Latest

ଲିଭରକୁ ସୁସ୍ଥ ରଖେ ଶୁଖିଲା ଅମୃତଭଣ୍ଡା

Posted on

ଅମୃତଭଣ୍ଡା ମାର୍କେଟରେ ବହୁତ ସହଜରେ ମିଳିଯାଏ । ପୋଷଣରେ ଭରପୂର ଥିବା ଭଣ୍ଡାରେ ଅନେକ ରୋଗକୁ ମାତ୍ ଦେବାର ଗୁଣ ରହିଥାଏ। ପାଚନ ନ ହେବା ଭୋକ ନ ଲାଗିବା ଭଳି ସମସ୍ଯା ରହିଥିବା ଲୋକଙ୍କୁ ଅମୃତଭଣ୍ଡା ଖାଇବାକୁ ଡାକ୍ତର ପରାମର୍ଶ ଦେଇଥାନ୍ତି। କଞ୍ଚା ଭଣ୍ଡା ହେଉ ଅବା ପାଚିଲା ଦୁଇଟି ଯାକ ସ୍ବାସ୍ଥ୍ଯ ପାଇଁ ଲାଭଦାୟକ। ଅମୃତଭଣ୍ଡାରେ ଭିଟାମିନ ଏ, ଭିଟାମିନ ସି, ନିୟାସିନ, ମ୍ଯାଗ୍ନେସିଅମ, କେରୋଟିନ, ଫାଇବର, ଫୋଲେଟ, ପୋଟାସିୟମ, କପର, କ୍ଯାଲସିଅମ ଏବଂ ଅନେକ ଆଣ୍ଟି ଅକ୍ସିଡାଣ୍ଟ ରହିଥାଏ। ଏହାଛଡା କିଛି ମାତ୍ରାରେ ପ୍ରୋଟିନ ଏବଂ କାର୍ବୋହାଇଡ୍ରେଟ ମଧ୍ୟରହିଥାଏ।
ଅମୃତଭଣ୍ଡାକୁ ଶୁଖାଇବା ପାଇଁ ଫ୍ରିଜ ଡ୍ରାଇଂ ଟେକନିକର ବ୍ଯବହାର କରାଯାଏ। ଏଥିରେ ଭଣ୍ଡାକୁ ପାଣିକୁ କଢାଯାଇ ଶୁଖାଇବା ପାଇଁ ସ୍ପ୍ରେ ଡ୍ରାଇଂ କରାଯାଏ। ଏହି ବିଧିରେ ମଲ୍ଟୋଡେକ୍ସଟିନ୍ ଭଳି ଏନକେପ୍ସୁଲେଟିଂ ଏଜେଣ୍ଟ ରହିଥାଏ। ଯାହା ଏହାକୁ ଗୋଟେ ଥରରେ ଶୁଖିଲା କରିଦିଏ।
କିନ୍ତୁ କେବେ ଆପଣ ଶୁଖିଲା ଅମୃତଭଣ୍ଡା ଖାଇଛନ୍ତି କି ? ତେବେ ଆଜି ଆମେ ଆପଣଙ୍କୁ ଶୁଖିଲା ଅମୃତଭଣ୍ଡାର ଫାଇଦା ବିଷୟର କହିବୁ। ତେବେ ଜାଣନ୍ତୁ ଏହାର ଫାଇଦା କ’ଣ..
ଶୁଖିଲା ଅମୃତଭଣ୍ଡାରେ ଗ୍ଲୁକୋଜ ଏବଂ ଫ୍ରୁଟୋଜ କମ୍ ରହିଥାଏ। ଏହି କାରଣରୁ ସୁଗାର ଏବଂ କ୍ଯାଲୋରୀ କମ୍ ରହିଥାଏ। ଏଥିରେ ଫାଇବର ଅଧିକ ରହିଥାଏ। ଯାହା କାରଣରୁ ପେଟ ଅଧିକ ସମୟ ପୂର୍ଣ୍ଣ ହୋଇ ରହିଲା ପରି ଲାଗିଥାଏ। ଯାହାଦ୍ବାରା ଓଜନ ମଧ୍ୟ କମ ହୋଇଥାଏ।
ଶୁଖିଲା ଅମୃତଭଣ୍ଡାରେ ଫାଇବର ଅଧିକ ରହିଥାଏ। ଯାହା କାରଣ ଯୋଗୁଁ ଶରୀରକୁ ଉର୍ଜା ମିଳିଥାଏ।
ଶୁଖିଲା ଅମୃତଭଣ୍ଡା ଖାଇବା ଦ୍ବାରା ଆଣ୍ଟି ହେପେଟୋଟାକ୍ସିକ ଆକ୍ଟିଭିଟି ରହିଥାଏ। ଯାହା ଲିଭରକୁ ଔଷଧ ଦ୍ବାରା ହେଉଥିବା କ୍ଷତିରୁ ରକ୍ଷା କରିଥାଏ।

Leave a Reply

Your email address will not be published. Required fields are marked *

Most Popular

Exit mobile version