Latest

ଶ୍ରୀଲଙ୍କାରେ ଆର୍ଥିକ ଜରୁରୀ ପରିସ୍ଥିତି ଘୋଷଣା

Posted on

କଲମ୍ବୋ: କରୋନା କାଳରେ ଶ୍ରୀଲଙ୍କା ସବୁଠାରୁ କଠିନ ସମୟ ଦେଇ ଗତି କରୁଛି। ଦେଶରେ ଏବେ ଖାଦ୍ୟ ସଂକଟ ଦେଖା ଦେଇଛି। ଯେଉଁ କାରଣରୁ ଶ୍ରୀଲଙ୍କା ଦେଶରେ ଆର୍ଥିକ ଜରୁରୀ ପରିସ୍ଥିତି ଘୋଷଣା କରିଛି। ଚଳିତ ବର୍ଷ ଆମେରିକୀୟ ଡଲାର୍ ତୁଳନାରେ ଶ୍ରୀଲଙ୍କା ଟଙ୍କା ୭.୫ ପ୍ରତିଶତ ହ୍ରାସ ପାଇଛି। ଯେଉଁ କାରଣରୁ ଦେଶରେ ଆର୍ଥିକ ସଂକଟ ଦେଖା ଦେଇଛି।
ଚିନି, ପିଆଜ ଓ ଆଳୁ ଆଦି ଖାଦ୍ୟ ପଦାର୍ଥର ଦର ଅହେତୁକ ବୃଦ୍ଧି ପାଇବା ଯୋଗୁ ଏହି ଘୋଷଣା କରାଯାଇଛି। ସେହିପରି ଦୁଗ୍ଧ ପାଉଡର, କିରାସିନି ଓ ରୋଷେଇ ଗ୍ୟାସ ସମେତ ଅନ୍ୟ ସାମଗ୍ରୀର ଅଭାବ କାରଣରୁ ଦୋକାନ ବାହାରେ ଲମ୍ବା ଲମ୍ବା ଧାଡ଼ି ଲାଗିଛି।
ମିଡିଆ ରିପୋର୍ଟ ମୁତାବକ, ଧାନ, ଚାଉଳ, ଚିନି ଓ ଅନ୍ୟାନ୍ୟ ଉପଭୋକ୍ତା ସାମଗ୍ରୀ ଯୋଗାଣକୁ ସମନ୍ୱିତ କରିବା ପାଇଁ ରାଷ୍ଟ୍ରପତି ଗୋଟାବାୟା ରାଜାପକସା ଜଣେ ପ୍ରମୁଖ ସେନା ଅଧିକାରୀଙ୍କୁ ଗୁରୁତ୍ୱପୂର୍ଣ୍ଣ ସେବା କମିଶନର ଭାବେ ନିଯୁକ୍ତ କରିଛନ୍ତି। ତାଙ୍କ ନେତୃତ୍ୱରେ ଚାଉଳ ଓ ଚିନି ସମେତ ଖାଦ୍ୟ ପଦାର୍ଥର ଯୋଗାଣକୁ ନିୟନ୍ତ୍ରଣରେ ରଖାଯିବ ଏବଂ ମୁଦ୍ରାସ୍ପୀତିକୁ ନିୟନ୍ତ୍ରଣ କରିବା ଲାଗି ଦର ନିର୍ଦ୍ଧାରଣ କରାଯିବ।
ଶ୍ରୀଲଙ୍କାରେ ଆୟର ମୁଖ୍ୟ ସ୍ରୋତ ହେଉଛି ପର୍ଯ୍ୟଟନ ଶିଳ୍ପ, କିନ୍ତୁ କରୋନା ମହାମାରୀ ସମୟରେ ପର୍ଯ୍ୟଟନ ଉପରେ ସମ୍ପୂର୍ଣ୍ଣ ଗ୍ରହଣ ଲାଗିଛି। ଶ୍ରୀଲଙ୍କାରେ ଏହି ବ୍ୟବସାୟ ଦେଶରେ ୩୦ଲକ୍ଷରୁ ଅଧିକ ଲୋକଙ୍କୁ ରୋଜଗାର ଦେଇଥାଏ ଏବଂ ଜିଡିପିରେ ଏହାର ଭାଗ ୫ ପ୍ରତିଶତରୁ ଅଧିକ ଅଛି। କରୋନା କାରଣରୁ ପର୍ଯ୍ୟଟନ ଶିଳ୍ପ ଠପ୍ ହୋଇପଡ଼ିଛି। ଯେଉଁ କାରଣରୁ ଶ୍ରୀଲଙ୍କା ବିଦେଶରୁ ବିପୁଳ ପରିମାଣର ଋଣ କରିଛି।

Leave a Reply

Your email address will not be published. Required fields are marked *

Most Popular

Exit mobile version