ରାଜ୍ୟ

ତୈଳ ଦର କେନ୍ଦ୍ର କମାଇଲା ଅଢ଼େଇ ଟଙ୍କା ,ଓଡ଼ିଶାକୁ ଅପେକ୍ଷା

Posted on

ଭୁବନେଶ୍ୱର: ଦୀର୍ଘଦିନ ଧରି ପେଟ୍ରୋଲ ଓ ଡିଜେଲ ଦର ହୁହୁ ହୋଇ ବଢ଼ିବା ପରେ ଆଜି କେନ୍ଦ୍ର ସରକାର ଏଥିରେ ଲିଟର ପିଛା ଅଢ଼େଇ ଟଙ୍କା ହ୍ରାସ କରିଛନ୍ତି।କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଏହି ସୂଚନା ଦେବା ସହ ସମସ୍ତ ରାଜ୍ୟ ସରକାରମାନେ ଅଢ଼େଇ ଟଙ୍କା ହ୍ରାସ କରନ୍ତୁ ବୋଲି ଚିଠି ଲେଖି ଅନୁରୋଧ କରିଥିଲେ।କେନ୍ଦ୍ରର ଏଭଳି ଆଭିମୁଖ୍ୟ ପରେ ୧୧ଟି ରାଜ୍ୟ ତୈଳ ଦରରେ ଲିଟରପିଛା ଅଢ଼େଇ ଟଙ୍କା ହ୍ରାସ କରିଥିବାବେଳେ ଓଡ଼ିଶା ଏହା ଉପରେ ବିଚାର କରିବ ବୋଲି କହିଛନ୍ତି।
ରାଜ୍ୟ ଅର୍ଥ ମନ୍ତ୍ରୀ ଶଶିଭୂଷଣ ବେହେରା କହିଛନ୍ତି ଯେ କେନ୍ଦ୍ର ଯେଉଁ ତୈଳ ଦର ଲିଟର ପିଛା ୨.୫୦ଟଙ୍କା ହ୍ରାସ କଲା ସେଥିରେ ଓଡ଼ିଶା ୬୫ ପଇସାର ରାଜସ୍ୱ ହରାଇବ।ତେବେ ଓଡ଼ିଶା ସରକାର ତୈଳ ଦର ହ୍ରାସ ପ୍ରସ୍ତାବ ଉପରେ ବିଚାରବିମର୍ଶ କରୁଛନ୍ତି।ଖୁବଶୀଘ୍ର ନିଷ୍ପତି ନେବେ।
ଅନ୍ୟପକ୍ଷରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, କେନ୍ଦ୍ର ସରକାର ୧.୫୦ ପଇସା ଉତ୍ପାଦନ ଶୁଳ୍କ ହ୍ରାସ କରିଥିବାବେଳେ ତୈଳ କମ୍ପାନୀଗୁଡ଼ିକ ନିଜର ଲାଭରୁ ୧ଟଙ୍କା ହ୍ରାସ କରିଛନ୍ତି। ରାଜ୍ୟଗୁଡ଼ିକ ମଧ୍ୟରେ ଅନୁରୂପ ପଦକ୍ଷେପ ନେଇ ସାଧାରଣ ଲୋକଙ୍କୁ ଆଶ୍ୱସ୍ତି ଦେବା ଉଚିତ୍।

Leave a Reply

Your email address will not be published. Required fields are marked *

Most Popular

Exit mobile version