ରାଜ୍ୟ

ଅଧିକ ସଂଖ୍ୟକ ଟ୍ରେନ ଚଳାଚଳ ଦାବି କରି ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ

Posted on

ଭୁବନେଶ୍ୱର (ଓଡ଼ିଶା ୱେୟାର): ଖୋର୍ଦ୍ଧା-ବଲାଙ୍ଗୀର ରୁଟରେ ଅଧିକ ସଂଖ୍ୟକ ଟ୍ରେନ ଚଳାଚଳ ଦାବି କରି ରେଳ ମନ୍ତ୍ରୀ ପିୟୁଷ ଗୋଏଲଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିଠି ଲେଖିଛନ୍ତି । ବଲାଙ୍ଗିର-ଭଏଁସାପାଲ୍ଲୀଠାରୁ ୧୬ କିମି ରୁଟରେ ପାସେଞ୍ଜର ଟ୍ରେନ ଚଳାଚଳ , ଅକ୍ଟୋବର ମାସରେ ସୁରକ୍ଷା ସମ୍ବନ୍ଧିତ ସମସ୍ତ ଯାଂଚ ଶେଷ ହୋଇଛି ଏହା ବ୍ୟତୀତ ନୟାଗଡରୁ ଏକ୍ସପ୍ରେସ ଟ୍ରେନ ଚଳାଚଳ ପାଇଁ ଚିଠିରେ ଦାବି ହୋଇଛି ।

ଦଶପଲା ଠାରୁ ବଲାଙ୍ଗର ୧୭୭ କିମି ରେଳପଥ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୫୦ ପ୍ରତିଶତ ଭାଗିଦାରୀ ସହମାଗଣାରେ ଜମି ମଧ୍ୟ ପ୍ରଦାନ କରାଯାଇଛି । ଯେଉଁଥିପାଇଁ ୨୦୧୦ରୁ ଭାରତୀୟ ରେଳବାଇକୁ ୧୯ କିମିି ଲାଇନ ଲାଗି ଜମି ମାଗଣାରେ ପ୍ରଦାନ କରାଯାଇଛି । ଆଉ ଏ ଦିଗରେ ରେଳମନ୍ତ୍ରାଳୟ ଶୀଘ୍ର କାମ କରିବା ଜରୁରୀ । ବଲାଙ୍ଗିରଠାରୁ ଭଇଁସାପାଲି ରୁଟରେ ୧୬ କିମି କାମ ଶେଷ ହୋଇଯାଇଛି । ତେବେ ଏହି ରୁଟରେ ଯାତ୍ରୀବାହୀ ଟ୍ରେନ୍ ଚଳାଚଳ ପାଇଁ ଲୋକେ ଅନେକ ଦିନରୁ ଅପେକ୍ଷା କରି ବସିଛନ୍ତି । ଭାରତୀୟ ରେଳବାଇ ବିଳମ୍ବ ନକରି ଏହି ରୁଟରେ ପାସେଞ୍ଜର ଟ୍ରେନ ଚଳାଚଳ କରିବା ପାଇଁ ଅନୁରୋଧ କରିଛନ୍ତି ନବୀନ । ଯଦ୍ୱାରା ପଶ୍ଚିମ ଓଡ଼ିଶାବାସୀ ହଜାର ହଜାର ଲୋକ ଉପକୃତ ହୋଇପାରିବେ ।

ଏହାବ୍ୟତୀତ ନୟାଗଡ଼ ଠାରୁ ମେଲ୍ ଏକ୍ସପ୍ରେସ ଚଳାଚଳ ପାଇଁ ମଧ୍ୟ ଚିଠିଲେ ଉଲ୍ଲେଖ କରିଛନ୍ତି ନବୀନ । ଏହା ବ୍ୟତୀତ ଏହି ରୁଟକୁ ହାଉଡ଼ା ଓ ବିଶାଖାପାଟଣା ସହ ଯୋଗାଯୋଗ କରିବା ପାଇଁ ଦାବି କରିଛନ୍ତି । ତେବେ ଏହି ଟ୍ରେନ ଚଳାଳଚ ହେବା ଦ୍ୱାରା ନୟାଗଡ଼, କନ୍ଧମାଳ, ବୌଦ୍ଧ ଓ ସୁବର୍ଣ୍ଣପୁର ଏବଂ ବଲାଙ୍ଗୀର ଜିଲ୍ଲାର ଲୋକେ ଉପକୃତ ହୋଇପାରିବେ । ମୁଖ୍ୟମନ୍ତ୍ରୀ ତୁରନ୍ତ ଏ ଦିଗରେ ପଦକ୍ଷେପ ନେବା ପାଇଁ ଗୋଏଲଙ୍କୁ ଅନୁରୋଧ କରିଛନ୍ତି ।

Leave a Reply

Your email address will not be published. Required fields are marked *

Most Popular

Exit mobile version