Latest

ଭବାନୀପାଟଣାରେ ମୁଖ୍ୟମନ୍ତ୍ରୀଙ୍କ ସ୍ମାର୍ଟ କାର୍ଡ ବଣ୍ଟନ

Posted on

କଳାହାଣ୍ଡି,(ଓଡ଼ିଶା ୱେୟାର): ମିଶନ ସ୍ମାର୍ଟ କଳାହାଣ୍ଡି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଳାହାଣ୍ଡି ଜିଲ୍ଲା ଗସ୍ତ କରି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଜିଲ୍ଲାର ୪ଲକ୍ଷ ୩ହଜାର ୫୯୮ ଜଣ ହିତାଧିକାରୀଙ୍କୁ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି। ଭବାନୀପାଟଣା କୃଷି ମହାବିଦ୍ୟାଳୟଠାରେ ଆୟୋଜିତ କାର୍ଯ୍ୟକ୍ରମରେ ସ୍ମାର୍ଟ କାର୍ଡ ବଣ୍ଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହ ଜିଲ୍ଲାରେ ୮୫୯ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନର କରିଛନ୍ତି ନବୀନ। ନବୀନଙ୍କ ଗସ୍ତ ପାଇଁ ଭବାନୀପାଟଣାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା।
ତେବେ ସୂଚନା ଥାଉକି, ପର୍ଯ୍ୟାୟକ୍ରମେ ନଭେମ୍ବର ସୁଦ୍ଧା ସବୁ ଜିଲ୍ଲାରେ ହିତାଧିକାରୀଙ୍କୁ କାର୍ଡ ବଣ୍ଟନ କରାଯିବ । ଯୋଜନା ଅଧିକ ସ୍ମାର୍ଟ ହେବା ସହ ଆସିବ ନୂଆ ମାନଦଣ୍ଡ। ବର୍ତ୍ତମାନ ସମସ୍ତ ବିଜୁ କୃଷକ କଲ୍ୟାଣ କାର୍ଡଧାରୀ, ଅନ୍ତୋଦେୟଅନ୍ନ ଯୋଜନା କାର୍ଡଧାରୀ ବିଜୁ ସ୍ୱାସ୍ଥ୍ୟକଲ୍ୟାଣ ଯୋଜନା ହିତାଧିକାରୀ ଥିଲେ। ଉପକୃତ ହେଉଥିଲେ ୭୧ ଲକ୍ଷ ୬୯ ହଜାର ୬୭୨ ପରିବାର। ନୂଆମାଦଣ୍ଡରେ ସମସ୍ତ ଜାତୀୟ ଖାଦ୍ୟ ସୁରକ୍ଷା ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଆଇନରେ ଅନ୍ତର୍ଭୁକ୍ତ ହିତାଧିକାରୀଙ୍କୁ ଦିଆଯିବ BSKY ସ୍ମାର୍ଟ ହେଲ୍ଥ କାର୍ଡ। ଫଳରେ ଅଧିକ ୨୦ ଲକ୍ଷ ୮୦ ହଜାର ୩୨୮ ହିତାଧିକାରୀ ଉପକୃତ ହେବେ। ଅର୍ଥାତ ପ୍ରାୟ ୯୨ ଲକ୍ଷ ୫୦ ହଜାର ପରିବାରଙ୍କୁ ମିଳିବ ଏହି ସ୍ମାର୍ଟ କାର୍ଡ ସୁବିଧା ।

Leave a Reply

Your email address will not be published. Required fields are marked *

Most Popular

Exit mobile version