Latest

ପିଅନ୍ତୁ ସଜନା ଛୁଇଁ ସୁପ୍, ରହିବେ ଫିଟ

Posted on

ଅନେକ ପ୍ରକାର ରୋଗର ଚିକିତ୍ସା ପାଇଁ ସଜନା ଛୁଇଁକୁ ବ୍ୟବହାର କରାଯାଏ। ଥଣ୍ଡା, କାଶ, ଗଳା ଦରଜ କିମ୍ବା ଛାତିରେ କଫ ଜମା ହୋଇଥିଲେ ସଜନା ଛୁଇଁ ବେଶ୍ ଲାଭଦାୟକ। ସଜନା ଛୁଇଁକୁ ତରକାରୀ କରି କିମ୍ବା ଏହାକୁ ସିଝାଇ ଖାଇପାରିବେ। ଏହାବ୍ୟତୀତ ଏହାକୁ ପାଣିରେ ସିଝାଇ, ଏହି ପାଣିକୁ ପିଇବା ଦ୍ବାରା ଅନେକ ଲାଭ ମିଳିଥାଏ। ଯଦି ଆପଣଙ୍କୁ ନିଶ୍ବାସ ପ୍ରଶ୍ବାସ ନେବାରେ କଷ୍ଟ ଅନୁଭବ ହେଉଥାଏ, ତେବେ ସଜନା ଛୁଇଁ ବ୍ୟବହାର କରିପାରିବେ।
କାହିଁକି ଲାଭଦାୟକ?
ସଜନା ଛୁଇଁର ସୁପ୍ ଶରୀର ପାଇଁ ଅଧିକ ଲାଭଦାୟକ। ଏଥିରେ ପ୍ରଚୁର ପରିମାଣର ଭିଟାମିନ୍ ସି’ ରହିଛି। ଏହାବ୍ୟତୀତ ଏଥିରେ ରହିଛି ବିଟା କ୍ୟାରୋଟିନ, ପ୍ରୋଟିନ୍ ଏବଂ ଅନେକ ପ୍ରକାରର ଲବଣ। ଏଥିସହିତ ସଜନା ଛୁଇଁରେ ମାଙ୍ଗାନିଜ୍, ମ୍ୟାଗ୍ନେଶିୟମ, ପୋଟାସିୟମ ଏବଂ ଫାଇବର ରହିଛି। ଏହି ସବୁ ତତ୍ତ୍ବ ଶରୀରକୁ ପୂର୍ଣ୍ଣ ରୂପେ ବିକଶିତ କରିବା ପାଇଁ ବେଶ୍ ଦରକାରୀ।
ପ୍ରସ୍ତୁତି ପ୍ରଣାଳୀ
ସଜନା ଛୁଇଁ ସୁପ୍ ପ୍ରସ୍ତୁତ କରିବା ପାଇଁ ପ୍ରଥମେ ଛୁଇଁକୁ ଛୋଟ କରି କାଟି ଦିଅନ୍ତୁ। ଦୁଇ କପ୍ ପାଣିରେ ଧିମା ଆଞ୍ଚରେ ଫୁଟାନ୍ତୁ। ପାଣିରେ ବାମ୍ଫ ଆସିଗଲା ପରେ ସଜନା ଛୁଇଁ ପକାନ୍ତୁ। ଆପଣ ଚାହିଁଲେ ଏଥିରେ ସଜନା ପତ୍ର ବି ପକାଇ ପାରିବେ। ପାଣି ଫୁଟି ଅଧା ହୋଇଗଲା ପରେ ସେଥିରୁ ଛୁଇଁର ଉପରି ଭାଗ ବାହାର କରିଦିଅନ୍ତୁ। ଏଥିରେ ଅଳ୍ପ ଲୁଣ ଓ ଗୋଲ ମରିଚ ଗୁଣ୍ଡ ପକାଇ ପିଅନ୍ତୁ।
ଫାଇଦା ଅନେକ
ସଜନା ଛୁଇଁର ସୁପ୍ ପିଇବା ଦ୍ବାରା ଅନେକ ଫାଇଦା ରହିଛି। ଯଦି ଥକାପଣ ଲାଗି ବୈବାହିକ ଜୀବନରେ ସୁଖକୁ ଅନୁଭବ କରିପାରୁ ନାହାନ୍ତି, ତେବେ ସଜନା ଛୁଇଁରେ ପ୍ରସ୍ତୁତ ସୁପ୍ ପିଇବା ଲାଭଦାୟକ ହୋଇପାରେ। ନିୟମିତ ଭାବେ ସଜନା ଛୁଇଁ ସୁପ୍ ପିଇବା ଦ୍ବାରା ଆସ୍ଥମା ରୋଗ ମଧ୍ୟ ଦୂର ହୋଇଥାଏ।
ଥଣ୍ଡା, କାଶ ଏବଂ କଫରୁ ମୁକ୍ତି ପାଇବା ଲାଗି ସଜନା ଛୁଇଁରେ ପ୍ରସ୍ତୁତ ସୁପ୍‌କୁ ଘରୋଇ ଔଷଧ ଭାବେ ବ୍ୟବହାର କରାଯାଏ। ସଜନା ସୁପ୍ ହଜମ ଶକ୍ତି ବୃଦ୍ଧି କରିବାରେ ସହାୟକ ହୋଇଥାଏ। ମଧୁମେହକୁ ନିୟନ୍ତ୍ରିତ କରିବା ପାଇଁ ସଜନା ଖାଇବାକୁ ମଧ୍ୟ ପରାମର୍ଶ ଦିଆଯାଏ। ରକ୍ତ ସଫା କରିବା ପାଇଁ ମଧ୍ୟ ଏହା କାମ କରେ। ଏଥିରେ ଥିବର ଆଣ୍ଟି ବାକ୍ଟେରିଆଲ ଗୁଣ ଅନେକ ପ୍ରକାରର ସଂକ୍ରମଣରୁ ରକ୍ଷା କରିଥାଏ। ଏଥିରେ ଥିବା ଭିଟାମିନ୍ ସି ଇମ୍ୟୁନ୍ ସିଷ୍ଟମ୍‌କୁ ବୁଷ୍ଟ କରିଥାଏ।

Leave a Reply

Your email address will not be published. Required fields are marked *

Most Popular

Exit mobile version