Latest

ଚୀନ୍‌, ଜର୍ମାନୀ ଓ ବ୍ରିଟେନରେ କରୋନାର ନୂଆ ଲହର

Posted on

ନୂଆଦିଲ୍ଲୀ: ପୁଣି ଭୟ ବଢାଇଲା କରୋନା। ଚୀନ୍‌, ଜର୍ମାନୀ ଓ ବ୍ରିଟେନରେ କରୋନାର ନୂଆ ଲହର ଦେଖିବାକୁ ମିଳୁଛି। ସଂକ୍ରମଣ ବଢିବା ଯୋଗୁ ଚୀନ୍‌ ୯ ନିୟୁତ ଲୋକ ବସବାସ କରୁଥିବା ଚାଙ୍ଗଚୁନ୍‌ ସମେତ ଅନ୍ୟ କେତେକ ସହରରେ ଲକ୍‌ଡାଉନ୍‌ ଲାଗୁ କରିଛି। କରୋନା ଚେନରେ ବ୍ରେକ୍‌ ଲଗାଇବାକୁ ଚାଙ୍ଗଚୁନ୍‌ ସମେତ ଅନ୍ୟ କେତେକ ସହରରେ ଲକ୍‌ଡାଉନ୍‌ ଲାଗୁ କରିଛି।
ନୂଆ ଲକ୍‌ଡାଉନ୍‌ ନିୟମ ଅନୁସାରେ ପରିବାରର ସବୁ ସଦସ୍ୟଙ୍କୁ ଘରେ ରହିବାକୁ କୁହାଯାଇଛି। ପରିବାରର କେବଳ ଜଣେ ସଦସ୍ୟ ପ୍ରତି ଦୁଇ ଦିନରେ ଥରେ ବାହାରକୁ ଖାଦ୍ୟ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ କିଣିବାକୁ ଯାଇପାରିବେ। ଜର୍ମାନୀ ଓ ବ୍ରିଟେନରେ ବି ସଂକ୍ରମଣ ବୃଦ୍ଧି ପାଇଛି। ମାର୍ଚ୍ଚ ମାସରେ ଦୈନିକ ସଂକ୍ରମଣ ହତାଠ୍‌ ବୃଦ୍ଧି ପାଇଛି। ଫଳରେ ହସ୍ପିଟାଲ ଗୁଡିକରେ ରୋଗୀ ସଂଖ୍ୟା ବୃଦ୍ଧି ପାଇଛି।
ଚୀନ୍‌ରେ ଶନିବାର ୩ହଜାର ୩୦୦ରୁ ଅଧିକ ନୂତନ କୋଭିଡ୍‌-୧୯ ସଂକ୍ରମଣ ରିପୋର୍ଟ ହୋଇଛି। ଗତ ୨ ବର୍ଷାରେ ଏହା ସର୍ବାଧିକ ମହାମାରୀ। ଚୀନ୍‌ରେ ୧ହଜାର ୮୦୭ ସ୍ଥାନୀୟ ସଂକ୍ରମଣ ରିପୋର୍ଟ ହୋଇଥିବାବେଳେ ୧ହଜାର ୩୧୫ଜଣ ସଂକ୍ରମିତଙ୍କଠାରେ କୌଣସି ଲକ୍ଷଣ ନାହିଁ ବୋଲି ଜାତୀୟ ସ୍ୱାସ୍ଥ୍ୟ ଆୟୋଗ ପ୍ରକାଶ କରିଛି। ଦେଶରେ ୨୦୦ରୁ ଅଧିକ ବ୍ୟକ୍ତି ବାହାର ଦେଶରୁ ସଂକ୍ରମିତ ହୋଇ ଆସିଛନ୍ତି।

Leave a Reply

Your email address will not be published. Required fields are marked *

Most Popular

Exit mobile version