Latest

କ୍ରୁଜ ପାର୍ଟି ମାମଲା: ଆର୍ଯ୍ୟନଙ୍କ ପାଇଁ ଲଢିବେ ଅମିତ ଦେଶାଇ

Posted on

ମୁମ୍ବାଇ: କ୍ରୁଜ ପାର୍ଟି ମାମଲାରେ ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନ ବର୍ତ୍ତମାନ ଜେଲରେ ରହିଛନ୍ତି। ବର୍ତ୍ତମାନ ଆର୍ଯ୍ୟନ ମୁମ୍ବାଇସ୍ଥିତ ଆର୍ଥର ରୋଡ ଜେଲରେ ରହିଛନ୍ତି। ଆସନ୍ତା କାଲି (ବୁଧବାର) ତାଙ୍କର ଜାମିନର ଶୁଣାଣି ରହିଛି। ତେବେ ଏହା ପୂର୍ବରୁ ୩ ଥର ଜାମିନ ଆବେଦନ କରିଛନ୍ତି ଶାହରୁଖ ଖାନ। ଏଥିପାଇଁ ସେ ବେଶ ଜଣାଶୁଣା ସତୀଶ ମାନସିନ୍ଦେଙ୍କୁ ମାମଲା ଲଢିବାକୁ ପ୍ରଚୁର ଅର୍ଥ ମଧ୍ୟ ଦେଇଥିଲେ। ତେବେ ତିନି ଥର ଯାକ ଜାମିନ କରାଇବାରେ ବିଫଳ ହୋଇଛନ୍ତି ସତୀଶ । ଏବେ ସତୀଶଙ୍କ ବଦଳରେ ଅମିତ ଦେଶାଇ ଆର୍ଯ୍ୟନଙ୍କ ପାଇଁ ଲଢିବେ।

ସୂଚନାଯୋଗ୍ୟ ଗତ ଶୁକ୍ରବାର ଆର୍ଯ୍ୟନଙ୍କ ଜାମିନ ପାଇଁ ଶୁଣାଣି ହୋଇଥିଲା। ମାତ୍ର କୋର୍ଟ ତାଙ୍କୁ ଜାମିନ ଦେବାକୁ ମନା କରିଦେଇଥିଲେ। ଫଳରେ ଆସନ୍ତା ବୁଧବାର ଜାମିନ ପାଇଁ ଶୁଣାଣି କରିବେ ସେସନ କୋର୍ଟ। ଏହି ଶୁଣାଣିରେ ସତୀଶ ମାନସିନ୍ଦେଙ୍କ ପରିବର୍ତ୍ତେ ଅମିତ ଦେଶାଇ ଲଢିବେ ବୋଲି ଜଣାପଡ଼ିଛି।

ଅମିତ ଦେଶାଇ ମୁମ୍ବାଇର ଜଣାଶୁଣା କ୍ରାଇମ ଓକିଲ। ସେ ହିଁ ସଲମାନ ଖାନଙ୍କୁ ହିଟ ଆଣ୍ଡ ରନ ମାମଲରୁ ମୁକୁଳାଇଥିଲେ। ୨୦୦୨ ମସିହାରେ ସଲମାନଙ୍କୁ ମାମଲାରୁ ମୁକୁଳାଇଥିଲେ ଅମିତ ଦେଶାଇ। ସୋମବାର ଜାମିନ ଆବେଦନ ଏନଡିପିସି କୋର୍ଟରେ ପ୍ରଦାନ କରାଯାଇଛି। ତେବେ ଏହି ଆବେଦନ ପତ୍ରରେ ଅମିତ ଦେଶାଇ ଆର୍ଯ୍ୟନଙ୍କ ପାଇଁ ଲଢିବେ ବୋଲି ଉଲ୍ଲେଖ କରାଯାଇଛି। ଅମିତ ସ୍ପେଶାଲ ଏନଡିପିସି କୋର୍ଟରେ ସକ୍ରିୟ ଥିବା ଦେଖିବାକୁ ମିଳିଥିଲା। ସେ ଯୁକ୍ତି ବାଢିଥିଲେ କି ଆର୍ଯ୍ୟନଙ୍କ ନିକଟରୁ କୌଣସି ଡ୍ରଗ୍ସ ଜବତ ହୋଇନାହିଁ। ଏହି ମାମଲାର ଖୁବ ଶୀଘ୍ର ଶୁଣାଣି ହେବାର ଆବଶ୍ୟକତା ରହିଛି। କାରଣ ତାଙ୍କ ମହକିଲଙ୍କ ବ୍ୟକ୍ତିଗତ ସ୍ବାଧିନତା ସହିତ ସମ୍ପୃକ୍ତି ରହିଛି।

Leave a Reply

Your email address will not be published. Required fields are marked *

Most Popular

Exit mobile version