Latest

ବନ୍ଧା ହେଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ

Posted on

ଖୋର୍ଦ୍ଧା ,(ଓଡ଼ିଶା ୱେୟାର): ଶେଷରେ ଜେଲ୍ ଗଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ। ବାଲୁଗାଁ ବିଜେପି ମଣ୍ଡଳ ସଭାପତିଙ୍କୁ ମାଡ଼ ମାରିବା ଘଟଣାରେ ତାଙ୍କୁ ଜେଲ୍‌ ଯିବାକୁ ପଡ଼ିଛି।
ପ୍ରଶାନ୍ତ ଆଜି ଖୋର୍ଦ୍ଧା ଏଡିଜେ-୧ କୋର୍ଟରେ ଜାମିନ ଆବେଦନ କରିଥିଲେ। ତେବେ କୋର୍ଟ ତାଙ୍କ ଜାମିନ୍ ଆବେଦନକୁ ଖାରଜ କରି ଦେଇଥିଲେ। ଏହା ପରେ ପୁଲିସ୍ ତାଙ୍କୁ ନିଜ ହେପାଜତକୁ ନେଇଥିଲା।
ଖୋର୍ଦ୍ଧା ଡାକ୍ତରଖାନାରେ ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଇବା ପରେ ତାଙ୍କୁ ଖୋର୍ଦ୍ଧା ସବ୍‌ଜେଲ୍‌କୁ ପଠାଇ ଦିଆଯାଇଛି। ଡାକ୍ତରଖାନାରେ ତାଙ୍କର କୋଭିଡ୍‌ ଆଣ୍ଟିଜେନ୍ ଟେଷ୍ଟ୍ କରାଯାଇଥିଲା ଓ ଏହାର ଫଳାଫଳ ନେଗେଟିଭ୍ ଆସିବା ପରେ ତାଙ୍କୁ ଜେଲ୍‌କୁ ପଠାଇ ଦିଆଯାଇଛି।
ଏହି ମାମଲାରେ ପ୍ରଶାନ୍ତ ଆଗୁଆ ଜାମିନ ପାଇବା ପାଇଁ ହାଇକୋର୍ଟରେ ଆବେଦନ କରିଥିଲେ। ତେବେ ହାଇକୋର୍ଟ ତାଙ୍କୁ ତଳ କୋର୍ଟକୁ ଯିବାକୁ କହିଥିଲେ। ସେଥିପାଇଁ ସେ ଆଜି ଖୋର୍ଦ୍ଧା ଏଡିଜେ-୧ କୋର୍ଟରେ ଜାମିନ ଆବେଦନ କରିଥିଲେ।
ବିଜେପି ମଣ୍ଡଳ ସଭାପତିଙ୍କୁ ମାଡ଼ ମାରିବା ଘଟଣାରେ ପୂର୍ବରୁ ବିଜେଡି ପକ୍ଷରୁ ପ୍ରଶାନ୍ତ ଜଗଦ୍ଦେବଙ୍କ ବିରୋଧରେ ଦଳୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। ତାଙ୍କୁ ଦଳରୁ ନିଲମ୍ବନ କରାଯାଇଥିଲା। ଏହା ସହିତ ତାଙ୍କୁ ଜିଲ୍ଲା ଯୋଜନା କମିଶନ ଅଧ୍ୟକ୍ଷ ପଦରୁ ବିଦା କରାଯାଇଥିଲା।

Leave a Reply

Your email address will not be published. Required fields are marked *

Most Popular

Exit mobile version