Latest

ସରିଲା ପୌର ନିର୍ବାଚନ ଭୋଟ ଗଣତି, ବିଜେଡି ୭୬, ବିଜେପି ୧୬ , କଂଗ୍ରେସ ୭, ସ୍ୱାଧୀନ ୯ ପୌରାଧ୍ୟକ୍ଷ ପଦ ହାତେଇଛନ୍ତି

Posted on

ଭୁବନେଶ୍ୱର, (ଓଡ଼ିଶା ୱେୟାର): ରାଜ୍ୟର ୩୦ ଜିଲ୍ଲାର ସମସ୍ତ ପୌରାଞ୍ଚଳରେ ସରିଛି ଭୋଟ ଗଣତି । ଏନେଇ ମୁଖ୍ୟନିର୍ବାଚନ କମିଶନ୍‌ଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ୭୬ଟି ପୌରାଧ୍ୟକ୍ଷ ପଦବୀରେ ବିଜୟ ଲାଭ କରିଛି ବିଜେଡି । ୧୬ଟି ପୌରାଧ୍ୟକ୍ଷ ପଦ ହାତେଇଛି ବିଜେପି । ସେହିପରି କଂଗ୍ରେସକୁ ୭ଟି ପୌରାଧ୍ୟକ୍ଷ ପଦ ମିଳିଥିବା ବେଳେ ସ୍ୱାଧୀନ ୯ଟି ବିଜୟୀ ହୋଇଛନ୍ତି ।

ସେହିପରି ଗତ ନିର୍ବାଚନରେ ବିଜେଡି ୮୦ଟି ପୌର ପରିଷଦ ହାତେଇଥିବା ବେଳେ ବିଜେପି ମାତ୍ର ୩ଟିରେ ବିଜୟ ହୋଇଥିଲା । ସେହିପରି କଂଗ୍ରେସ ୧୩ଟି ପୌର ପରିଷଦରେ ବିଜୟୀ ହୋଇଥିବା ବେଳେ ୬ଟି ସ୍ୱାଧୀନ ପ୍ରାର୍ଥୀ ଜିତିଥିଲେ ।

ଚଳିତ ନିର୍ବାଚନରେ ବିଜେଡିକୁ ଅଧିକ ୬ଟି ପୌର ପରିଷଦ ମିଳିଛି । ବିଜେପି ମଧ୍ୟ ୩ଟି ରୁ ୧୬ଟିକୁ ଡେଇଁଛି । ସେହିପରି କଂଗ୍ରେସ ଜନତାଙ୍କ ଆସ୍ଥା ହରାଇଛି । ଗତ ନିର୍ବାଚନ ଅପେକ୍ଷା ୬ଟି ପୌର ପରିଷଦ କମିଛି । ସ୍ୱାଧୀନ ପ୍ରାର୍ଥୀ ମଧ୍ୟ ଅଧିକ ୩ ଟି ପୌର ପରିଷଦ ହାତେଇଛନ୍ତି ।

Leave a Reply

Your email address will not be published. Required fields are marked *

Most Popular

Exit mobile version