Latest

ଡବଲ ଡୋଜ୍‌ ପରେ ବି ଡେଲ୍‌ଟା କରିପାରେ ଶିକାର, ମାସ୍କ ପିନ୍ଧିବାକୁ ପରାମର୍ଶ

Posted on

ନୂଆଦିଲ୍ଲୀ: କରୋନା ଭାଇରସ୍‌ର ଡେଲ୍‌ଟା ଭେରିଏଣ୍ଟ ଏତେ ଭୟଙ୍କର ଯେ ଟିକା ନେଇ ସାରିଥିବା ଲୋକଙ୍କୁ ମଧ୍ୟ ଏହା ସଂକ୍ରମିତ କରି ପାରିବ। ଏକ ନୂଆ ଅଧ୍ୟୟନରୁ ଏହି କଥାର ଖୁଲାସା ହୋଇଛି। ଅଧ୍ୟୟନରେ କୁହାଯାଇଛି କି, ଡେଲ୍‌ଟା ଭେରିଏଣ୍ଟରୁ ରକ୍ଷା ପାଇବା ପାଇଁ ଭ୍ୟାକ୍ସିନ ସହିତ ପ୍ରତିଷେଧକ ଏବଂ ନିୟନ୍ତ୍ରଣ ଉପାୟଗୁଡ଼ିକର ଆବଶ୍ୟକ ରହିଛି। ଏହି ଅଧ୍ୟୟନ ଦିଲ୍ଲୀର ଦୁଇ ହସ୍ପିଟାଲରେ କରାଯାଇଥିଲା। ଅଧ୍ୟୟନରୁ ଏହା ଫଳାଫଳ ମିଳିଛି ଯେ ଭ୍ୟାକ୍ସିନ୍‌, ସଂକ୍ରମଣ ସମୟରେ ଭାଇରାଲ ଆକ୍ରମଣକୁ ଅଧିକ ଗୁରୁତର ହେବାକୁ ଦେଇ ନ ଥାଏ। ଯଦିଓ ଟିକାକରଣ ପରେ ବି ବ୍ରେକ୍‌ ଥ୍ରୁ ମାମଲା ଦେଖିବାକୁ ମିଳୁଛି। ଏହି କଥାର ମଧ୍ୟ ଆଶଙ୍କା ରହୁଛି କି, ସଂକ୍ରମଣ ଆଗକୁ ହାଇ ରିସ୍କ ଥିବା ଲୋକଙ୍କୁ ମଧ୍ୟ ଶିକାର ବନାଇ ପାରେ।

ପୂର୍ବରୁ ପ୍ରକାଶିତ ଏକ ଅଧ୍ୟୟନରେ ବିଶେଷଜ୍ଞମାନେ କହିଥିଲେ ଯେ ଆମେ ଅଧିକ ବିପଦ ଥିବା ସେହି ମାମଲାଗୁଡ଼ିକୁ ଚିହ୍ନଟ କରିଥିଲୁ, ଯେଉଁଥିରେ ସଂକ୍ରମିତ ବ୍ୟକ୍ତିଙ୍କର ସମ୍ପୂର୍ଣ୍ଣ ଟିକାକରଣ ହୋଇ ସାରିଥିଲା। ଏଥି ସହିତ ଯେଉଁଥିରେ ଦୁଇ ଜଣ ବ୍ୟକ୍ତିଙ୍କ ମଧ୍ୟରେ ଭାଇରସ୍‌ ସଂକ୍ରମଣର ବିପଦ ଥିଲା ଏବଂ ଯେଉଁମାନେ ଟିକାର ଦୁଇଟି ଡୋଜ୍‌ ନେଇ ସାରିଥିଲେ, ସେହି ମାମଲାଗୁଡ଼ିକୁ ମଧ୍ୟ ଚିହ୍ନଟ କରାଯାଇଥିଲା। ଅଧ୍ୟୟନ ଏବେ ପୁଣିଥରେ ପୂର୍ଣ୍ଣ ଟିକାକରଣ କରେଇ ସାରିଥିବା ଲୋକଙ୍କଠାରେ ସଂକ୍ରମଣକୁ ରୋକିବା ପାଇଁ ପ୍ରତିଷେଧକ ଉପାୟଗୁଡ଼ିକର ଆବଶ୍ୟକତାକୁ ଦର୍ଶାଉଛି।

Leave a Reply

Your email address will not be published. Required fields are marked *

Most Popular

Exit mobile version