Latest

ନିର୍ବାଚନ ଡ୍ୟୁଟି କରୁଥିବା ସିଆରପିଏଫ୍ ଯବାନଙ୍କ ମୃତ୍ୟୁ

Posted on

ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଆରମ୍ଭ ପୂର୍ବରୁ ଅଘଟଣ । ନିର୍ବାଚନ ଡ୍ୟୁଟି କରୁଥିବା ସିଆରପିଏଫ୍ ଯବାନଙ୍କ ମୃତ୍ୟୁ । ପର୍ଯ୍ୟାୟ ନିର୍ବାଚନ ଆରମ୍ଭ ପୂର୍ବରୁ ବାଥରୁମ୍‌ରେ ଟଳି ପଡ଼ିଲେ ଯବାନଜଣକ। ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଗତକାଲି ପଶ୍ଚିମବଙ୍ଗର ମାଥାଭାଙ୍ଗରେ ଜଣେ ଯବାନ ଜଣକ ବାଥରୁମରେ ଟଳି ପଡିଥିଲେ ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।

ସୂଚନାମୁତାବକ, ପଶ୍ଚିମବଙ୍ଗର ମାଥାଭାଙ୍ଗର ଏକ ମତଦାନ କେନ୍ଦ୍ରରେ ସମ୍ପୃକ୍ତ ଯବାନଜଣକ ମୁତୟତ ଥିଲେ। ଗତ ରାତିରେ ସେ ବାଥରୁମ୍‌ ଯାଇଥିବା ବେଳେ ସେଠାରେ ପଡ଼ି ଯାଇଥିଲେ। କିଛି ସମୟ ପରେ ଆଉ ଜଣେ ବ୍ୟକ୍ତି ସେଠାରେ ପହଞ୍ଚି ଯବାନଜଣକ ଅଚେତ ଅବସ୍ଥାରେ ପଡ଼ିଥିବା ଦେଖିବାକୁ ପାଇଥିଲେ। ତୁରନ୍ତ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ବାଥ୍‌ରୁମ୍‌ ଚଟାଣରେ ପଡ଼ିବା ଯୋଗୁ ଯବାନଙ୍କ ମୁଣ୍ଡ ମାଡ଼ ହୋଇ ମୃତ୍ୟୁ ହୋଇଥିବା ପ୍ରାଥମିକ ତଦନ୍ତରୁ ଡାକ୍ତର କହିଛନ୍ତି।

Leave a Reply

Your email address will not be published. Required fields are marked *

Most Popular

Exit mobile version