ଭୁବନେଶ୍ୱର(ଓଡବ୍ଲ୍ୟୁ): ବିଜେପିର ବରିଷ୍ଠ ନେତା ଦିଲ୍ଲୀପ ରାୟ ଆସନ୍ତାକାଲି ରାଉରକେଲାର ବିଧାୟକ ପଦରୁ ଇସ୍ତଫା ଦେବେ।ଶ୍ରୀ ରାୟଙ୍କ ସମେତ ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ର ମଧ୍ୟ ଦଳରୁ ଇସ୍ତଫା ଦେଇପାରନ୍ତି ବୋଲି ଚର୍ଚ୍ଚା।
ସୂଚନା ଅନୁସାରେ ଶ୍ରୀ ରାୟ ଆସନ୍ତାକାଲି ବାଚସ୍ପତି ପ୍ରଦୀପ ଅମାତଙ୍କୁ ଭେଟି ନିଜର ଇସ୍ତଫା ଦେବା ପାଇଁ ସମୟ ଲୋଡ଼ିଛନ୍ତି।ଆସନ୍ତାକାଲି ଶ୍ରୀ ରାୟ ବିଧାୟକ ପଦରୁ ଇସ୍ତଫା ଦେବାପରେ ଉଭୟ ନେତା ବିଜେପି ଛାଡ଼ିବା ସମ୍ପର୍କରେ ଆନୁଷ୍ଠାନିକ ଘୋଷଣା କରିପାରନ୍ତି । ବ୍ରାହ୍ମଣୀ ନଦୀରେ ଦ୍ୱିତୀୟ ସେତୁ ଓ ଆଇଜିଏଚକୁ ସୁପରସ୍ପେଶାଲିଷ୍ଟ କରିବା ଦାବି ପାଳନ ହୋଇନଥିବାରୁ ଶ୍ରୀ ରାୟ ବିଜେପି ଛାଡ଼ୁଥିବା କୁହାଯାଇଛି।
ସେହପରି ବରିଷ୍ଠ ବିଜେପି ନେତା ଶ୍ରୀ ମହାପାତ୍ର କହିଛନ୍ତି ଯେ, ଆଜି ଶ୍ରୀ ରାୟଙ୍କ ସହ ସେ ଆଲୋଚନା କରିଥିବା କହିଛନ୍ତି।ଦଳ ଛାଡ଼ିବା ସମ୍ପର୍କରେ ଆସନ୍ତାକାଲି ସେ ତାଙ୍କର ନିଷ୍ପତି ଜଣାଇବେ।
ଅନ୍ୟପକ୍ଷରେ ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା କହିଛନ୍ତି ଯେ, ଦଳରେ କିଏ ରହିବ ବା ଛାଡ଼ିବ ସେ ନିଷ୍ପତି ତାଙ୍କର ବ୍ୟକ୍ତିଗତ ବ୍ୟାପାର।ବିଜେପି ଏକ ବୈଚାରିକ ସିଦ୍ଧାନ୍ତ ଉପରେ କାର୍ଯ୍ୟ କରେ । ଦିଲ୍ଲୀପଙ୍କୁ ଦଳ ସର୍ବଦା ଗୁରୁତ୍ୱ ଦେଇଆସିଛି।କିନ୍ତୁ ବ୍ରାହ୍ମଣୀ ସେତୁ ଓ ଆଇଜିଏଚ ପ୍ରସଙ୍ଗରେ ସେ ବିଜେପି ଛାଡୁଛନ୍ତି ବୋଲି ଯାହା କୁହାଯାଉଛି ସେଥିରେ ସତ୍ୟତା ନାହିଁ।ଏହି ଦୁଇ କାମ ପାଇଁ ପ୍ରଧାନମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ ଓ ତାହା ନିଶ୍ଚିତ ଭାବେ ପାଳନ ହେଉଛି।ଏହି ଦୁଇଟି କାମ ଆରମ୍ଭ ହୋଇସାରିଛି ।
ନବୀନଙ୍କ ହସ୍ତକ୍ଷେପ ସତ୍ତ୍ୱେ ଥମିଲାନି ଗଞ୍ଜାମ ବିଜେଡି ବିବାଦ
ଭୁବନେଶ୍ୱର(ଓଡ଼ିଶା ୱେୟାର): ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିଜ ଜିଲ୍ଲା ଗଞ୍ଜାମରେ ବିଜେଡି ବିପର୍ଯ୍ୟସ୍ତ ହେବାରେ ଲାଗିଛି । ଦଳର ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଛକାପଞ୍ଝା ଓ...