Latest

ବିପଦପୂର୍ଣ୍ଣ ଅବସ୍ଥାରେ କୂଅରୁ ପିଇବା ପାଣି ସଂଗ୍ରହ

Posted on

ମୁମ୍ବାଇ: ମହାରାଷ୍ଟ୍ର ନାସିକର ରୋହିଲେ ଗାଁରେ ଜଳ ଅଭାବରୁ ଲୋକମାନେ ନାହିଁ ନଥତ୍ବା ଅସୁବିଧାରେ ପଡ଼ୁଛନ୍ତି । ଜଳର ଅଭାବକୁ ପୂରଣ କରିବା ପାଇଁ ମହିଳାମାନେ ଗଭୀର କୂଅ ଭିତରେ ପଶୁଥତ୍ବା ଦେଖାଯାଇଛି । ଏମିତି ବିପଜ୍ଜନକ ଅବସ୍ଥାରେ ଜଳ ସଂଗ୍ରହର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି । ଯେଉଁଥିରେ ମହିଳାମାନେ ସିଡ଼ି ଓ ଦଉଡି ସାହାଯ୍ଯରେ କୂଅକୁ ଓହ୍ଲାଇ ପାଣି ବାହାର କରୁଥିବା ଦେଖାଯାଉଛି । ସେହି ଗାଁର ଜଣେ ଛାତ୍ରୀ ପ୍ରିୟା କହିଛନ୍ତି ଯେ, ଆମ ଗାଁରେ ଜଳର ଅଭାବ ରହିଛି । ଆମର ବହୁତ ଅସୁବିଧା ଅଛି ବେଳେବେଳେ ମୋତେ ମୋର ପାଠପଢ଼ା ଛାଡି ପାଣି ଆଣିବାକୁ ଯିବାକୁ ପଡେ ।
ଦିନେ ମୁଁ ପାଣି ଆଣିବାକୁ ଯାଇଥିଲି, ସେହି ଦିନ ମୋର ମଧ୍ୟ ଏକ ପରୀକ୍ଷା ଥିଲା, ଯେଉଁଥତ୍ପାଇଁ ମୁଁ ପରୀକ୍ଷାରେ ବିଳମ୍ବରେ ପହଞ୍ଚତ୍ଥତ୍ଲି । କିଛି ମହିଳା କୂଅ ପାର୍ଶ୍ୱରେ ଏକାଠି ହୋଇଥିବାବେଳେ କେତେକ ସିଡ଼ି ଏବଂ ଦଉଡି ସାହାଯ୍ଯରେ କୂଅକୁ ଓହ୍ଲାଇଛନ୍ତି ଜଣେ ମହିଳା କୂଅରୁ ପାଣି ଟାଣନ୍ତି ଏବଂ ଅନ୍ଯ ଜଣେ ମହିଳା ଏହାକୁ ଉପରକୁ ଠେଲି ଦିଅନ୍ତି । ଏହା ପରେ କୂଅ ବାହାରେ ଠିଆ ହୋଇଥିବା ମହିଳାମାନେ ପାଣି ବାହାର କରି ନିଜ ହାଣ୍ଡିରେ ଭର୍ତ୍ତି କରନ୍ତି ଯଦି କୌଣସି ଦୁର୍ଘଟଣା ଘଟେ, ତେବେ ସେଥତ୍ପାଇଁ କୌଣସି ବ୍ଯବସ୍ଥା ନାହିଁ ତୁରନ୍ତ ସେଠାରେ ପିଇବା ପାଣିର ବ୍ଯବସ୍ଥା କରିବା ପାଇଁ ଜନସାଧାରଣରେ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *

Most Popular

Exit mobile version