ରାଜ୍ୟ

ଆଦିବାସୀ ପଡିଆରେ ଜନଜାତି ହାଟର ଭିତ୍ତିପ୍ରସ୍ତର କଲେ ମୁଖ୍ୟମନ୍ତ୍ରୀ

Posted on

ଭୁବନେଶ୍ୱର(ଓଡ଼ିଶା ୱେୟାର):ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସ୍ଥାନୀୟ ଆଦିବାସୀ ପଡିଆରେ ତିନି ଦିନିଆ ସର୍ଗିଫୁଲ-୨୦୧୮ ଉତ୍ସବର ଉଦଘାଟନ କରିଛନ୍ତି।ନିଜେ ପାଠ ପଢିବା ସହ ନିଜ ପରିବାର ଓ ଗାଁର ପିଲାମାନଙ୍କୁ ପାଠ ପଢିବା ପାଇଁ ଉତ୍ସାହିତ କରିବାକୁ ମଧ୍ୟ ସେ ପରାମର୍ଶ ଦେଇଛନ୍ତି।ଏହି ଅବସରରେ ମୁଖ୍ୟମନ୍ତ୍ରୀ ଆଦିବାସୀ ପଡିଆରେ ଜନଜାତି ଲୋକମାନଙ୍କ ଦ୍ବାରା ପ୍ରସ୍ତୁତ ବିଭିନ୍ନ ଦ୍ରବ୍ୟର ବିକ୍ରିବଟା ପାଇଁ ଏକ ସ୍ଥାୟୀ ହାଟର ଭିତ୍ତିପ୍ରସ୍ତର ରଖିଛନ୍ତି।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ରାଜ୍ୟର ପ୍ରାୟ ୬ ଲକ୍ଷ ଜନଜାତି ଛାତ୍ରଛାତ୍ରୀଙ୍କୁ ଆବାସିକ ସୁବିଧା ଦିଆଯାଇଛି।ସାରା ଦେଶର ସବୁ ରାଜ୍ୟ ମଧ୍ୟରୁ ଓଡିଶାରେ ହିଁ ସର୍ବାଧିକ ଅନୁସୂଚିତ ଜାତି ଓ ଜନଜାତି ପିଲାଙ୍କୁ ଆବାସିକ ସୁବିଧା ଦିଆଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଏଥିସହିତ ଜନଜାତି ପିଲାମାନଙ୍କୁ ସହରର ବଡ ବଡ ଘରୋଇ ସ୍କୁଲରେ ଇଂରାଜୀ ମାଧ୍ୟମ ଶିକ୍ଷା ମଧ୍ୟ ଦିଆଯାଉଛି। ସେମାନଙ୍କ ଉଚ୍ଚଶିକ୍ଷା ପାଇଁ ଆଙ୍କକ୍ଷା କାର‌୍ୟ୍ୟକ୍ରମ ମଧ୍ୟ କାର୍ଯ୍ୟକାରୀ କରାଯାଉଛି।୧୯ ଲକ୍ଷ ଅନୁସୂଚିତ ଜାତି ଓ ଜନଜାତି ପିଲାମାନଙ୍କୁ ମାଟ୍ରିକ ପୂର୍ବ ଓ ପରବର୍ତ୍ତି ବୃତ୍ତି ଆକରରେ ୧୧୦୦ କୋଟି ଟଙ୍କା ପ୍ରଦାନ କରାଯାଉଛି।ଓବିସି ଓ ଏସଇବିସି ପିଲାମାନଙ୍କ ପାଇଁ ୧୦୦ଟି ହଷ୍ଟେଲ ଓ ସଂଖ୍ୟାଲଘୁ ପିଲାମାନଙ୍କ ପାଇଁ ୪୦ଟି ହଷ୍ଟେଲ କରିବା ପାଇଁ ମଧ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Leave a Reply

Your email address will not be published. Required fields are marked *

Most Popular

Exit mobile version