ରାଜ୍ୟ

ବଙ୍ଗୋପସାଗରରେ ଲଘୁଚାପ, ଜିଲ୍ଲାପାଳଙ୍କୁ ଆଲର୍ଟ ଜାରି

Posted on

ଭୁବନେଶ୍ୱର: ବଙ୍ଗୋପସାଗରରେ ଲଘୁଚାପ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିବାର ଆଶଙ୍କାରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆଜି ସମସ୍ତ ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।ଏହାସହିତ ଧାନ ଫସଲ ଯେଭଳି ନଷ୍ଟ ନହେବ ସେଥିପାଇଁ ମଧ୍ୟ ପରାମର୍ଶନାମା ଜାରି ହୋଇଛି।
ଭୁବନେଶ୍ୱର ଆଂଚଳିକ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ଜାରି ସତର୍କ ସୂଚନା ଅନୁସାରେ, ପଶ୍ଚିମ କେନ୍ଦ୍ର ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ କ୍ରମାଗତ ୩ଦିନ ଧରି ଗଞ୍ଜାମ,ପୁରୀ, ଜଗତସିଂହପୁର, କଟକ, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଆସନ୍ତାକାଲି ଲଘୁଚାପର ରୂପ ନେବାର ପୂର୍ବାନୁମାନ କରାଯାଇଛି।ଏହାର ପ୍ରଭାବରେ ଆଜି ରାତିଠୁ ୩୦ ତାରିଖ ପର୍ଯ୍ୟନ୍ତ ରାଜ୍ୟର ଉପକୂଳ ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା ହେବ।ସମ୍ଭାବ୍ୟ ବର୍ଷା ସ୍ଥିତିର ମୁକାବିଲା କରିବା ପାଇଁ ପ୍ରଶାସନକୁ ସତର୍କ ରହିବାକୁ ସ୍ୱତନ୍ତ୍ର ରିଲିଫ୍ କମିଶନର ନର୍ଦ୍ଦେଶ ଦେଇଛନ୍ତି।
ଅନ୍ୟପକ୍ଷରେ କୃଷି ବିଭାଗ କହିଛି ଯେ, ଆଇଏମଡିର ସୂଚନା ଅନୁସାରେ ରାଜ୍ୟରେ ବର୍ଷା-ପବନ ଅଧିକ ହେବାର ସମ୍ଭାବନା ନାହିଁ।ତେଣୁ ଧାନଚାଷ ବିଶେଷ କ୍ଷତିଗ୍ରସ୍ତ ହେବ ନାହିଁ।ବର୍ଷା ପରେ ପୋକ ପ୍ରାଦୁର୍ଭାବକୁ ନେଇ ଆଶଙ୍କା ରହିଛି।ଏମିତି ବର୍ଷା ହେବାପରେ ଖରା ହେଲେ ଚକଡ଼ା ପୋକ ମାତିବାର ଯଥେଷ୍ଟ ସମ୍ଭାବନା ଅଛି।ତେଣୁ ଏସବୁକୁ ଦୃଷ୍ଟିରେ ରଖି ଚାଷୀଙ୍କ ପାଇଁ ଓୟୁଏଟି ପକ୍ଷରୁ ପରାମର୍ଶନାମା ଜାରି ହୋଇଛି।ଧାନକେଣ୍ଡା ଯେଭଳି ପ୍ରଭାବିତ ନହେବ ସେଥିପାଇଁ ଲୁଣପାଣି ସିଂଚନ ସହ ଆବଶ୍ୟକସ୍ଥଳେ କୀଟନାଶକ ପ୍ରୟୋଗ ଲାଗି ପରାମର୍ଶ ଦିଆଯାଇଛି।ପାଚି ଯାଇଥିବା ଧାନକୁ କାଟି ସୁରକ୍ଷିତ ସ୍ଥାନରେ ରଖିବା ସହ ଧାନ ଜମିରୁ ପାଣି ନିଷ୍କାସନ ପାଇଁ କରନାଳୀ ବ୍ୟବସ୍ଥା କରିବାକୁ ଗାଇଡଲାଇନ ଜାରି ହୋଇଛି।

Leave a Reply

Your email address will not be published. Required fields are marked *

Most Popular

Exit mobile version