁମାର ସାମଲ, କୃଷି ଓ ସମବାୟ ମନ୍ତ୍ରଣାଳୟ ନିର୍ଦ୍ଦେଶକ ବୀରେନ୍ଦ୍ରର ସିଂହ, ପାନୀୟ ଜଳ ଯୋଗାଣ ଓ ପରିଚ୍ଛନ୍ନତା ବିଭାଗର ବରିଷ୍ଠ କନସଲଟାଂଟ ଜିଆର ଜାଗର, ଅର୍ଥ ମନ୍ତ୍ରଣାଳୟର ଆର.ବି କୌଲ ଓ ଗ୍ରାମ୍ୟ ଉନ୍ନୟନ ବିଭାଗର ଅନୁସଚିବ ଗୁଲଜାରୀ ଲାଲ ସାମିଲ ଅଛନ୍ତି ।