Latest

ଏବେ ଅଲମ୍ପିକ୍‌ରେ ଦେଖିବାକୁ ମିଳିବ କ୍ରିକେଟ୍‌! ଆଇସିସି ଓ ବିସିସିଆଇ ସମ୍ପୂର୍ଣ୍ଣ ପ୍ରସ୍ତୁତ

Posted on

ନୂଆଦିଲ୍ଲୀ: କ୍ରିକେଟ୍ ପ୍ରେମୀଙ୍କ ପାଇଁ ଖୁସି ଖବର। ଅଲମ୍ପିକ୍‌ରେ ସାମିଲ ହୋଇପାରେ କ୍ରିକେଟ୍‌। ଏନେଇ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ ପକ୍ଷରୁ ପ୍ରତିକ୍ରିୟା ଦିଆଯାଇଛି। ବିସିସିଆଇ କହିଛି ଯେ ସେମାନେ ଅଲମ୍ପିକ୍‌ରେ ମଧ୍ୟ କ୍ରିକେଟ୍‌କୁ ସାମିଲ କରିବା ପାଇଁ ପ୍ରସ୍ତୁତ ଅଛନ୍ତି। ବିସିସିଆଇ ସଚିବ ଜୟ ଶାହ ଏକ ଇଣ୍ଟରଭ୍ୟୁରେ କହିଛନ୍ତି, କ୍ରିକେଟ୍‌କୁ ଅଲମ୍ପିକ୍‌ରେ ସାମିଲ କରିବା ପାଇଁ ବିସିସିଆଇ ନିଜ ତରଫରୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି। ରିପୋର୍ଟ ମୁତାବକ, ୨୦୧୮ରେ ଖେଳାଯିବାକୁ ଥିବା ଅଲମ୍ପିକ୍ ଭିତରେ ଯଦି ସବୁ କିଛି ଠିକ୍ ଠାକ୍ ରହିଲା ତେବେ ଅଲମ୍ପିକ୍‌ରେ ବି କ୍ରିକେଟ୍ ମ୍ୟାଚ୍ ଦେଖିବାକୁ ମିଳିବ। ଜୟ ଶାହ କହିଛନ୍ତି, ଅଲମ୍ପିକ୍‌ରେ କ୍ରିକେଟ୍‌କୁ ସାମିଲ କରିବା ନେଇ ଉଭୟ ବିସିସିଆଇ ଓ ଆଇସିସି ପ୍ରସ୍ତୁତ ଅଛନ୍ତି। ଯଦି ସତରେ କ୍ରିକେଟ୍ ଅଲମ୍ପିକରେ ସାମିଲ ହୁଏ, ତେବେ ଭାରତ ପକ୍ଷରୁ ଉଭୟ ପୁରୁଷ ଓ ମହିଳା ଟିମ୍ ମେଡାଲ ପାଇଁ ଖେଳିବେ।
ସୂଚନାଯୋଗ୍ୟ ଯେ ଚଳିତବର୍ଷ ଟୋକିଓରେ ଆୟୋଜିତ ଅଲମ୍ପିକ୍ ଖେଳରେ ଭାରତର ପ୍ରଦର୍ଶନ ପୂର୍ବ ବର୍ଷ ତୁଳନାରେ ଉଚ୍ଚକୋଟୀର ଥିଲା। ଏଥରକ ଭାରତୀୟ ଖେଳାଳି ମୋଟ ୭ଟି ମେଡାଲ ନିଜ ନାଁରେ କରିଛନ୍ତି। ଜାଭେଲିନ ଥ୍ରୋରେ ନୀରଜ ଗୋଲ୍ଡ ପାଇଥିବା ବେଳେ ରେସଲିଂରେ ରବି କୁମାର ଦହିଆ ସିଲଭର, ୱେଟ ଲିଫ୍ଟିଂରେ ମୀରା ବାଇ ଚାନୁ ସିଲଭର, ୱୋମେନ ସିଙ୍ଗଲ ବ୍ୟାଟ୍ସମିଣ୍ଟନରେ ପି ଭି ସିନ୍ଧୁ ବ୍ରୋଞ୍ଜ, ୱୋମେନସ ବକ୍ସିଂରେ ଲଭଲିନା ବ୍ରୋଞ୍ଜ, ମେନ୍ସ ହକି ଟିମ ବ୍ରୋଞ୍ଜ, ରେସଲିଂ ୬୫ କେଜିରେ ବଜରଙ୍ଗ ପୁନିଆ ବ୍ରୋଞ୍ଜ ପାଇଛନ୍ତି।

Leave a Reply

Your email address will not be published. Required fields are marked *

Most Popular

Exit mobile version