ରାଜ୍ୟ

ବାର୍ଦ୍ଧକ୍ୟ ଭତ୍ତା ୭୦୦ଟଙ୍କାକୁ ବଢ଼ାଇଲେ ମୁଖ୍ୟମନ୍ତ୍ରୀ

Posted on

ଭୁବନେଶ୍ୱର(ଓଡ଼ିଶା ୱେୟାର): ନିର୍ବାଚନ ପାଖେଇ ଆସୁଥିବା ବେଳେ ରାଜ୍ୟ ସରକାର ଆଜି ବାର୍ଦ୍ଧକ୍ୟ ଭତ୍ତା ବୃଦ୍ଧି କରିଛନ୍ତି। ‘ଆମ ଗାଁ ଆମ ବିକାଶ’ କାର୍ଯ୍ୟକ୍ରମରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ୨୦୧୯ ମସିହା ଫେବ୍ରୁଆରୀ ମାସ ୧୫ ତାରିଖରୁ ଏହି୨୦୦ଟଙ୍କାର ବର୍ଦ୍ଧିତ ଭତ୍ତା ମିଳିବ।

ଏହି ଘୋଷଣା ଫଳରେ ୩୦୦ ଟଙ୍କା ପାଉଥିବା ବ୍ୟକ୍ତିମାନେ ୫୦୦ ଟଙ୍କା ପାଇବେ ଓ ୫୦୦ ଟଙ୍କା ପାଉଥିବା ବ୍ୟକ୍ତିମାନେ ୭୦୦ ଟଙ୍କା ପାଇବେ। ଅର୍ଥାତ୍ ୬୦ ବର୍ଷରୁ ଊର୍ଦ୍ଧ୍ୱ ବ୍ୟକ୍ତି ପାଇବେ ୫୦୦ ଟଙ୍କା ଭତ୍ତା। ସେହିଭଳି ୮୦ ବର୍ଷରୁ ଊର୍ଦ୍ଧ୍ୱ ବ୍ୟକ୍ତି ପାଇବେ ୭୦୦ ଟଙ୍କା ଭତ୍ତା।

ଏହା ଦ୍ୱାରା ରାଜ୍ୟର ୪୮ ଲକ୍ଷ ହିତାଧିକାରୀ ଉପକୃତ ହେବେ। ବୃଦ୍ଧବୃଦ୍ଧା, ଦିବ୍ୟାଙ୍ଗ, ବିଧବା ଓ ଅସହାୟ ମହିଳା ପ୍ରମୁଖ ଏଥିରେ ଉପକୃତ ହେବେ।

Leave a Reply

Your email address will not be published. Required fields are marked *

Most Popular

Exit mobile version